KKR vs RC: ଚଳିତ ବର୍ଷର ପ୍ରଥମ ଆଇପିଏଲ୍ ମ୍ୟାଚ୍ KKR vs RCB ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଜଣେ ପ୍ରଶଂସକ ନିୟମ ଉଲ୍ଲଂଘନ କରି ବିରାଟ କୋହଲିଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ଉକ୍ତ ଫ୍ୟାନଙ୍କୁ ଏପରି କରିବା ମହଙ୍ଗା ପଡ଼ିବାକୁ ଯାଉଛି।
Trending Photos
KKR vs RCB: ୨୨ ମାର୍ଚ୍ଚ ଶନିବାର ଦିନ KKR ଏବଂ RCB ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚଟିକୁ RCB ଜିତିଥିଲା। ଯେତେବେଳେ ବିରାଟ କୋହଲି ମ୍ୟାଚ୍ ସମୟରେ ବ୍ୟାଟିଂ କରୁଥିଲେ ସେହି ସମୟରେ ତାଙ୍କର ଜଣେ ପ୍ରଶଂସକ ବ୍ୟାରିକେଡ୍ ଭାଙ୍ଗି ବିରାଟ କୋହଲିଙ୍କ ପାଖକୁ ଯିବାକୁ ଉଦ୍ୟମ କରିଥିଲେ । ପରେ ସୁରକ୍ଷା କର୍ମୀ ଏହି ପ୍ରଶଂସକଙ୍କୁ ପଡ଼ିଆରୁ ବାହାରକୁ ଆଣିଥିଲେ । ବିରାଟଙ୍କୁ ଦେଖା କରିବା ପାଇଁ ନିୟମ ଭାଙ୍ଗିବା ଉକ୍ତ ପ୍ରଶଂସକଙ୍କ ପାଇଁ ବର୍ତ୍ତମାନ ମହଙ୍ଗା ସାବ୍ୟସ୍ତ ହୋଇଛି।
ଗତକାଲିର ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଯେତେବେଳେ RCB ମ୍ୟାଚ୍ରେ ବ୍ୟାଟିଂ କରୁଥିଲା, ସେହି ସମୟରେ ବିରାଟଙ୍କ ପ୍ରଶଂସକ ବ୍ୟାରିକେଡ୍ ଭାଙ୍ଗି ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ପ୍ରଶଂସକ ଜଣକ ବିରାଟ କୋହଲିଙ୍କ ପାଦ ତଳେ ଶୋଇପଡିଥିଲେ । ଏହା ପରେ ସୁରକ୍ଷା କର୍ମୀ ଉକ୍ତ ପ୍ରଶଂସକଙ୍କୁ ପଡିଆରୁ ବାହାର କରିଦେଇଥିଲେ। ରେଭ୍ ସ୍ପୋର୍ଟସ୍ ଅନୁଯାୟୀ, ଏହି ପ୍ରଶଂସକଙ୍କୁ ବର୍ତ୍ତମାନ ଧାରା ୩୨୯ ଅନୁଯାୟୀ ଗିରଫ କରାଯାଇଛି।
A fan who breached to meet Virat Kohli at Eden Gardens has been arrested under section 329. [RevSportz] pic.twitter.com/AnO0ZN7U8z
— Johns. (@CricCrazyJohns) March 23, 2025
ଆପଣଙ୍କୁ କହିରଖୁଛୁ ଯେ, ଗତକାଲିର ମ୍ୟାଚ୍ରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ। ବିରାଟ ୩୬ ବଲ୍ରେ ୫୯ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଇନିଂସ ମଧ୍ୟରେ ସେ ୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ପ୍ରଥମ ମ୍ୟାଚ୍ରେ, ବିରାଟ ଚମତ୍କାର ବ୍ୟାଟିଂ ପ୍ରଶଂସକଙ୍କ ହୃଦୟକୁ ପ୍ରଭାବିତ କରିଥିଲା । ଆଗାମୀ ମ୍ୟାଚ୍ଗୁଡ଼ିକରେ RCB ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ବିରାଟ ପ୍ରଥମ ଦିନରେ ପ୍ରମାଣିତ କରିଥିଲେ । ଏହି ମ୍ୟାଚ୍ରେ ବିରାଟ ବହୁତ ଭଲ ଫର୍ମରେ ଥିଲେ।
ସୂଚନାଯୋଗ୍ୟ, KKR ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୪/୮ ରନ୍ ସଂଗ୍ରହ କରିଥିଲା। କୋଲକାତା ପାଇଁ ଅଧିନାୟକ ଅଜିଙ୍କ୍ୟ ରାହାଣେ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୩୧ ବଲରେ ୫୬ ରନ୍ ସଂଗ୍ରହ କରିଥିଲେ ।
Also Read- କଣ୍ଟାକ୍ଟ ଲେନ୍ସ ପାଇଁ ଆଖି ସଂକ୍ରମଣ! ଶୁଣନ୍ତୁ କ'ଣ କହିଲେ ପୀଡିତା
Also Read- ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା, କ୍ଲୋଜର ରିପୋର୍ଟ ଦାଖଲ କଲା CBI