ଜିଓ କ୍ରିକେଟ୍ ଅଫର୍ - ଜିଓହଟଷ୍ଟାରରେ ମାଗଣାରେ ଦେଖନ୍ତୁ IPL
Advertisement
Article Detail0/zeeodisha/odisha2683824

ଜିଓ କ୍ରିକେଟ୍ ଅଫର୍ - ଜିଓହଟଷ୍ଟାରରେ ମାଗଣାରେ ଦେଖନ୍ତୁ IPL

ବର୍ତ୍ତମାନର ଜିଓ ଉପଭୋକ୍ତା ଏବଂ ନୂତନ ଜିଓ ସିମ୍ ବ୍ୟବହାରକାରୀଙ୍କ ପାଇଁ ସ୍ୱତନ୍ତ୍ର ଅଫର ଆଣିଛି । ଟିଭି / ମୋବାଇଲରେ 4K ଗୁଣବତ୍ତାରେ ୯୦ ଦିନର ମାଗଣା ଜିଓହଟଷ୍ଟାର । ୫୦ ଦିନ ପାଇଁ ମାଗଣା ଜିଓ ଫାଇବର / ଏୟାର ଫାଇବର ଟ୍ରାଏଲ୍ ସଂଯୋଗ ।

ଜିଓ କ୍ରିକେଟ୍ ଅଫର୍ - ଜିଓହଟଷ୍ଟାରରେ ମାଗଣାରେ ଦେଖନ୍ତୁ IPL

IPL in jio hotstar: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜିଓ ଏହାର ବର୍ତ୍ତମାନର ଏବଂ ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜ କରି ଜିଓ ଗ୍ରାହକମାନେ ଜିଓହଟଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍ ସିଜିନ୍ ଉପଭୋଗ କରିପାରିବେ।

ଏହି ଅସୀମିତ କ୍ରିକେଟ୍ ଅଫରରେ, ଗ୍ରାହକମାନେ ଟିଭି କିମ୍ବା ମୋବାଇଲରେ ୯୦ ଦିନର ମାଗଣା ଜିଓହଟଷ୍ଟାର ସବସ୍କ୍ରିପସନ୍ ପାଇବେ ଏବଂ ତାହା ମଧ୍ୟ ୪କେ ଗୁଣବତ୍ତାରେ। ଏହାର ଅର୍ଥ ହେଉଛି ଗ୍ରାହକମାନେ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ। ଜିଓ ହଟଷ୍ଟାର ପ୍ୟାକ୍ ୨୨ ମାର୍ଚ୍ଚ, ୨୦୨୫ ଠାରୁ ଅର୍ଥାତ୍ ଆଇପିଏଲ କ୍ରିକେଟ ସିଜିନର ଉଦଘାଟନୀ ମ୍ୟାଚ୍ ଦିନରୁ ୯୦ ଦିନ ପାଇଁ ବୈଧ ରହିବ।

ଏହା ସହିତ, ଜିଓ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ମଧ୍ୟ ପ୍ରଦାନ କରିବ। ଅଲ୍ଟ୍ରା-ଫାଷ୍ଟ ଇଣ୍ଟରନେଟର ମାଗଣା ଟ୍ରାଏଲ୍ ସଂଯୋଗ ୫୦ ଦିନ ପାଇଁ ମାଗଣା ରହିବ। ଗ୍ରାହକମାନେ ୪କେ ଗୁଣବତ୍ତାରେ ଇମର୍ସିଭ୍ କ୍ରିକେଟ୍ ଦେଖିବାର ଅନୁଭୂତି ସହିତ ଶ୍ରେଷ୍ଠ ହୋମ ଏଣ୍ଟେରଟେନମେଣ୍ଟ ବା ଘରୋଇ ମନୋରଞ୍ଜନର ମଧ୍ୟ ମଜା ନେଇପାରିବେ। ଜିଓଫାଇବର କିମ୍ବା ଜିଓଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ସହିତ ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ମଧ୍ୟ ମିଳିବ।

ଗ୍ରାହକମାନେ ଏହି ଅଫରର ଲାଭ ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ, ୨୦୨୫ ମଧ୍ୟରେ ଉପଲବ୍ଧ କରିପାରିବେ। ଏହି ଅଫରର ଲାଭ ପାଇବା ପାଇଁ, ବର୍ତ୍ତମାନର ଜିଓ ସିମ୍ ବ୍ୟବହାରକାରୀଙ୍କୁ ଅତି କମରେ ୨୯୯ ଟଙ୍କା କିମ୍ବା ଅଧିକ ମୂଲ୍ୟର ପ୍ଲାନ ରିଚାର୍ଜ କରିବାକୁ ପଡିବ। ଅନ୍ୟ ପକ୍ଷରେ ନୂତନ ଜିଓ ସିମ୍ ଗ୍ରାହକମାନଙ୍କୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ନେବାକୁ ପଡିବ। ୧୭ ମାର୍ଚ୍ଚ ପୂର୍ବରୁ ରିଚାର୍ଜ କରିଥିବା ଗ୍ରାହକମାନେ ମଧ୍ୟ ୧୦୦ ଟଙ୍କାର ଆଡ-ଅନ୍ ପ୍ୟାକ୍ ନେଇ ଏହି ଅଫରର ଲାଭ ଉଠାଇପାରିବେ।

Also Read- ଶୋକରେ ବୁଡିଲା ଓଡ଼ିଶା ଯାତ୍ରାଜଗତ, ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି କଳାକାର

;