ଏହି ସଫଳତା କେବଳ ଏହିଠାରେ ଶେଷ ହେଉନାହିଁ । SDG-4 (ଗୁଣବତ୍ତାପୂର୍ଣ୍ଣ ଶିକ୍ଷା)ଓSDG-15 (ପୃଥିବୀ ଉପରେ ଜୀବନ)ବିଭାଗରେ ମଧ୍ୟଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟବିଶ୍ୱର ଶ୍ରେଷ୍ଠ 200ମଧ୍ୟରେ ସ୍ଥାନ ପାଇଛି ।SDG-6 (ବିଶୁଦ୍ଧ ଜଳ ଓ ସ୍ୱଚ୍ଛତା)ଓSDG-7 (ଶସ୍ତା ଓ ସ୍ୱଚ୍ଛ ଶକ୍ତି)ରେ ଏହି ସଂସ୍ଥାବିଶ୍ୱର ଶ୍ରେଷ୍ଠ 300ମଧ୍ୟରେ ସ୍ଥାନିତ ହୋଇଛି । ଏହି ସଫଳତା କେବଳ ଏକ ସଂଖ୍ୟା ମାତ୍ର ନୁହେଁ, ବରଂ ଏହା ସେହି ଶିକ୍ଷା ମୂଲ୍ୟବୋଧର ଚିତ୍ରଣ ଯେଉଁଥିରେ ସମାଜ, ପରିବେଶ ଓ ମାନବିକତା ଏକସଙ୍ଗେ ଗଠିତ ହୁଏ
Trending Photos
ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି କଟକ ମହାନଦୀ କୂଳରେ ସବୁଜ ବନାନୀ ମଧ୍ୟରେ ରହିଥିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ। ଯେତେବେଳେ ଗୋଟିଏ ଛୋଟ ଅନୁଷ୍ଠାନ ବଡ଼ ସ୍ୱପ୍ନ ଦେଖିଥାଏଓ ସେହି ସ୍ୱପ୍ନ ମାଟିରୁ ଆକାଶକୁ ଛୁଇଁଯାଏ, ସେଠାରେ ଇତିହାସ ଲେଖାଯାଏ।ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଲେଖିଛି ସେଭଳି ଏକ ଇତିହାସ । ଏହି ଶିକ୍ଷାନୁଷ୍ଠାନ ଆଜି ବିଶ୍ୱ ଶିକ୍ଷା ମାନଚିତ୍ରରେ ଏକ ଉଜ୍ଜ୍ୱଳ ତାରକାରେ ପରିଣତ ହୋଇଛି, ଏବଂ ଏହାର ଚମକ ପ୍ରକାଶିତ ହୋଇଛି ଟାଇମ୍ସ ହାୟର୍ ଏଡୁକେସନ୍ (THE) ଇମ୍ପ୍ୟାକ୍ଟ ରାଙ୍କିଂ-2025ରେ ଏହାର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ।
ପୃଥିବୀର ୫୦,୦୦୦ ରୁ ଅଧିକ ବିଶ୍ୱବିଦ୍ୟାଳୟ ମଧ୍ୟରୁ କେବଳ ୨,୫୦୦ ଟି ସଂସ୍ଥା କେବଳ ଏହି ବିଶ୍ୱସ୍ତରୀୟ ରାଙ୍କିଂ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ନିଜର କାର୍ଯ୍ୟ, ଦୃଷ୍ଟିକୋଣ ଓ ପ୍ରତିବଦ୍ଧତା ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ଏହା କୌଣସି ସାମାନ୍ୟ ସଂଯୋଗ ନୁହେଁ, ଏହା ଏକ ନୀତି, ଏକ ଦୃଢ଼ ସଂକଳ୍ପ ଓ ନିରନ୍ତର ବିକାଶ ଦିଗରେ କାର୍ଯ୍ୟ କରିବାର ପୁରସ୍କାର।
SDG-2 (ଶୂନ୍ୟ ଭୋକ)ବିଭାଗରେ ବିଶ୍ୱସ୍ତରରେ70ତମ ସ୍ଥାନଲାଭ କରି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟସବୁଠୁ ବଡ଼ ସଫଳତା ଅର୍ଜନ କରିଛି। ଜୈବିକ ଚାଷ, ପୋଷଣ ଓ ଖାଦ୍ୟ ସୁରକ୍ଷା ମଧ୍ୟରେ ଏହାର ଅବଦାନ ବିଶ୍ୱ ମଞ୍ଚରେ ପ୍ରଶଂସିତ ହୋଇଛି। ଏହି ସଫଳତା କେବଳ ଏହିଠାରେ ଶେଷ ହେଉନାହିଁ । SDG-4 (ଗୁଣବତ୍ତାପୂର୍ଣ୍ଣ ଶିକ୍ଷା)ଓSDG-15 (ପୃଥିବୀ ଉପରେ ଜୀବନ)ବିଭାଗରେ ମଧ୍ୟଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟବିଶ୍ୱର ଶ୍ରେଷ୍ଠ 200ମଧ୍ୟରେ ସ୍ଥାନ ପାଇଛି ।SDG-6 (ବିଶୁଦ୍ଧ ଜଳ ଓ ସ୍ୱଚ୍ଛତା)ଓSDG-7 (ଶସ୍ତା ଓ ସ୍ୱଚ୍ଛ ଶକ୍ତି)ରେ ଏହି ସଂସ୍ଥାବିଶ୍ୱର ଶ୍ରେଷ୍ଠ 300ମଧ୍ୟରେ ସ୍ଥାନିତ ହୋଇଛି । ଏହି ସଫଳତା କେବଳ ଏକ ସଂଖ୍ୟା ମାତ୍ର ନୁହେଁ, ବରଂ ଏହା ସେହି ଶିକ୍ଷା ମୂଲ୍ୟବୋଧର ଚିତ୍ରଣ ଯେଉଁଥିରେ ସମାଜ, ପରିବେଶ ଓ ମାନବିକତା ଏକସଙ୍ଗେ ଗଠିତ ହୁଏ।
ଦେଶ ମଧ୍ୟରେ ବି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ନିଜ ସଫଳତାର ଦୁନ୍ଦୁଭି ବଜାଇଛି। SDG-2 ରେଭାରତରେ ପଞ୍ଚମ ସ୍ଥାନ, SDG-4 ରେତ୍ରୟୋଦଶ, SDG-15 ରେଦଶମ, ଓ SDG-7 ଓ SDG-17 ରେ22ତମ ସ୍ଥାନମିଳିଛି। ଫଳରେ ଏସଏସୟୁଭାରତର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଉଥିବା ପ୍ରମୁଖ ସଂସ୍ଥା ବୋଲି ପ୍ରମାଣିତ ହୋଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଏହି ସଫଳତାକୁ ନେଇ କୁହାଯାଇଛି, “ଏହା କେବଳ ଏକ ରାଙ୍କିଂ ନୁହେଁ, ଆମର ଦୃଢ଼ ସଂକଳ୍ପ, ଆମର ସାମୂହିକ ପ୍ରୟାସ ଓ ଆଗାମୀ ପିଢ଼ି ପ୍ରତି ଆମ ପ୍ରେମର ପ୍ରତିଫଳନ । ଏହା ବିଶ୍ୱବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ,ଅଧ୍ୟାପକ ଓ କର୍ମଚାରୀଙ୍କ ସମ୍ମିଳିତ ଉଦ୍ୟମରେ ଗଢ଼ା ଏକ ସ୍ୱପ୍ନ, ଯାହା ବିଶ୍ୱ ଦରବାରରେ ନିଜର ଛାପ ଛାଡ଼ିବାରେ ସକ୍ଷମ ହୋଇଛି ।”