Trending Photos
Odisha News: ପୁରୀ: ଚଳିତ ବର୍ଷ ଆହ୍ଲାବାଦର ପ୍ରୟାଗରାଜ୍ ଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାନୀ ଗ୍ରୁପର ସ୍ୱେଚ୍ଛାକୃତ ସେବା, ଲୋକଙ୍କ ଆଦୃତି ଲାଭ କରିପାରିଛି । ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ପ୍ରଦାନ ପୂର୍ବକ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ଏହାର ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସେବା ଯୋଗାଇବା ପାଇଁ ସ୍ଥିର କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାତ୍ମକ ଯାତ୍ରାରେ ଭାରତ ତଥା ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।
ଆଦାନୀ ଗ୍ରୁପର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମ କେବଳ ଭିତ୍ତିଭୂମି ବିକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୀମିତ ନୁହେଁ, ଏହା ବିଭିନ୍ନ ଦିଗରେ ବିସ୍ତୃତ । କ୍ରମଶଃ ଭାବରେ ଏହା କେବଳ ଭାରତର ଆଧ୍ୟାମିôକ ଓ ସାଂସ୍କୃତିକ ଜୀବନ ଧାରାର ପୃଷ୍ଠପୋଷକ ଭାବେ ନୁହେଁ ବରଂ ଏକ ‘ସେବକ’ ଭାବେ ସେବା ପ୍ରଦାନ କରିଆସୁଛି । ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ‘ସେବା ହି ସାଧନା ହୈ’ (ସେବା ହିଁ ପୂଜା) ବିଶ୍ୱାସକୁ ଆଧାର କରି, ଜୁନ ୨୬ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ଏବଂ ପଦସ୍ଥ ଅଧିକାରୀମାନଙ୍କୁ ସମର୍ଥନ ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ।
ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ପ୍ରାୟ ୪ ନିୟୁତ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଉଛି ଯେଉଁଠାରେ ମାଗଣା ପୌଷ୍ଟିକଯୁକ୍ତ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ଗ୍ରୀଷ୍ମ ପ୍ରକୋପକୁ ପ୍ରତିହତ କରିବା ପାଇଁ ପାନୀୟ ଜଳ କାଉଣ୍ଟର ଗୁଡ଼ିକରେ ସାରା ସହରରେ ପାନୀୟ ଜଳର ବ୍ୟବସ୍ଥା ହୋଇଛି । ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଲାଇଫ୍ଗାର୍ଡ଼ ମହାସଂଘକୁ ସହାୟତା, ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସ୍ୱେଚ୍ଛାସେବୀ, ପଦସ୍ଥ ଅଧିକାରୀମାନଙ୍କପାଇଁ ମାଗଣା ଟି-ସାର୍ଟ, ପୌର କର୍ମଚାରୀଙ୍କ ପାଇଁ ଫ୍ଲୋରେସେଣ୍ଟ ଜ୍ୟାକେଟ, ଅଧିକାରୀ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପ୍ରକାର ଜ୍ୟାକେଟ, ରେନକୋଟ୍, କ୍ୟାପ୍ ଏବଂ ଛତାର ବ୍ୟବସ୍ଥା କରାଯାଇଛି । ଆଦାନୀ ଗ୍ରୁପର ଏହି ସେବା ଭିତ୍ତିକ ପଦକ୍ଷେପ, ପୁରୀ ଜିଲା ପ୍ରଶାସନ, ଇସ୍କନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି ।
ଚଳିତ ବର୍ଷ ଆୟୋଜିତ, ୪୫ ଦିନିଆ ମହାକୁମ୍ଭ ମେଳା ସମୟରେ, ଇସ୍କନ ଏବଂ ଗୀତା ପ୍ରେସ ସହଯୋଗରେ ଆଦାନୀ ଗ୍ରୁପ, ଖାଦ୍ୟ ବଣ୍ଟନ ଏବଂ ତୀର୍ଥଯାତ୍ରୀ କଲ୍ୟାଣ ସେବାକୁ ସାହାଯ୍ୟ ଓ ସମର୍ଥନ କରିଥିଲା । ଜନକଲ୍ୟାଣ ଓ ଗୋଷ୍ଠୀ ସମୁଦାୟର ଭାବନାକୁ ଗୁରୁତ୍ୱ ଦେଇ ‘ସମାଜସେବା ଏକ ଅନ୍ତରୀଣ ମୂଲ୍ୟବୋଧ’ ଅନୁଭବ କରି ଏହି ପଦକ୍ଷେପ ନିଆଯାଇଛି ବୋଲି ସେ ମନ୍ତବ୍ୟ ରଖିଛନ୍ତି ।
ଯଦି ମହାକୁମ୍ଭ ଏକ ବିଶ୍ୱସ୍ତରୀୟ ଚେତନା ଥିଲା, ତେବେ ପୁରୀ ରଥଯାତ୍ରା ହେଉଛି ଓଡ଼ିଆ ପ୍ରାଣ ସହ ଘନିଷ୍ଠ ଭାବେ ସମ୍ବନ୍ଧିତ ଏକ ଆଧ୍ୟାତ୍ମିକ ଭାବନା । ପୁରୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ହୋଇପାରେ, କିନ୍ତୁ ଏହାର ଶକ୍ତି ହେଉଛି ତୀବ୍ର ଏବଂ ଅସୀମ । ରଥଯାତ୍ରାରେ ସାମିଲ ହୋଇ, ଆଦାନୀ ଗ୍ରୁପ କେବଳ ସେବା ପ୍ରଦାନ କରୁନାହିଁ- ଏହା ଭାରତୀୟ ସଂସ୍କୃତି, ସମୁଦାୟ ଏବଂ କରୁଣା ଉପରେ ଆଧାରିତ ବିକାଶର ଏକ ଦୃଷ୍ଟିକୋଣକୁ ଦୃଢୀଭୂତ କରୁଛି ।
ପ୍ରୟାଗରାଜ ହେଉ କିମ୍ବା ପୁରୀ, ବିଶ୍ୱାସ ଜଡ଼ିତ ସେବାର ଏହି ଉଦୀୟମାନ ଚିନ୍ତାଧାରା ସମ୍ପନ୍ନ ମଡେଲ-କର୍ପୋରେଟ କ୍ଷମତାକୁ ତୃଣମୂଳ ସ୍ତରରେ ଭାବପୂର୍ବକ ମିଶ୍ରଣ କରି, ଭାରତର ଆଧୁନିକ ବ୍ୟବସାୟଗୁଡ଼ିକ ଦେଶର ପରମ୍ପରା ସହିତ ଏକ ପବିତ୍ର ସମନ୍ୱୟ ସୃଷ୍ଟି କରିବ ।