Akshya Tritiya 2025: ଆଜି ଅକ୍ଷୟ ତୃତୀୟା, ଆରମ୍ଭ ହେବ ରଥ ନିର୍ମାଣ
Advertisement
Article Detail0/zeeodisha/odisha2736157

Akshya Tritiya 2025: ଆଜି ଅକ୍ଷୟ ତୃତୀୟା, ଆରମ୍ଭ ହେବ ରଥ ନିର୍ମାଣ

ପୁରୀ: ଆଜି ବୈଷାଖ ଶୁକ୍ଳ ତୃତୀୟା ତିଥି। ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ଗ୍ରୀଷ୍ମ କାଳୀନ ଯାତ୍ରା ଚନ୍ଦନଯାତ୍ରା ଆରମ୍ଭ ହେବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ଶ୍ରୀବିଗ୍ରହ ଶ୍ରୀମଦନମୋହନଙ୍କ ସହ ଶ୍ରୀଦେବୀ, ଭୁଦେବୀ, ରାମକୃଷ୍ଣ ଓ ପଞ୍ଚମହାଦେବ ନରେନ୍ଦ୍ରକୁ ବିଜେ କରିବେ। ନନ୍ଦା ଓ ଭଦ୍ରା ଚାପରେ ଜଳକ୍ରୀଡା କରିବେ। ଆଜି ବି

Akshya Tritiya 2025: ଆଜି ଅକ୍ଷୟ ତୃତୀୟା, ଆରମ୍ଭ ହେବ ରଥ ନିର୍ମାଣ

Akshya Tritiya 2025: ପୁରୀ: ଆଜି ବୈଷାଖ ଶୁକ୍ଳ ତୃତୀୟା ତିଥି। ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ଗ୍ରୀଷ୍ମ କାଳୀନ ଯାତ୍ରା ଚନ୍ଦନଯାତ୍ରା ଆରମ୍ଭ ହେବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ଶ୍ରୀବିଗ୍ରହ ଶ୍ରୀମଦନମୋହନଙ୍କ ସହ ଶ୍ରୀଦେବୀ, ଭୁଦେବୀ, ରାମକୃଷ୍ଣ ଓ ପଞ୍ଚମହାଦେବ ନରେନ୍ଦ୍ରକୁ ବିଜେ କରିବେ। ନନ୍ଦା ଓ ଭଦ୍ରା ଚାପରେ ଜଳକ୍ରୀଡା କରିବେ। ଆଜି ବି ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣର ଶୁଭାରମ୍ଭ ହେବ। 

ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ରଥଖଳାରେ ବନଯାଗ ପଦ୍ଧତିରେ ପୂଜାର୍ଚ୍ଚନା ହେବା ସହ ସୁନାର କୁରାଢିରେ ଶ୍ରୀପଞ୍ଚମୀରେ ପୂଜା ହୋଇଥିବା ତିନୋଟି ଧଉରା କାଠରେ ଦେଉଳ ପୁରୋହିତ ଦାଗ ଦେଇ ଅନୁକୂଳ କରିବେ। ନିତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବେ । ବନଜାଗ ବିଧିରେ ପୂଜାର୍ଚ୍ଚନା ହେବ। ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି ।

ତିନି ରଥ ପାଇଁ ତିନୋଟି କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଛି। ଅପରାହ୍ନ ପ୍ରାୟ ୪ଟାରେ ଶ୍ରୀମନ୍ଦିରରୁ ତିନି ରଥ ପାଇଁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ। ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୂତି ଦିଆଯିବ। 

ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ତିନି ଅଜ୍ଞାମାଳ ବିଜେ ପରେ ଛାମୁଣ୍ଡିଆ ଭିତରେ ରହିଥିବା ତିନି ରଥକାଠରେ ବିଧି ଅନୁସାରେ ମା'' ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରୀତ ସୁନାର ତିନୋଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନି ରଥ କାଠକୁ ଚୋଟ ମାରିବା ପରେ ବିଶ୍ଵକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହେବେ। ସେହି ଅନୁଯାୟୀ ଶାଢ଼ୀ ବନ୍ଧା ଓ ଅନ୍ୟାନ୍ୟ ନୀତି ସଂପନ୍ନ ହେବ। ରଥ ସଂହିତା ଅନୁଯାୟୀ, ସରସ୍ବତୀ ପୂଜାରେ ରଥକାଠ ଅନୁକୂଳ, ଶ୍ରୀରାମ ନବମୀରେ ରଥ କାଠ ଚିରଟ ଅନୁକୂଳ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ପରେ ରଥ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥାଏ। 

ଭଉଁରୀରେ ଚକ ଡେରା କାମ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବା ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ଓ ସ୍ନାନପୂର୍ଣ୍ଣିମାରେ ରଥ ଚାରିନାହାକା ଉଠିବା ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳେ ବନଯାଗ ବିଧିରେ ରଥ ପ୍ରତିଷ୍ଠା ପରେ ବଡ଼ଦାଣ୍ଡରେ ରଥ ଗଡ଼ିବ ବୋଲି ରହିଛି ସ୍ୱତନ୍ତ୍ର ପରମ୍ପରା। ସେପଟେ ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଶ୍ରୀମନ୍ଦିରରେ ରହିଛି ଅନେକ ନିତିକାନ୍ତି। ଏଣୁ ନିତିକାନ୍ତିକୁ ସୃଙ୍ଖଳିତ କରିବା ପାଇଁ ଗତକାଲି ଠାରୁ ପଦକ୍ଷେପ ନିଆଯାଇଛି। ଗତକାଲି ରାତି ୧୧ଟା ୧୦ରେ ମହାପ୍ରଭୁଙ୍କ ପହୁଡ ହେବା ସହ ଆଜି ଭୋର ୪ଟା ରେ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇଛି। ତାପରେ ମଙ୍ଗଳାଳତୀ, ମଇଲମ, ଅବକାଶ ଆଦି ସମ୍ପର୍ଣ୍ଣ ହେବା ପରେ ଦୈନନ୍ଦିନ ନିତିକାନ୍ତି ଆଗକୁ ବଢିଛି।

;