Crime News: ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ
Advertisement
Article Detail0/zeeodisha/odisha2845842

Crime News: ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

Crime News: ଏହି ଆକ୍ରମଣ ଘଟଣା ପରେ ପ୍ରବୀର ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେ ଜଣେ ବରିଷ୍ଠ ଆଇନଜୀବୀ ହେବା ସହ ଭୁବନେଶ୍ୱରରୁ ପ୍ରକାଶିତ ଏକ ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ମଧ୍ୟ ଅଛନ୍ତି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅପରାଧୀମାନଙ୍କ ଆକ୍ରମଣକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। 

Crime News: ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

Crime News: ରେମୁଣା ଥାନା ଅନ୍ତର୍ଗତ ମୁଖରା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାଇକୋର୍ଟ ଓକିଲ ତଥା ଭାରତ ସରକାରଙ୍କ ନୋଟାରୀ ପ୍ରବୀର କୁମାର ଦାସଙ୍କୁ ମରଣାନ୍ତକ ଆକ୍ରମଣ। କିଛି ଦୁର୍ବୃତ୍ତ ଗତ ରବିବାର ଶ୍ରୀ ଦାସ ଜେନାବରାଇ ମୌଜା ଅନ୍ତର୍ଗତ କମଳା ପୋଖରୀ ନିକଟରେ ନିଜ ଜମିରେ ବାଉଁଶ ବୁଦା ସଫା କରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ କରିଛନ୍ତି। ସେହି ଗାଁର ଜୟଚନ୍ଦ୍ର ବେହେରା ଓରଫ ବାଙ୍ଗରା ଏବଂ ତାଙ୍କ ପୁଅ ସଞ୍ଜୟ ବେହେରା ଓରଫ ବାଣ୍ଠୁ ପ୍ରବୀର ଦାସଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ଏହି ଆକ୍ରମଣରେ ପ୍ରବୀରଙ୍କ ଜଙ୍ଘ ଏବଂ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ବାଣ୍ଠୁ-ବାଙ୍ଗରା ଯୋଡ଼ି ପୂର୍ବରୁ ମଧ୍ୟ ଏଭଳି ଅନେକ ଅପରାଧୀକ ଘଟଣା ସହ ସମ୍ପୃକ୍ତ ଥିବା ସୂଚନା ମିଳିଛି। ପୂର୍ବରୁ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ବାଙ୍ଗରା ଜେଲ୍ ମଧ୍ୟ ଯାଇସାରିଛନ୍ତି। 

ସୂଚନା ଅନୁସାରେ ଆକ୍ରମଣର ଶିକାର ହୋଇଥିବା ପ୍ରବୀର ଭୁବନେଶ୍ୱରରେ ରହନ୍ତି। ତାଙ୍କ ବାପା ଗଙ୍ଗାଧର ଦାସଙ୍କ ଦେହାନ୍ତ ପରେ ସେ ନିଜ ଗାଁରେ ଥିବା ଜମିଜମା ବୁଝାବୁଝି କରିବା ପାଇଁ  ଯାଇଥିଲେ। ନିଜ ବାଡ଼ିରେ କଣ୍ଟା ବାଉଁଶ ବୁଦା କାଟି ସଫା କରୁଥିବାବେଳେ ହଠାତ ଉତ୍ୟକ୍ତ ହୋଇ ବାଣ୍ଠୁ-ବାଙ୍ଗରା ବାପ ପୁଅ ତାଙ୍କ ଉପରକୁ କୋଦାଳ ଏବଂ ବାଉଁଶ ମୂଳୀ ସହାୟତାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଘଟଣା ପରେ ପ୍ରବୀର ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେ ଜଣେ ବରିଷ୍ଠ ଆଇନଜୀବୀ ହେବା ସହ ଭୁବନେଶ୍ୱରରୁ ପ୍ରକାଶିତ ଏକ ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ମଧ୍ୟ ଅଛନ୍ତି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅପରାଧୀମାନଙ୍କ ଆକ୍ରମଣକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। 

;