Vigilance Raid: ଭୁବନେଶ୍ବର R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଗିରଫ
Advertisement
Article Detail0/zeeodisha/odisha2861685

Vigilance Raid: ଭୁବନେଶ୍ବର R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଗିରଫ

Vigilance Raid:ଭୁବନେଶ୍ବର R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଗିରଫ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ଟିମ୍ ।

Vigilance Raid: ଭୁବନେଶ୍ବର R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଗିରଫ

Vigilance Raid:ଭୁବନେଶ୍ବର R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଗିରଫ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ଟିମ୍ । ଯନ୍ତ୍ରୀଙ୍କର ଭୁବନେଶ୍ବରରେ ଗୋଟିଏ ବହୁତଳ କୋଠା ସହ ୨ଟି ଫ୍ଲାଟ୍ ଅଛି।ଭୁବନେଶ୍ବର ଗ୍ୟାଲେରିଆ ଓ ସିମ୍ଫୋନୀ ମଲ୍‌ରେ ୨ଟି ଦୋକାନ ରହିଥିବା ସୂଚନା ମିଳିଛି। ୧୩ଟି ଦାମୀ ପ୍ଲଟ୍ ସହ ୭୫ ଲକ୍ଷ ଟଙ୍କାର ଜମା ଠାବ ହୋଇଛି।୨ ପିଲାଙ୍କ ପାଠପଢ଼ାରେ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜକିଶୋର।  

ସୂଚନା ଅନୁସାରେ, ଗତକାଲିଠାରୁ ୧୦ଟି ସ୍ଥାନରେ ଚାଲିଛି ଚଢାଉ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ଜେନାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ। ଭିଜିଲାନ୍ସର ଟେକ୍ନିକାଲ ଟିମ ଏବେବି ବାବୁଙ୍କ ଠୁଳ ସମ୍ପତ୍ତି,ବ୍ୟାଙ୍କ ବାଲାନ୍ସ, ଫରେନ ଟ୍ରିପରେ ଖର୍ଚ୍ଚ ନେଇ ଛାନଭିନ ଜାରି ରଖିଛି। ଅନ୍ୟପଟେ କସ୍ମୋପଲିସ ଆପାର୍ଟମେଣ୍ଟରେ ବାବୁଙ୍କ ସହଯୋଗୀଙ୍କ ଫ୍ଲାଟରେ ରେଡ଼ ହୋଇଛି।  ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶୋକ ପଣ୍ଡାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଅଶୋକ ହେଉଛନ୍ତି ରାଜକିଶୋରଙ୍କ ସହଯୋଗୀ।  

 

;