Post Office Close: ଅଗଷ୍ଟ ୨ରେ ବନ୍ଦ ରହିବ ଡାକଘର
Advertisement
Article Detail0/zeeodisha/odisha2862248

Post Office Close: ଅଗଷ୍ଟ ୨ରେ ବନ୍ଦ ରହିବ ଡାକଘର

ଭୁବନେଶ୍ୱର: ଡାକସେବାକୁ ସୁଗମ ଓ ବ୍ୟବସ୍ଥିତ କରିବାକୁ ସରକାର ପ୍ରୟାସରତ। ବିଭାଗ ଦ୍ୱାରା ଲୋକମାନେ କିପରି ସହଜରେ ଓ ଶୀଘ୍ର ଏହାର ଲାଭ ଉଠାଇ ପାରିବେ ସେଥିପାଇଁ ସରକାର ଡିଜିଟାଲ ମାଧ୍ୟମକୁ ଅଧିକ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଏହି କ୍ରମରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାବାସୀଙ୍କୁ ଏହାର ସୁବିଧା ଯୋଗାଇ ଦେବା ପାଇଁ ଏହି ଦୁଇ ଜିଲ୍ଲାର ମୁଖ୍ୟ

Post Office Close: ଅଗଷ୍ଟ ୨ରେ ବନ୍ଦ ରହିବ ଡାକଘର

Post Office Close: ଭୁବନେଶ୍ୱର: ଡାକସେବାକୁ ସୁଗମ ଓ ବ୍ୟବସ୍ଥିତ କରିବାକୁ ସରକାର ପ୍ରୟାସରତ। ବିଭାଗ ଦ୍ୱାରା ଲୋକମାନେ କିପରି ସହଜରେ ଓ ଶୀଘ୍ର ଏହାର ଲାଭ ଉଠାଇ ପାରିବେ ସେଥିପାଇଁ ସରକାର ଡିଜିଟାଲ ମାଧ୍ୟମକୁ ଅଧିକ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଏହି କ୍ରମରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାବାସୀଙ୍କୁ ଏହାର ସୁବିଧା ଯୋଗାଇ ଦେବା ପାଇଁ ଏହି ଦୁଇ ଜିଲ୍ଲାର ମୁଖ୍ୟ ଡାକଘର ତଥା ଏହା ଉପ ଓ ଶାଖା ଡାକଘର ଗୁଡିକରେ ବ୍ୟବସ୍ଥାରେ ଉନ୍ନତି କରାଯିବ। ମିଳିଥିବା ସୂଚନା ଅନୁସାରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯିବ। ଏଥିପାଇଁ ଆସନ୍ତା ୨ ତାରିଖରେ ଏହି ଦୁଇଜିଲ୍ଲାର ମୁଖ୍ୟ ଡାକଘର ତଥା ଉପ ଓ ଶାଖା ଡାକଘର ଗୁଡିକ ବନ୍ଦ ରହିବ। ଫଳରେ ଏହି ଦିନ ଡାକସେବା ସମ୍ପୂର୍ଣ୍ଣ ବ୍ୟାହତ ହେବ ବୋଲି କଳାହାଣ୍ଡି ଡାକମଣ୍ଡଳର ଡାକ ଅଧୀକ୍ଷକ ସୁଶାନ୍ତ କୁମର ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି। 

ମିଳିଥିବା ସୂଚନା ଅନୁସାରେ ଆନ୍ତା ୪ ତାରିଖରୁ ଏହି ଦୁଇଜିଲ୍ଲାର ସମସ୍ତ ଡାକଘରେ ସଫ୍ଟୱେୟାର ପ୍ରଚଳନ କରାଯିବ। ଫଳରେ ସହଜରେ କମ ସମୟରେ 
ଡାକସେବାର ଲାଭ ଉଠାଇପାରିବେ। ଏଥିପାଇଁ ଡାକ ବିଭାଗ ପକ୍ଷରୁ ଏସଏପି ସଫ୍ଟୱେୟାର ବଦଳରେ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଆଧୁନିକ ଡାକବ୍ୟବସ୍ଥା ଓ ପ୍ରଯୁକ୍ତି ବିଦ୍ୟ ଆଇଟି 2.0 ସଫ୍ଟୱେୟାର ପ୍ରଚଳିତ ହେବାକୁ ଯାଉଛି। ଏନେଇ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ଏହାର ସୁବିଧା କଳାହାଣ୍ଡି ଓ ନୂଆପଡା ଜିଲ୍ଲାବାସୀ ଆସନ୍ତା ୪ ତାରିଖରୁ ଲାଭ ନେଇପାରିବେ। 

;