ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ଦୁର୍ନୀତି: ନୈତିକତା ଓ ନିୟମର ଅପମାନ
Advertisement
Article Detail0/zeeodisha/odisha2779674

ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ଦୁର୍ନୀତି: ନୈତିକତା ଓ ନିୟମର ଅପମାନ

Odisha News: ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ଦୁର୍ନୀତି ଏକ ଗମ୍ଭୀର ସମସ୍ୟା ହେଉଛି, ଯାହା ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ଜନସାଧାରଣଙ୍କ ଆସ୍ଥାକୁ ହନନ କରୁଛି। ଯେଉଁ ଅଧିକାରୀମାନେ ଜନତାଙ୍କ ସେବା ଓ ରାଜ୍ୟର ବିକାଶ ପାଇଁ ନିୟୋଜିତ, ସେମାନଙ୍କ ମଧ୍ୟରୁ ଅନେକେ ନୈତିକତା, ମର୍ଯ୍ୟାଦା ଓ ସରକାରୀ ନିୟମାବଳୀକୁ ଅଣଦେଖା କରି ଦୁର୍ନୀତିରେ ଲିପ୍ତ ହେଉଛନ୍ତି। 

Odisha News
Odisha News

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ଦୁର୍ନୀତି ଏକ ଗମ୍ଭୀର ସମସ୍ୟା ହେଉଛି, ଯାହା ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ଜନସାଧାରଣଙ୍କ ଆସ୍ଥାକୁ ହନନ କରୁଛି। ଯେଉଁ ଅଧିକାରୀମାନେ ଜନତାଙ୍କ ସେବା ଓ ରାଜ୍ୟର ବିକାଶ ପାଇଁ ନିୟୋଜିତ, ସେମାନଙ୍କ ମଧ୍ୟରୁ ଅନେକେ ନୈତିକତା, ମର୍ଯ୍ୟାଦା ଓ ସରକାରୀ ନିୟମାବଳୀକୁ ଅଣଦେଖା କରି ଦୁର୍ନୀତିରେ ଲିପ୍ତ ହେଉଛନ୍ତି। ୨୦୨୫ ମସିହାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ପରିଚାଳିତ ଅନୁସନ୍ଧାନ ଏବଂ ଅଭିଯାନ ଏହି ଦୁର୍ନୀତିର ଭୟାବହ ଚିତ୍ରକୁ ପ୍ରକାଶ କରିଛି।  ୨୦୨୫ରେ  ଆଜି ଯାଏଁ ଭିଜିଲାନ୍ସ  ଦ୍ୱାରା ଜବତ ହୋଇଥିବା ସମ୍ପତ୍ତି ଓ ଅଧିକାରୀଙ୍କ ଦୁର୍ନୀତି ଉପରେ  ଏକ ନଜର ଏହି ରିପୋର୍ଟରେ। 

ସରକାରୀ ଅଧିକାରୀମାନେ ରାଜ୍ୟର ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ନିୟୋଜିତ ହୋଇଥାଆନ୍ତି। କିନ୍ତୁ ଅନେକ ଅଧିକାରୀ ନିଜର କ୍ଷମତାର ଅପବ୍ୟବହାର କରି ଅବୈଧ ଉପାୟରେ ଧନସମ୍ପତ୍ତି ଅର୍ଜନ କରୁଛନ୍ତି। ଏହା କେବଳ ସରକାରୀ ନିୟମାବଳୀର ଉଲ୍ଲଂଘନ ନୁହେଁ, ବରଂ ଜନସାଧାରଣଙ୍କ ଆସ୍ଥା ଓ ସରକାରୀ ବ୍ୟବସ୍ଥାର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି। ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଜଡ଼ିତ ଅଧିକାରୀମାନେ ନିଜର ଆୟରୁ ଅଧିକ ସମ୍ପତ୍ତି ଅର୍ଜନ କରୁଛନ୍ତି, ଯାହା ସେମାନଙ୍କ ଦୁର୍ନୀତିମୂଳକ କାର୍ଯ୍ୟକଳାପକୁ ସୂଚାଉଛି। ୨୦୨୫ ମସିହାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ପରିଚାଳିତ ଅଭିଯାନ ଏହି ଦୁର୍ନୀତିର ଅନେକ ଚିତ୍ରକୁ ସାମ୍ନାକୁ ଆଣିଛି। ଏହି ଅଭିଯାନଗୁଡ଼ିକ ସରକାରୀ ଅଧିକାରୀଙ୍କ ଅବୈଧ ସମ୍ପତ୍ତି ଓ ଆର୍ଥିକ ଅନିୟମିତତାକୁ ଉନ୍ମୋଚନ କରିଛି।

ଜାନୁଆରୀ ୩୦,  ୨୦୨୫ରେ: ଜଣେ ଆଇଟିଡିଏ ଅଧିକାରୀଙ୍କ ଭୁବନେଶ୍ୱର,, ବାଲେଶ୍ୱର,,  ଯାଜପୁର ଓ ବଣାଇର ୭ଟି ସ୍ଥାନରେ ରେଡ୍‍ କରାଯାଇଥିଲା।  ସେହିପରି ଫେବୃଆରୀ ୫,, ୨୦୨୫ରେ ମାଲକାନଗିରି    ୱାଟରସେଡ୍, ପିଡି ତଥା , ଡେପୁଟି ଡାଇରେକ୍ଟର: ସନ୍ତାନୁ ମହାପାତ୍ରଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଏହି ସମୟରେ ତାଙ୍କଠାରୁ ନଗଦ: ₹୨.୦୬ କୋଟି ଜବତ ସହ ଭୁବନେଶ୍ୱରରେ ଏକ ବହୁତଳ ପ୍ରାସାଦ ଏବଂ  ୪ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଜବତ କରିଥିଲା। ତାଙ୍କ ଘରୁ ୪୨୨ ଗ୍ରାମ ସୁନା, ବ୍ୟାଙ୍କ ଜମା: ୯୧ ଲକ୍ଷ ମଧ୍ୟ ଠାବ କରାଯାଇଥିଲା। 

ମାର୍ଚ୍ଚ ୬, , ୨୦୨୫:  ପରିବହନ ଯୁଗ୍ମ କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ସମସ୍ତଙ୍କୁ ତାଜୁବ କରିଥିଲା। ତାଙ୍କ ନାଁ ପ୍ରଦୀପ କୁମାର ମହାନ୍ତି, । ଯେଉଁ ସମ୍ପତ୍ତି ନଜରକୁ ଆସିଥିଲା ସେଥିରେ : ୩ଟି ମଲ୍ଟି-ଷ୍ଟୋରେଡ୍ ବିଲ୍ଡିଂ ରହିଛି। , ଭୁବନେଶ୍ୱରରେ ଏକ ୪-ବିଏଚକେ ଫ୍ଲାଟ, , ୨ଟି ବେନାମୀ ଫ୍ଲାଟ,, ୧୧ଟି ପ୍ଲଟ, ଏକ ୧୪ ଏକର ଫାର୍ମହାଉସ ଥିବା ଭିଜିଲାନ୍ସ ଜାଣିପାରିଛି। ଏହା ସହ ତାଙ୍କଠାରୁ ଚଢ଼ଉ ସମୟରେ ନଗଦ: ₹୧୫.୫୫ ଲକ୍ଷ ଟଙ୍କା, ୩ଟି ୧୦୦ ଗ୍ରାମ ସୁନା ବିସ୍କୁଟ ସହ , ୧.୫ କିଲୋ ଅତିରିକ୍ତ ସୁନା ଜବତ କରାଯାଇଛି। ଗାଡ଼ି:  ଆକାରରେ ୨ଟି କାର ମଧ୍ୟ ଆୟ ବହିର୍ଭୁତ ସମ୍ପତ୍ତି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।।

ମାର୍ଚ୍ଚ ୨୫, ୨୦୨୫ରେ : ଜଟଣୀ ମ୍ୟୁନିସିପାଲିଟିର ଏକ୍ସକ୍ୟୁଟିଭ ଅଫିସର, ସୂର୍ଯ୍ୟମଣି ପଟ୍ଟଯୋଶୀଙ୍କ ଘରେ ଚଢ଼ାଉ କରାଯାଇଥିଲା।  ଏଥିରୁ ନଗଦ: ୧୭ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ସହ : ୨ଟି ଫ୍ଲାଟ,, ୨ଟି ମଲ୍ଟି-ଷ୍ଟୋରେଡ୍ ବିଲ୍ଡିଂ, ଭୁବନେଶ୍ୱରରେ ୪.୫-ବିଏଚକେ ଫ୍ଲାଟ ପାଇଁ ୫୬ ଲକ୍ଷ ଆଡ଼ଭାନ୍ସ, ଦିଆଯାଇଥିବା ଜାଣିଥିଲା ଭିଜିଲାନ୍ସ।  ୧୧ଟି ପ୍ଲଟ ମଧ୍ୟ ଉନ୍ମୋଚିତ ତାଲିକାରେ ରହିଛି। 

ଏପ୍ରିଲ ୧୧, , ୨୦୨୫ରେ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ,ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ ଇଞ୍ଜିନିୟର ପବିତ୍ର ମୋହନ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ ହୋଇଥିଲା। ଏଥିରେ ନଗଦ: ₹୧୮.୫ ଲକ୍ଷ ଟଙ୍କା  ଜବତ କରାଯାଇଥିଲା। 
ଏପ୍ରିଲ ୧୬, , ୨୦୨୫: ରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ ଇଞ୍ଜିନିୟର ରାମ ଚନ୍ଦ୍ର ସତପଥୀ,ଙ୍କ ଅଫିସ ଓ ବାସଭବନରୋ ଚଢ଼ାଉ କରାଯାଇଥିଲା। ଏଥିରେ ନଗଦ:୨୨ ଲକ୍ଷ ଟଙ୍କା  ଜବତ କରାଯିବା ସହ ଢେଙ୍କାନାଳରେ ଏକ ଡବଲ-ଷ୍ଟୋରେଡ୍ ବିଲ୍ଡିଂ, ବାରଙ୍ଗ (କଟକ)ରେ ଏକ ହାଇ-ଭାଲ୍ୟୁ ପ୍ଲଟ,  ଢେଙ୍କାନାନାଳ ଓ ଆଖପାଖରେ ୨୦ଟି ପ୍ଲଟ  ଠାବ କରାଯାଇଥିଲା। 

ମେ ୨୩,, ୨୦୨୫ରେ ନୂଆପଡ଼ା ଜିଲ୍ଳା ଖଡ଼ିଆଳରେ ପୂର୍ତ୍ତବିଭାଗର :, ଜୁନିୟର ଇଞ୍ଜିନିୟର,  ସୁଶାନ୍ତ କୁମାର ସେଠୀ ଆସିଥିଲେ ଭିଜିଲାନ୍ସ ଜାଲକୁ। ଏହି ଚଢ଼ାଉରେ : ୩ଟି ମଲ୍ଟି-ଷ୍ଟୋରେଡ୍ ବିଲ୍ଡିଂ, ଏକ ଫାର୍ମହାଉସ, ୯ଟି ପ୍ଲଟ  ଠାବ କରାଯାଇଥିଲା। : ୨ଟି କାର ସହ ନଗଦ ଜମା:୫୫ ଲକ୍ଷ ଟଙ୍କା ମଧ୍ୟଆ ଜବତ କରିଥିଲା ଭିଜିଲାନ୍ସ। 
ମେ ୨୯,, ୨୦୨୫ରେ ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗର , ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ସାହଦେବ କିସାନଙ୍କ ଉପରେ ଚଢ଼ଉ ହୋଇଥିଲା। ଏଥିରେ ତାଙ୍କ ନାଁରେ ଥିବା  ସମ୍ବଲପୁରରେ ୨ଟି ହାଇ-ଭାଲ୍ୟୁ ପ୍ଲଟ, ନିବେଶ: ୫୦ ଲକ୍ଷ ଟଙ୍କା,  ୧୦୦ ଗ୍ରାମ ସୁନା ଜବତ କରାଯାଇଥିଲା। ଏ ବାବୁ ୧୦ ଲକ୍ଷ ଟଙ୍କାର ଗୃହ ସଜ୍ଜା ସାମଗ୍ରୀ ରଖିଥିବା ମଧ୍ୟ ଭିଜିଲାନ୍ସ ଜାଣିବାକୁ ପାଇଥିଲା। 
ଖାଲି ସେତିକି ନୁହେଁ ଏହି ମହାଶୟ ନିଜ ନାଁରେ ଲାଞ୍ଚ ନେଲେ ଧରାପଡ଼ିବେ େବାଲି ଜାଣି ନିଜର ଜଣେ ଉତ୍ତରପ୍ରଦେଶ ବନ୍ଧୁଙ୍କ ଆକାଉଣ୍ଟରେ ଅର୍ଥ ନେଉଥିଲେ। 

ମେ ୨୯, ୨୦୨୫: ଗଜପତି କ୍ଷୁଦ୍ର ଜଳ ସେଚନରେ ଡିଭିଜନାଲ ଆକାଉଣ୍ଟସ ଅଫିସର ଭାବେ କାର୍ଯ୍ୟ କରୁଥିବା ସୁରଜ ପ୍ରସାଦ ଜୟସୱାଲ,  ଓ  ସିନିୟର ଆସିଷ୍ଟାଣ୍ଟ ନରେଶ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଧରିଥିଲା।  
 
ଭିଜିଲାନ୍ସର ଏହି ଚଢ଼ଉ ସ୍ପଷ୍ଟ କରୁଛି ଯେ , ସରକାରୀ ଅଧିକାରୀମାନେ ନିଜର କ୍ଷମତାର ଅପବ୍ୟବହାର କରି କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରୁଛନ୍ତି। ଏହା ସରକାରୀ ବ୍ୟବସ୍ଥା ଓ ଜନସାଧାରଣଙ୍କ ମଧ୍ୟରେ ଏକ ବିଶ୍ୱାସଘାତକତା ସୃଷ୍ଟି କରୁଛି। ଜନସାଧାରଣ ଯେଉଁ ଅଧିକାରୀଙ୍କୁ ନିଜର ସେବକ ଭାବେ ଗ୍ରହଣ କରିଛନ୍ତି, ସେମାନେ ଯଦି ଦୁର୍ନୀତିରେ ଲିପ୍ତ ହୁଅନ୍ତି, ତେବେ ଏହା ସାମାଜିକ ଓ ଆର୍ଥିକ ବିକାଶକୁ ବାଧା ସୃଷ୍ଟି କରେ।

;