Hidden Camera: ପୁଣି ଶ୍ରୀମନ୍ଦିର ମଧ୍ୟକୁ ଗଲା ହିଡେନ କ୍ୟାମେରା
Advertisement
Article Detail0/zeeodisha/odisha2867765

Hidden Camera: ପୁଣି ଶ୍ରୀମନ୍ଦିର ମଧ୍ୟକୁ ଗଲା ହିଡେନ କ୍ୟାମେରା

ପୁରୀ: ପୁଣି ଶ୍ରୀମନ୍ଦିରରୁ ଧରାପଡ଼ିଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା। । ଅପରାହ୍ନ ପ୍ରାୟ ୫.୩୦ ମିନିଟ ସମୟରେ ଶ୍ରୀମନ୍ଦିର କୀର୍ତ୍ତନ ଚକଡା଼ ନିକଟରୁ ଜବତ ହୋଇଛି ଏହି ହିଡେନ କ୍ୟାମେରା। ଗୁଜୁରାଟ ସୁରତ ଅଞ୍ଚଳର ବିପୁଳ ପଟେଲ ନାମକ ଜଣେ ଭକ୍ତଙ୍କ ନିକଟରୁ ଜବତ ହୋଇଛି ଏହି ହିଡେନ କ୍ୟାମେରା। ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କୟଦ କରିଥିଲା&

Hidden Camera: ପୁଣି ଶ୍ରୀମନ୍ଦିର ମଧ୍ୟକୁ ଗଲା ହିଡେନ କ୍ୟାମେରା

Hidden Camera: ପୁରୀ: ପୁଣି ଶ୍ରୀମନ୍ଦିରରୁ ଧରାପଡ଼ିଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା। । ଅପରାହ୍ନ ପ୍ରାୟ ୫.୩୦ ମିନିଟ ସମୟରେ ଶ୍ରୀମନ୍ଦିର କୀର୍ତ୍ତନ ଚକଡା଼ ନିକଟରୁ ଜବତ ହୋଇଛି ଏହି ହିଡେନ କ୍ୟାମେରା। ଗୁଜୁରାଟ ସୁରତ ଅଞ୍ଚଳର ବିପୁଳ ପଟେଲ ନାମକ ଜଣେ ଭକ୍ତଙ୍କ ନିକଟରୁ ଜବତ ହୋଇଛି ଏହି ହିଡେନ କ୍ୟାମେରା। ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କୟଦ କରିଥିଲା  ଫୋଟୋ ଓ ଭିଡିଓ। ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରିଛି। 

ତେବେ ସଂପୃକ୍ତ ଭକ୍ତ କୀର୍ତ୍ତନ ଚକଡା଼ରେ ଥିବାବେଳେ ପୁଲିସ ଓ ଜେଟିପି ଏହି ହିଡେନ କ୍ୟାମେରା ଯୁକ୍ତ ଚଷମାକୁ ଦେଖି ସନ୍ଦେହ ପ୍ରକଟ କରିଥିଲେ। ପଚରାଉଚୁରା କରିବା ପରେ ସେ ସବୁ ସତକଥା କହିଥିଲା। ଗତ ୩ତାରିଖରୁ ଏକ ହୋଟେଲରେ ରହୁଛନ୍ତି। ଆଜି ହିଡେନ କ୍ୟାମେରା ନେଇ ମନ୍ଦିରକୁ ଯାଇଥିଲେ। ସ୍ଵିଡେନ କ୍ୟାମେରା ଚଷମାରେ ଫଟୋ ଉତ୍ତୋଳନ କରିଥିଲେ। ମାତ୍ର ହୋଟେଲରେ ଥିବା ମୋବାଇଲ ମେମୋରିରେ ଏସବୁ ଫଟୋ କଏଦ ହୋଇଥିବା ସଂପୃକ୍ତ ଭକ୍ତ କହିଥିଲେ। ସିଂହଦ୍ଵାର ପୁଲିସ ଭକ୍ତ ରହୁଥିବା ହୋଟେଲ ରୁମ୍ ରୁ କ୍ୟାମେରା ଯୁକ୍ତ ରେ-ବେନ୍ ଚଷମା ଓ ଗୋଟିଏ ସ୍ଯାମସଙ୍ଗ ସ୍ମାର୍ଟ ଫୋନ୍ ଜବତ କରାଯାଇଛିା ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ପୁଲିସ ଏନେଇ ସିଂହଦ୍ଵାର ଥାନାରେ କେଶ୍ ନମ୍ବର 120, ଦଫା 30(A)4(C) ଜଗନ୍ନାଥ ଟେମ୍ପୁଲ ଆକ୍ଟରେ ମାମଲା ରୁଜୁ ହେବା ସହ ମୋବାଇଲ ଜବତ କରିଛି ସିଂହଦ୍ୱାର ଥାନା ପୁଲିସ। 

ସେପଟେ ଗତମାସ ୨୮ ତାରିଖରେ ଆଉ ଜଣେ ଯୁବକ ହିଡେନ କ୍ୟାମେରା ଯୁକ୍ତ ଚଷମା ଶ୍ରୀମନ୍ଦିରକୁ ନେଇ ଧରାପଡିଥିଲା। ସିଂହଦ୍ଵାର ପୁଲିସ  ହିଡେନ କ୍ୟାମେରାକୁ ଜବତ କରି ଯୁବକଙ୍କୁ ଛାଡି ଦେଇଥିଲେ। ପରେ ହିଡେନ କ୍ୟାମେରାକୁ ଟିକନିକ୍ ଯାଞ୍ଚ କରିବା ପରେ ଫେରାଇ ଦେଇଥିଲେ। ତେବେ ଯୁବକ ଜଣକ ପୁରୀ ଗଜପତି ନଗରର ଅଭିସିତ୍ କର ବୋଲି ଜଣାପଡିଥିଲା।

ସ୍ଵିଡେନ କ୍ୟାମେରା ନେଇ ଗିରଫ ହୋଇଥିବା ଅଭିଯୁକ୍ତଂକୁ ୪୧ରେ ନୋଟିସ ଦେଇ ଛାଡିଛି ପୁଲିସ। ସବୁଠାରୁ ବଡ଼କଥା ହେଉଛି ଜୁଲାଇ ୨୮ରେ ସମାନ ଢଙ୍ଗରେ ଆଉ ଏକ ଘଟଣା ଘଟିଥିଲା। ହିଡେନ କ୍ୟାମେରା ନେଇ ମନ୍ଦିର ଯାଇଥିବା ଯୁବକକୁ ସିଂହଦ୍ଵାର ପୁଲିସ ଥାନାକୁ ଆଣି ଛାଡ଼ିଦେଇ ଥିବା ବେଳେ ତାର କ୍ୟାମେରା ମଧ୍ୟ ଫେରାଇ ଦେଇଥିଲେ। ହେଲେ ଏହି ଅଣଓଡିଆ ଭକ୍ତଙ୍କୁ ଗିରଫ କରିବା ସହ ତାର ମୋବାଇଲ ଓ କ୍ୟାମେରା ଯୁକ୍ତ ଚଷମାକୁ ଜବତ କରିଛି ସିଂହଦ୍ୱାର ପୁଲିସ। ଏଣୁ ଦୁଇଟି ମାମଲା ଅଲଗା ହୋଇଥିଲେ ମଧ୍ୟ ଘଟଣା ସମାନ। କିନ୍ତୁ ଦଣ୍ଡ ଅଲଗା ହେବା ସିଂହଦ୍ଵାର ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଉଠିଛି ପ୍ରଶ୍ନ।

;