Odisha Assembly: ବିଧାନସଭା ପ୍ରେସ୍‌ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା
Advertisement
Article Detail0/zeeodisha/odisha2678284

Odisha Assembly: ବିଧାନସଭା ପ୍ରେସ୍‌ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା

Odisha Assembly: ବିଧାନସଭା ପ୍ରେସ୍‌ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା। ସାମ୍ବାଦିକଙ୍କ ଉପରେ ଲାଗିଲା କଟକଣା । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି । ତେବେ ଯାହାକୁ ଗ୍ରହଣ କରି ପାରିନାହାନ୍ତି ସାମ୍ବାଦିକ । ସମସ୍ତ ସାମ୍ବାଦିକ ଏହାର ପ୍ରତିବାଦ କରି ପ୍ରେସ ଗ୍ୟାଲେରୀକୁ ଯିବାକୁ ବୟକଟ କରିଛନ୍ତି। ଏ-ହାସହିତ ଗାନ୍ଧୀମୂର୍ତ୍ତି ତଳେ ଧାରଣ ଦେଇଛନ୍ତି ସାମ୍ବାଦିକ।

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ବିଧାନସଭାରେ ଧସ୍ତାଧସ୍ତି ସହ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ଗୃହରେ ଧସ୍ତାଧସ୍ତି ହୋଇଥିଲେ । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଗଣତନ୍ତ୍ରର ମନ୍ଦିରରେ ଏଭଳି ଧସ୍ତାଧସ୍ତି ଗାଳି ଗୁଲଜକୁ ସମସ୍ତ ବିରୋଧ କରୁଥିବା ମଧ୍ୟ ଦେଖାଯାଇଥିଲା । ତେବେ ଏହାପରେ ଆଜି ସାମ୍ବାଦିକଙ୍କୁ ମୋବାଇଲ ଫୋନ ବାରଣ କରାଯାଇଛି। ସେପଟେ, ଏହି ଘଟଣାକୁ ବିରୋଧ କରିଛନ୍ତି ସାମ୍ବାଦିକମାନେ।  ତେବେ ବିଧାୟକ ଭୁଲ କରିଲେ ଏହାର ପରିଣାମ ସାମ୍ବାଦିକ କାହିଁକି ଭୋଗିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ବାଚସ୍ପତି ସାମ୍ବିଦିକମାନଙ୍କୁ ସ୍ବାଧୀନତା ଦିଅନ୍ତୁ ବୋଲି କହି ଧାରଣାରେ ବସିଛନ୍ତି ବିଧାୟକ ।

;