Odisha News: 'ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ'
Advertisement
Article Detail0/zeeodisha/odisha2821705

Odisha News: 'ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ'

Odisha News: ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସଜାଗ ସରକାର। ଜଳକା,ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ରେ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବା ପରେ ଚିନ୍ତାରେ ଅଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି ।

Odisha News: 'ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ'

Odisha News: ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସଜାଗ ସରକାର। ଜଳକା,ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ରେ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବା ପରେ ଚିନ୍ତାରେ ଅଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି  ବାଲେଶ୍ୱର, କେନ୍ଦୁଝର,ମୟୁରଭଂଜରେ ମାଗଣା ରୋଷେଇ ଘର ଖୋଲା ଯାଇଛି । ଆଗାମୀ ୭ ଦିନ ଯାଏଁ ମାଗଣା ଖାଦ୍ୟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି। ମୟୁରଭଞ୍ଜରେ ୫୦୭୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

 

୭୭ ଗ୍ରାମ ପଂଚାୟତ ପ୍ରଭାବିତ ହୋଇଛି । ୪୪ ଟି ମାଗଣା ରୋଷେଇ ଘର ଖୋଲା ଯାଇଛି।  ଓଡ୍ରାଫ ୭ ୟୁନିଟ, ଅଗ୍ନିଶମ ୭ ୟୁନିଟ ମୁତୟନ ଅଛିନ୍ତି । ବାଲେଶ୍ୱର ଜିଲ୍ଲାରେ ୧୧୩୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୫ ଗ୍ରାମ ପଂଚାୟତ ପ୍ରଭାବିତ ହୋଇଛି।  ୬ଟି ମାଗଣା ରୋଷେଇ ଘର ଖୋଲା ଯାଇଛି। ୪ ଓଡ୍ରାଫ ଓ ୮ ଅଗ୍ନିଶମ ୟୁନିଟ ମୁତୟନ ଅଛନ୍ତି। ଆଉ ଦୁଇ ଓଡ୍ରାଫ ୟୁନିଟ ଆଜି ବାଲେଶ୍ୱର ପହଂଚିବ। ଉଭୟ ମୟୁରଭଞ୍ଜ ଓ ବାଲେଶ୍ୱରର ୭ ଟି ଲେଖାଏଁ ବ୍ଲକ ସହ ସମୁଦାୟ ୧୪ ବ୍ଲକ ପ୍ରଭାବିତ ହୋଇଛି। କେନ୍ଦ୍ରାଞ୍ଚଳ RDC ବାଲେଶ୍ୱରରେ ଅଛନ୍ତି। ଘାଇ ମରାମତି କାମ ଚାଲିଛି,ପାଣି ଛାଡିବା ପରେ ସାପ କାମୁଡିବା ଭୟ ରହିଛି । ସେଥିପାଇଁ CHC ଓ PHC ଗୁଡିକୁ ପର୍ଯ୍ୟାପ୍ତ ଆଣ୍ଟି ସ୍ନେକ ଭେ ନମ ଯୋଗାଇ ଦିଆଯାଇଛି । ସେପଟେ , ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି। ବର୍ଷା ପାଣି ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍‌ର ପାଣି ଆସୁଛି। ଝାଡ଼ଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛୁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। 

 

;