ନିଜ ଆଡୁ ରାସନ କାର୍ଡ ଫେରାଇବା ପାଇଁ ପୁଣିଥରେ ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାନ୍ତୁ । ଏଥିସହ ସହରାଞ୍ଚଳରେ ଯେଉଁମାନଙ୍କର ଆୟ ମାସକୁ ୧୫ ହଜାର ଟଙ୍କା ସେମାନେ ମଧ୍ୟ କାର୍ଡ ଫେରାଇ ଦିଅନ୍ତୁ ।
Trending Photos
ଭୁବନେଶ୍ୱର: ନିଜ ଆଡୁ ରାସନ କାର୍ଡ ଫେରାଇବା ପାଇଁ ପୁଣିଥରେ ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାନ୍ତୁ । ଏଥିସହ ସହରାଞ୍ଚଳରେ ଯେଉଁମାନଙ୍କର ଆୟ ମାସକୁ ୧୫ ହଜାର ଟଙ୍କା ସେମାନେ ମଧ୍ୟ କାର୍ଡ ଫେରାଇ ଦିଅନ୍ତୁ ।
ମନ୍ତ୍ରୀ କହିଛନ୍ତି ଯେ, ସରକାର ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେନି ତେଣୁ ତୁରନ୍ତ ଫେରାଇ ଦିଅନ୍ତୁ । କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି । ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି । ୮୦ ହଜାର ଅଯୋଗ୍ୟ ହିତାଧିକାରୀ ୧୨ ହଜାର ରାସନ କାର୍ଡ ଫେରାଇଲେଣି । ସାଢ଼େ ୪ ହଜାର ସରକାରୀ କର୍ମଚାରୀ ମଧ୍ୟ କାର୍ଡ ଫେରାଇଛନ୍ତି ବୋଲି ସୂଚନା ଦେଇଛନ୍ତି ।
Also Read- ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ‘ଶିମଲୀ’ ଫିଲ୍ମର ସମସ୍ତ କର୍ମକର୍ତ୍ତା
Also Read- Budh Gochar 2025: ୭ ମଇ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ ବୁଧ, ଜାଣନ୍ତୁ ପଡିବ କିପରି ପ୍ରଭାବ