Naba Das Murder case: ନବ ଦାସଙ୍କ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ସିବିଆଇ ତଦନ୍ତ ପାଇଁ ନିବେଦନ ହୋଇପାରେ
Advertisement
Article Detail0/zeeodisha/odisha2683220

Naba Das Murder case: ନବ ଦାସଙ୍କ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ସିବିଆଇ ତଦନ୍ତ ପାଇଁ ନିବେଦନ ହୋଇପାରେ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବ ଦାସଙ୍କ ପତ୍ନୀ ମିନତୀ ଦାସ। ଉଭୟ ଇମେଲ ଏବଂ  ଡାକ ମାଧ୍ୟମରେ ଏହି ଚିଠିକୁ ସେ ପଠାଇଥିବା ସୂଚନା ଦେଇଛନ୍ତି ନବଙ୍କ ପୁଅ ବିଶାଲ୍‍ ଦାସ। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନା ପାଇଁ ସମୟ ମାଗିଥିବା ଶ୍ରୀ ଦାସ କହିଛନ୍ତି।

Naba Das Murder case: ନବ ଦାସଙ୍କ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ସିବିଆଇ ତଦନ୍ତ ପାଇଁ ନିବେଦନ ହୋଇପାରେ

Naba Das Murder Case: ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବ ଦାସଙ୍କ ପତ୍ନୀ ମିନତୀ ଦାସ। ଉଭୟ ଇମେଲ ଏବଂ  ଡାକ ମାଧ୍ୟମରେ ଏହି ଚିଠିକୁ ସେ ପଠାଇଥିବା ସୂଚନା ଦେଇଛନ୍ତି ନବଙ୍କ ପୁଅ ବିଶାଲ୍‍ ଦାସ। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନା ପାଇଁ ସମୟ ମାଗିଥିବା ଶ୍ରୀ ଦାସ କହିଛନ୍ତି। 

ଜାନୁୟାରୀ ୨୯, ୨୦୨୩ ମସିହାରେ ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାର ଏକ ସାଧାରଣ ସମାବେଶରେ ଯୋଗ ଦେବାଲାଗି ଆସୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତାଙ୍କ ସୁରକ୍ଷା କର୍ମୀ ଗୋପାଳ ଦାସଙ୍କୁ ସେ ସମୟରେ କ୍ରାଇମ୍‍ ବ୍ରାଞ୍ଚ ଏହି ଅଭିଯୋଗରେ ଗିରଫ କରିଥିଲା। ଘଟଣାର କାରଣ ଏଯାଏ ଜଣାପଡ଼ି ନଥିଲେ ମଧ୍ୟ ଏହାକୁ ଏକ ରାଜନୀତିକ ହତ୍ୟା ବୋଲି  ସେତେବଳେ ବିରୋଧୀ ଦଳରେ ଥିବା ବିଜେପି ଅଭିଯୋଗ କରିଥିଲା। କିନ୍ତୁ ସରକାରୀ କଳ ପକ୍ଷରୁ ବିଭିନ୍ନ ପ୍ରମାଣ ଏବଂ ନିରପେକ୍ଷ ତଦନ୍ତର ଉଦାହରଣ ଦିଆଯାଇଥିଲା। ହେଲେ ଏଯାଏ ତଦନ୍ତ ରିପୋର୍ଟକୁ କୋର୍ଟରେ ଉପସ୍ଥାପନ କରାଯାଇ ନାହିଁ। କ୍ରାଇମ ବ୍ରାଞ୍ଚ ପକ୍ଷରୁ ତଦନ୍ତ  ଶେଷ ହୋଇ ନାହିଁ ବୋଲି କୁହାଯାଇଛି। 

କିଛିଦିନ ପୂର୍ବେ ରାଜ୍ୟରେ ସରକାର ପରିବର୍ତ୍ତନ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇ ନବଙ୍କ ଝିଅ ପରାଜିତ ହେବା ପରେ ଝାରସୁଗୁଡ଼ାରେ ରାଜନୀତିକ ସମୀକରଣରେ ପରିବର୍ତ୍ତନ ହୋଇଛି। ଏପରିକି ନବଙ୍କ  ପୁଅ ଦିପାଲି ଏବଂ ପୁଅ ବିଶାଲ୍‍ ଏ ଭିତରେ ଏକ ଟେଲିଭିଜନ୍‍ ଚ୍ୟାନେଲ୍‍କୁ ସାକ୍ଷାତକାର ଦେଇ ଏହି ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଦାବି କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ଏହି ତଦନ୍ତ ପାଇଁ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇଁ କହିଥିଲେ। 

 ଗତ ୧୧ ତାରିଖ ଦିନ ନବଙ୍କ ପତ୍ନୀ ମିନତୀ ଏ ନେଇ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ବିଶାଲ କହିଛନ୍ତି। ଏ ଚିଠିର ଉତ୍ତର ଏଯାଏ ଆସି ନାହିଁ। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଏହି ଚିଠିର ଏକ ନକଲକୁ ଡାକ ମାଧ୍ୟମରେ ପଠାଯାଇଛି। ଏ ଭିତରେ ୬ ଦିନ ବିତିଛି।

ବିଶାଲ୍‍ଙ୍କ ଏହି ସୂଚନା ପରେ ଏବେ ରାଜନୀତି ସରଗରମ ହୋଇଛି। ବିଧାନସଭାରେ ଏ ପ୍ରସଙ୍ଗ ଆଜି  ଉଠିପାରେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି। ଏହି ଚିଠିକୁ ନେଇ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‍ ବୋଲି ବିରୋଧୀ ପ୍ରଶ୍ନ କରିପାରନ୍ତି। ଅପରପକ୍ଷେ ଗୃହରେ ଏ ବିଷୟକୁ ଉଠାଇ ଶାସକ ଦଳ  ମୁଖ୍ୟ ବିରୋଧୀଙ୍କ ମୁହଁ ବନ୍ଦ କରିପାରିପରନ୍ତି।

;