ଆଜି ଶ୍ରୀ ବାହିନୀପତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ସେ ଗୃହକାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ।
Trending Photos
Odisha Assembly:ଭୁବନେଶ୍ୱର: ବିଧାନସଭାରେ ଉଭୟ ବିରୋଧି ବିଜେଡି ଓ କଂଗ୍ରେସ ଗୃହ ମଧ୍ୟକୁ ପ୍ରବେଶ କରି ହଟ୍ଟଗୋଳ କରିବାରୁ ସମ୍ପୂର୍ଣ୍ଣ ପ୍ରଶ୍ନୋତ୍ତର କାଳ ବାତିଲ ହୋଇଛି। କଂଗ୍ରେସ ପକ୍ଷରୁ ଘଣ୍ଟ ବାଡେଇ ଅଭିନବ ପ୍ରତିବାଦ ପ୍ରୟାସ କରାଯାଇଥିଲା। ଗତକାଲି ହୁଇସିଲ ବଜାଇ କଂଗ୍ରେସ ବିଧାୟକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧିଙ୍କର କୌଣସି ପ୍ରଶ୍ନର ଉତ୍ତର ନ ପାଇ ଗଣମାଧ୍ୟମକୁ ସୁଯୋଗ ଦିଆଯାଉନଥିବାରୁ ଏପରି ବିରୋଧ ପ୍ରଦର୍ଶନ କରାଯାଉଛି। ଅପରପକ୍ଷେ ଗୃହକୁ ସ୍ୱଭାବିକ କରିବା ଲକ୍ଷ୍ୟରେ ଆଜି ମାତ୍ର ଦୁଇ ମିନିଟ ପରେ ଗୃହକାର୍ଯ୍ୟକୁ ମୁଲତବୀ କରିଛନ୍ତି ବାଚସ୍ପତି।
ବିଧାନସଭାରେ ସିଧାପ୍ରସାରଣ ଚାଲୁଥିବା ବେଳେ ବିରୋଧି ଭିନ୍ନ ଭିନ୍ନ ଉପାୟରେ ଗୃହରେ ମିଡିଆର ଧ୍ୟାନ ଆକର୍ଷଣ କରିବାକୁ ଉଦ୍ୟମ କରି ଆସୁଛି। ଅନେକ ସମୟରେ ପ୍ଲାକାର୍ଡ, ପୋଷ୍ଟର ଧରି ଏମାନେ ଗୃହରେ ପ୍ରବେଶ କରୁଛନ୍ତି। ଏହା ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛି ବୋଲି ଶାସକ ଦଳ ଅଭିଯୋଗ କରିଛନ୍ତି। ଏହି ଆଧାରରେ ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ବାଚସ୍ପତି ବାରମ୍ବାର ବିରୋଧି ଦଳଙ୍କୁ ଶୃଙ୍ଖଳା ରକ୍ଷା କରିବା ଲାଗି ଅନୁରୋଧ କରିଆସିଛନ୍ତି। କିନ୍ତୁ ବିରୋଧି ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ କରିବାକୁ ଯାଇ ଗୃହର ମଧ୍ୟଭାଗରେ ପ୍ରବେଶ କରିବା ବାଚସ୍ପତିଙ୍କ ଟେବୁଲ ଉପରକୁ ଉଠିବା, ମାଇକ ଭାଙ୍ଗିବା ଆଦି ଅନେକ ବିଶୃଙ୍ଖଳା କରିଥିବା ଅଭିଯୋଗ ହୋଇଛି। ଏପରିକି ଶାସକ ଏବଂ ବିରୋଧି ଦଳର ବିଧାୟକଙ୍କ ମଧ୍ୟରେ ଗୃହରେ ହାତାହାତି ହୋଇଥିବା ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି। ଏସବୁ ବିବାଦୀୟ ଦୃଶ୍ୟକୁ ନିୟନ୍ତ୍ରଣ କରିବାକୁ ଯାଇ ବାଚସ୍ପତି ଗୃହରେ ଗଣମାଧ୍ୟମଙ୍କ ଫଟୋ ଉତ୍ତୋଳନକୁ ବାରଣ କରିଛନ୍ତି। ଏହା ସାମ୍ବିଧାନିକ ଅଧିକାର ବିରୋଧି ଏବଂ ବିରୋଧିଙ୍କର ସ୍ୱର ବନ୍ଦ କରିବା ପାଇଁ ଏକ ପ୍ରକ୍ରିୟା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଗତକାଲି ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ।
ଆଜି ଶ୍ରୀ ବାହିନୀପତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ସେ ଗୃହକାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ।