Odisha News: ସରକାର ଖୋଲିବେ ପୋଷଣ କେନ୍ଦ୍ର: ମିଳିବ ରିହାତି ରାସନ୍‍
Advertisement
Article Detail0/zeeodisha/odisha2799110

Odisha News: ସରକାର ଖୋଲିବେ ପୋଷଣ କେନ୍ଦ୍ର: ମିଳିବ ରିହାତି ରାସନ୍‍

ଭୁବନେଶ୍ୱର:  ରାଜ୍ୟ ସରକାର ବର୍ଷପୂର୍ତ୍ତିରେ ନୂଆ ଘୋଷଣା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରାସନ୍‍ ବିକ୍ରି କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ନୁଆ ପଦକ୍ଷେପରେ ପଞ୍ଚାୟତ ସ୍ତରରେ ଏକ ଜନ ପୋଷଣ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ବଣ୍ଟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେ

Odisha News: ସରକାର ଖୋଲିବେ ପୋଷଣ କେନ୍ଦ୍ର: ମିଳିବ ରିହାତି ରାସନ୍‍

Odisha News: ଭୁବନେଶ୍ୱର:  ରାଜ୍ୟ ସରକାର ବର୍ଷପୂର୍ତ୍ତିରେ ନୂଆ ଘୋଷଣା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରାସନ୍‍ ବିକ୍ରି କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ନୁଆ ପଦକ୍ଷେପରେ ପଞ୍ଚାୟତ ସ୍ତରରେ ଏକ ଜନ ପୋଷଣ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ବଣ୍ଟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। 
ପୂର୍ବରୁ ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ମିଳୁଥିଲା। କିନ୍ତୁ ୨୦୦୦ ପରେ ଏସବୁ ଧୀରେ ଧିରେ ବନ୍ଦ କରାଯାଇ କେବଳ ଚାଉଳ ବଣ୍ଟନକୁ ଗୁରୁତ୍ୱ ଦିଆଯାଇ ଆସୁଛି। ଏବେ ପୁଣିଥରେ ରାଜ୍ୟ ସରକାର ପୂର୍ବ ଢାଞ୍ଚାକୁ ଆପଣାଇବାକୁ ଯୋଜନା କରିଛନ୍ତି। ଏହି ଢାଞ୍ଚାରେ ଗାଁ ଗହଳିର ମଧ୍ୟମ ବର୍ଗଙ୍କୁ ଉଚ୍ଚ ଗୁଣବତ୍ତାସମ୍ପନ୍ନ ସାମଗ୍ରୀକୁ ସୁଲଭ ଦରରେ ଯୋଗାଇବାର ବ୍ୟବସ୍ଥା କରାଯିବ। ଏଥିରେ ଅଟା, ଚାଉ, ଚିନି, ଲୁଣ, ଡାଲି ଭଳି ସାମଗ୍ରୀ ବିକ୍ରି କରାଯିବାର ଯୋଜନା ରହିଛି। ଭାରତ ସରକାର ପୂର୍ବରୁ ଭାରତ ବ୍ରାଣ୍ଡରେ ବିଭିନ୍ନ କେନ୍ଦ୍ରୀୟ ଭଣ୍ଡାରରେ ଏହିପରି ସାମଗ୍ରୀ ବିକ୍ରି ପରୁଛନ୍ତି। ରାଜ୍ୟର ମଧ୍ୟବିତ୍ତଙ୍କ ଚାହିଦାକୁ ଆଖିରେ ରଖି ସରକାର ଏହିପରି ଜନ ପୋଷଣ ଦୋକାନ ଖୋଲିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ଟି ପଞ୍ଚାୟତରେ ଏହି ଦୋକାନ ଖୋଲିବ। ଏହାପରେ ଏହା ପ୍ରତି ପଞ୍ଚାୟତକୁ ବ୍ୟାପିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

;