Trending Photos
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଜନ ଗହଳିପୂର୍ଣ୍ଣ ରାସ୍ତାରେ ଏବେ ଏକ ସ୍ୱତନ୍ତ୍ର ଆସ୍ତରଣ ଦେବା କାର୍ଯ୍ୟ ଆରମ୍ଭ ହୋଇଛି। ଇଞ୍ଜିନିୟରିଂ ଭାଷାରେ ଏହାକୁ ଷ୍ଟୋନ ମ୍ୟାଟ୍ରିକ୍ ଆସ୍ଫାଲାଟ୍ ବା ଏସ୍ଏାମ୍ଏୟ ବୋଲି କୁହାଯାଉଛି। ଏହାଦ୍ୱାରା ରାସ୍ତାରେ ଦୁର୍ଘଟଣା ହ୍ରାସ, ରାସ୍ତାର ସ୍ଥାୟୀତ୍ବ ବୃଦ୍ଧି ଭଳି ଅନେକ ଫାଇଦା ମିଳିବ ବୋଲି ପ୍ରଚାର କରାଯାଉଛି। ମୋହନ ମାଝି ସରକାରଙ୍କ ଦ୍ୱାରା ଏହା ଏକ ଅଭିନବ ପ୍ରୟାସ ବୋଲି କୁହାଯାଉଥିଲେ ମଧ୍ୟ ପୂର୍ବରୁ ଏମିତି ବିଫଳ ଉଦ୍ୟମ ପୂର୍ବରୁ ଅନେକ ହୋଇଛି। ତଥାପି ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଛକରେ ଏସ୍ଏମ୍ଏର ଆବରଣ ପରେ ଏୟାରପୋର୍ଟ ଛକରେ ଏପରି ଆବରଣ ବିଛା ଯାଉଛି। ଏହାପରେ ଗଭର୍ଣ୍ଣର ହାଉସ୍ ଛକ, କଳିଙ୍ଗ ଷ୍ଟାଡିୟମ ଛକରେ ଏପରି ବ୍ୟବସ୍ଥା ହେବାକୁ ସ୍ଥିର କରାଯାଇଛି।
ପ୍ରଶ୍ନ ଉଠୁଛି ଏଭଳି ଏସ୍ଏଇମ୍ଏ ଆବରଣ କାହିଁକି ହୁଏ ଏବଂ କେଉଁ ରାସ୍ତା ପାଇଁ ଏହା ଉପଯୋଗୀ? ଏ ବାବଦରେ ଭାରତ ସରକାରଙ୍କ ରାଜମାର୍ଗ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ବିଜ୍ଞପ୍ତି ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଏହିପରି ଆବରଣ କେଉଁଠି ବିଛାଇବା ଆବଶ୍ୟକ ତାହା ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଏ ଚିଠିକୁ ଦେଖିଲେ ଓଡ଼ିଶା ସରକାର କେମିତି ସେ ନିର୍ଦ୍ଦେଶାବଳୀ ବା ମାର୍ଗଦର୍ଶିକାକୁ ଉଲ୍ଲଂଘନ କରୁଛନ୍ତି ତାହା ସ୍ପଷ୍ଟ ହୁଏ।
ଏଥିରେ କୁହାଯାଇଛି ଯେ, ଏସ୍ଏିମ୍ଏ ହେଉଛି ପାରମ୍ପରିକ ଭାବେ ବ୍ୟବହାର କରାଯାଉଥିବା ପିଚୁ କଂକ୍ରିଟ୍ (ବିସି) ଫର୍ମୁଲାଠୁ ଅଲଗା। ପାରମ୍ପରିକ ପିଚୁ କଂକ୍ରିଟଠାରୁ ଦୁଇଗୁଣା ଅଧିକ ପିଚୁ ବା ବିଟୁମେନ ଏହି ଆବରଣ ବିଛାଇବାରେ ଖର୍ଚ୍ଚ ହୁଏ। ଏହାଦ୍ୱାରା ରାସ୍ତାର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ବା ରାସ୍ତା କମ୍ ଖରାପ ହୁଏ। ଏପରିକି ପାଣି ଯୋଗୁ ଯେଉଁ ଖାଲ ଖମା ହୁଏ ତାହା କମିଯାଏ। ପୁଣି ଏ ପ୍ରକାର ରାସ୍ତାରେ ଗାଡ଼ିର ଟାୟାର ଘର୍ଷଣ କମେ, ଯାହାଫଳରେ ରାସ୍ତାରେ ପଡ଼ିରହୁଥିବା ପ୍ଲାଷ୍ଟିକ ଆସ୍ତରଣ ରହେ ନାହିଁ। ଏହି ପ୍ରକାର ସାମଗ୍ରୀ ବ୍ୟବହାର ଦ୍ୱାରା ଗାଡ଼ି ରାସ୍ତାରେ ଖସିବା ଆଶଙ୍କା ନଥାଏ। ୭ରୁ ୧୦ ବର୍ଷ ରାସ୍ତା ଚାଲେ ଏବଂ ମରାମତିର ଆବଶ୍ୟକତା ପଡ଼େ ନାହିଁ।
ଏ ପ୍ରକାର ସକରାତ୍ମକ ଦିଗଗୁଡ଼ିକୁ ଶୁଣିଲେ ଆପଣ କହିବେ ଯେ ଏପରି ରାସ୍ତା ଖାଲିତ ଭୁବନେଶ୍ୱରର କିଛି ଜାଗାରେ ନୁହେଁ, ବରଂ ସବୁଆଡ଼େ ହେବା ଆବଶ୍ୟକ। କିନ୍ତୁ ଏ ରାସ୍ତା କେଉଁଠି ନିର୍ମାଣ ହେବା ଆବଶ୍ୟକ ସେ ବାବଦରେ ମଧ୍ୟ କେନ୍ଦ୍ର ସରକାର ଏହି ମାର୍ଗ ଦର୍ଶିକାରେ ଉଲ୍ଲେଖ କରିଛନ୍ତି। ପ୍ରଥମତଃ ଏପରି ଆସ୍ତରଣ ସେହି ରାସ୍ତାରେ ହେବା ଆବଶ୍ୟକ ଯେଉଁଠାରେ ସାତ ଦିନର ତାପମାତ୍ରା ସର୍ବ ନିମ୍ନ ୪୫ ଡିଗ୍ରୀ ବା ତା’ଠୁ ଅଧିକ ହୋଇଥିବ କିମ୍ବା ଯେଉଁ ସ୍ଥାନରେ ମାସିକ କମର୍ସିଆଲ୍ ଗାଡ଼ି ଦୁର୍ଘଟଣା । ୫୦ରୁ ଅଧିକ ହୋଇଥିବ। ପୁଣି ଏହା ବ୍ରିଜ୍ର’ ଗଡ଼ାଣି ରାସ୍ତା ତଥା ଯେଉଁ ଜନଗହଳି ପୂର୍ଣ୍ଣ ରାସ୍ତାରେ ମରାମତି କରିବା କଷ୍ଟକର ହୋଇଥାଏ ସେଠାରେ ଏହିପ୍ରକାର ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଏ। କାରଣ ସେ ଅଞ୍ଚଳର ରାସ୍ତାକୁ ରକ୍ଷଣାବେକ୍ଷଣ ପାଇଁ ବନ୍ଦ କରାଗଲେ ତାହା ଅଧିକ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଆଶଙ୍କା ଥାଏ। ଏଥିରେ କୁହାଯାଇଛି ଯେ ଏହିପ୍ରକାର ଆବରଣ ଅଧିକ ଖର୍ଚ୍ଚ ବହୁଳ। ଏଣୁ ଯେତେବେଳେ ବି ଏହି ଆବରଣ ବ୍ୟବହାର କରିବାକୁ ହୁଏ ତେବେ ତାହାକୁ ବୁଝି ବିଚାରି କରାଯିବା ଆବଶ୍ୟକ। ଯେଉଁଠି ଗାଡ଼ିରୁ ତେଲ ଖସିରାସ୍ତାରେ ପଡ଼ିବାର ଆଶଙ୍କା ରହିଛି ସେଠାରେ ଏ ପ୍ରକାର ରାସ୍ତାକୁ ବାରଣ କରାଯାଇଛି।
ଏହି ବିଶେଷଜ୍ଞଙ୍କ ପରାମର୍ଶକୁ ଦେଖିଲେ ରାଜଧାନୀର ଯେଉଁ ଛକଗୁଡ଼ିକରେ ସରକାର ଏପରି ଏସ୍ଏଖମ୍ଏଡ ଆବରଣ ଦେଉଛନ୍ତି ତାହା ଯୋଗ୍ୟ ନୁହେଁ । କାରଣ ଏହି ଛକଗୁଡ଼ିକ ପ୍ରଶସ୍ତ ଓ ମରାମତି ସମୟରେ ଗହଳିକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା ରହିଛି। ପୁଣି ଏସବୁ ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ରହିଥିବାରୁ ଗାଡ଼ି ଦୁର୍ଘଟଣାକୁ ବିକଳ୍ପ ଭାବେ ଏଡ଼ାଇବାରେ ସେହି ବ୍ୟବସ୍ଥା ସକ୍ଷମ ହୋଇପାରିବ। ଅପରପକ୍ଷେ ଗାଡ଼ି ଟ୍ରାଫିକ୍ ସିଗ୍ନାଲକୁ ଦେଖି ସେଠାରେ ରହିବାକୁ ଥିବାରୁ ସେଠାରେ ଗାଡ଼ିରୁ ତେଲ ବା ଇନ୍ଧନ ତଳେ ପଡ଼ିବା ବି ଆଶଙ୍କା ରହିଛି। ଏଣୁ ନିୟମ ଓ ମାର୍ଗଦର୍ଶନ ଅନୁସାରେ ଏପରି ବ୍ୟବସ୍ଥା ଅନୁପଯୋଗୀ ମନେ ହେଉଛି।
କିନ୍ତୁ ଯେଉଁଭଳି ଭାବେ ଏହି କାର୍ଯ୍ୟକ୍ରମ ଚାଲୁଛି ତାହା ସ୍ପଷ୍ଟ କରୁଛି ଯେ, କିଛି ଇଞ୍ଜିନିୟର ତଥା କିଛି ଅଦୃଶ୍ୟ ଶକ୍ତି ସରକାରୀ ଅର୍ଥକୁ ହଡ଼ବଡ଼ରେ ଅର୍ଥାତ୍ କମ୍ ସମୟରେ ଅଧିକ ଖର୍ଚ୍ଚ କରିବା ପାଇଁ ଏହି ବାଟକୁ ବାଛି ଥାଇପାରନ୍ତି। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ବିଭ୍ରାନ୍ତ କରିବା ଲାଗି ପୂର୍ତ୍ତ ବିଭାଗର ଏହା ଏକ ଯୋଜନା ହୋଇଥାଇପାରେ।
Also Read- Mahashivratri 2025: ମହାଶିବରାତ୍ରୀରେ କେଉଁ ମନ୍ଦିରରେ କେତେବେଳେ ଉଠିବ ମହାଦୀପ? ଜାଣନ୍ତୁ
Also Read- ଅଚ୍ୟୁତ ସାମନ୍ତଙ୍କୁ ବଦନାମ କରନି ବୋଲି କହିଲେ ଦୂତୀ ଚାନ୍ଦ