ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ଏକୀକୃତକରଣକୁ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ ସ୍ମାରକପତ୍ର ।
ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ଏକୀକୃତକରଣକୁ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ ସ୍ମାରକପତ୍ର ।
ରାଜ୍ୟ କ୍ୟାବିନେଟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ମିଳିତ ଭାବରେ ୧ ଏପ୍ରିଲ, ୨୦୨୫ ରୁ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାକୁ MAMATA-PMMVY ଭାବରେ ନାମିତ କରାଯିବ ।
ଆଗରୁ ମମତା ଯୋଜନାରେ ଝିଅ ଜନ୍ମ ହେଲେ ମା' ମାନେ ୧୦,୦୦୦ ଟଙ୍କା ପାଉଥିଲେ । ବର୍ତ୍ତମାନ MAMATA-PMMVY ଯୋଜନାରେ ୧୨,୦୦୦ ଟଙ୍କା ପାଇବେ ।
ପୁଅ ଜନ୍ମ ହେଲେ ମା' ମାନେ ଯେଉଁ ୧୦,୦୦୦ ଟଙ୍କା ପାଉଥିଲେ MAMATA-PMMVY ଯୋଜନାରେ ମଧ୍ୟ ସେହି ୧୦,୦୦୦ ଟଙ୍କା ପାଇବେ ।
PVTG ସମ୍ପ୍ରଦାୟର ମହିଳା ମାନଙ୍କୁ ପ୍ରଥମ ୨ ଟି ସନ୍ତାନ ପରେ ମଧ୍ଯ ଝିଅ ଜନ୍ମ ପାଇଁ ୧୨,୦୦୦ ଟଙ୍କା ଓ ପୁଅ ଜନ୍ମ ପାଇଁ ୧୦,୦୦୦ ଟଙ୍କା ଦିଆଯିବ ।
ଆଗରୁ ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ପ୍ରୋତ୍ସାହନ ରାଶି ବାବଦରେ ଯଥାକ୍ରମେ ୨୦୦ ଟଙ୍କା ଓ ୧୦୦ ଟଙ୍କା ପାଉଥିବାବେଳେ ବର୍ତ୍ତମାନ MAMATA-PMMVY ଯୋଜନାରେ ୨୫୦ ଟଙ୍କା ଏବଂ ୧୫୦ ଟଙ୍କା ପାଇବେ ।
ଭାରତ ସରକାରଙ୍କ PMMVY ଯୋଜନାର ଯୋଗ୍ୟତା ମାନଦଣ୍ଡ MAMATA-PMMVY ଯୋଜନାରେ ମଧ୍ୟ ଲାଗୁ ହେବ ।
ଆସନ୍ତା ୫ ବର୍ଷରେ MAMATA-PMMVY ଯୋଜନାରେ ୨,୬୭୦ କୋଟି ଟଙ୍କା ଖର୍ଚ୍ଚ ହେବାର ଲକ୍ଷ୍ୟ ରଖାଯାଇଛି ।
ट्रेन्डिंग फोटोज़