Advertisement
Photo Details/zeeodisha/odisha2752924
photoDetails0hindi

RathYatra 2025: ସରିଲା ତିନିରଥ ତୁମ୍ବ ଗୁଡ଼ିକର ଅଗର ବିନ୍ଧ କାର୍ଯ୍ୟ

RathYatra 2025: ପୁରୀ: ଆଜି ସୁଦ୍ଧା ତିନି ରଥର ୪୨ ଗୋଟି ତୁମ୍ବର ଉଭୟ ପାର୍ଶ୍ଵର ମଧ୍ୟ୍ୟ ଭାଗରେ ପନ୍ଦାରି ବଳା ବସିବା ପାଇଁ ତିନି ରଥର ମହାରଣା ସେବକମାନେ ନିହାଣରେ ଗୋଲାକାର ଗାଡ଼ ଖୋଦେଇ ଜାରୀ ରଖିଛନ୍ତି । 

1/5

ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଜନ୍ତାଗାଡ ପ୍ରସ୍ତୁତି ସହ, ଗୁଜ ଅନୁକୂଳ ପୂଜା ନିମନ୍ତେ ଆବଶ୍ୟକ ପରିମାଣ କାଠ ରଥ ଅମିନ ରଥ ଭୋଇ ସେବକ ଙ୍କ ସହାୟତାରେ ଖଳାକୁ ଯୋଗାଇ ଦେଇଛନ୍ତି ।

2/5

ଆଜିତା୧୧.୫.୨୦୨୫ ରିଖ , ରବିବାର ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀ ନୃସିଂହ ଦେବଙ୍କ ଜନ୍ମ (ପ୍ରକଟ) ତିଥିରେ *ଗୁଜ ଅନୁକୂଳ* ପୂଜା ଅନୁଷ୍ଠିତ ହେବ । ଏଥିସହ ଅର କଟା ଅନୁକୂଳ, ଅର ଭୁଞ୍ଜା ଅନୁକୂଳ ଏବଂ ଜନ୍ତା ପଟାରେ ବିନ୍ଧ ଅନୁକୂଳ ପୂଜା ତିନି ରଥ ର ମୁଖ୍ୟ ମୁଖ୍ୟ ମହାରଣା ସେବକଙ୍କ ଦ୍ଵାରା ପରମ୍ପରା ପ୍ରକାରେ ଅନୁଷ୍ଠିତ ହେବ। 

 

3/5

ସେଥିପାଇଁ ଆଜି ରଥ ଅମୀନ ଶ୍ରୀ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳି କୁ ଗୁଜ,କୁଡୁକା, ଏବଂ ଜଳଜନ୍ତ୍ର ନିର୍ମାଣ ପାଇଁ ପ୍ରଥମ ଦଫାରେ ୧୦ ଗୋଟି ଲେଖାଏଁ ୧୨ ଫୁଟିଆ ଧଉରା ଏବଂ ଅସନ ଗୋଟା କାଠ ଯୋଗାଇ ଅଛନ୍ତି ।

4/5

ଏଥିସହ ତିନି ରଥର ଦୁଇଟି ନାହାକା ଚକାର ଅର ନିର୍ମାଣ ପାଇଁ ତିନି ରଥ ଚାଳି କୁ ୧୧ ଟି ଲେଖାଏଁ ୧୨ ଫୁଟିଆ ଅର ପଟା ଯୋଗାଇ ଅଛନ୍ତି, ଏଥିସହ ପ୍ରତ୍ୟେକ ଚାଳି କୁ ୭ ଲେଖାଏଁ ଚକ ନିର୍ମାଣ ପାଇଁ ପ୍ରଥମ ଦଫାରେ ପଇ ଯୋଗାଇ ଦେଇଛନ୍ତି।

5/5

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ତିନି ରଥର ଚକା ଡେରା ନୀତି ପାଇଁ ଆବଶ୍ୟକ ପ୍ରକାରେ ଗୋଟିଏ ନାହାକା ତୁମ୍ବ ପାଇଁ ୪ଟି ଲେଖାଏଁ ୧୨ଗୋଟି ବଡ଼ ସାଇଜ ପନ୍ଦାରି ବଳା ନିର୍ମାଣ ସହ ତିନି ରଥର ଦୁଇ ଦୁଇଟି ଚକ ନିର୍ମାଣ ପାଇଁ ଆବଶ୍ୟକ ୩୨ ଯୋଡ଼ା ଲେଖାଏଁ ଅର କଣ୍ଟା ନିର୍ମାଣ ଶେଷ କରି ବାକି ତୁମ୍ବ ଗୁଡ଼ିକ ପାଇଁ ଅର କଣ୍ଟା, ପନ୍ଦାରି ବଳା ଏବଂ ତୁମ୍ବ ବଳା ନିର୍ମାଣ ଜାରୀ ରଖିଛନ୍ତି। 

;