Advertisement
Photo Details/zeeodisha/odisha2673235
photoDetails0hindi

Subhadra Yojana Money: କୋଟିଏ ହିତାକାରୀଙ୍କୁ ମିଳିବ ‘ସୁଭଦ୍ରା’ ଦ୍ୱିତୀୟ କିସ୍ତି, ଜାଣନ୍ତୁ ପୁରା ଖବର

Subhadra Yojana Money:(ପ୍ରେମାନନ୍ଦ ପୂଜାରୀ) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଗସ୍ତରେ ବ୍ରହ୍ମପୁର ଆସୁଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। 

1/4

ଏଥିପାଇଁ ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ବିବେକ ବିହାର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଳାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ସ୍ଥାନେ ସ୍ଥାନେ କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଦାୟିତ୍ବରେ ଅଛନ୍ତି। କାର୍ଯ୍ୟକ୍ରମ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରାୟ ଏକ କୋଟି ହିତାକାରୀଙ୍କୁ ପାଖାପାଖୂ ପାଞ୍ଚ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। 

2/4

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ, ପ୍ରାଣୀ ସମ୍ପଦ ଉନ୍ନୟନ, ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀଙ୍କ ସମେତ ଜିଲାର ସମସ୍ତ ବିଧାୟକ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

 

3/4

 ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୧.୩୦ଟା ବେଳେ ବିବେକ ବିହାର ସ୍ଥିତ ହେଲିପେଡ୍‌ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯୋଗେ ଅବତରଣ କରିବେ। ଏହାପରେ ସେ ସଭା ସ୍ଥଳକୁ ଯାଇ ସୁଭଦ୍ରା କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ।

4/4

 ଏଥି ସହିତ ମୁଖ୍ୟମନ୍ତ୍ରୀ କେତେକ ପ୍ରକଳ୍ପର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମ ପରେ ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ବେଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ଫେରିବେ । ଅନ୍ୟପଟେ ଗେଟବଜାର ଫ୍ଲାଏ ଓଭର ନିର୍ମାଣ ପାଇଁ ଭୂମିପୂଜା ହେବ । ଆଭାସିରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ।

;