୨୪ ରୁ ୨୮ ଏପ୍ରିଲ୍ ୨୦୨୫ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ଲହରୀ, ଉଷ୍ମ ଓ ଆର୍ଦ୍ର ଅବସ୍ଥା ସହିତ ଉଷ୍ମ ରାତ୍ରି, ବିଜୁଳି ଘଡଘଡି ସହ ଝଟକାପବନ ଓ କୁଆପଥରବୃଷ୍ଟି , ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ଉତ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରାଠାରୁ ପ୍ରାୟ ୩-୫ ଡିଗ୍ରୀ ସେଲସିୟସ ଅଧିକ ଥିଲା । ଓଡ଼ିଶାର କିଛି ଜିଲ୍ଲାରେ ପ୍ରାୟ ୨-୩ ଡିଗ୍ରୀ ସେଲସିୟସ ଅଧିକ ଥିଲା ଏବଂ ଅନ୍ୟ ସ୍ଥାନଗୁଡିକରେ ସ୍ୱାଭାବିକ ଥିଲା
ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସର୍ବନିମ୍ନ ତାପମାତ୍ରା ଭଦ୍ରକରେ ୨୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରିଛି ପାଣିପାଗ ବିଭାଗ ।
୨୫ ଏବଂ ୨୬ ଏପ୍ରିଲ ମଧ୍ୟରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମଧ୍ୟାହ୍ନରୁ ସନ୍ଧ୍ୟା ସମୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି ।
ସେହିପରି ୨୬ରୁ ୨୭ ଏପ୍ରିଲ ମଧ୍ୟରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି ।
୨୭ ଏପ୍ରିଲରୁ ୨୮ ଏପ୍ରିଲ ମଧ୍ୟରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନବରଙ୍ଗପୁର, ନୟାଗଡ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହା ବ୍ୟତୀତ ଅନ୍ୟ ସ୍ଥାନ ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି ।
ट्रेन्डिंग फोटोज़