ସ୍ନାନ ମଣ୍ଡପରେ ସ୍ନାନ କରିବା ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ମହାପ୍ରଭୁଙ୍କ ସ୍ନାନ ଏବଂ ଗଜାନନ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।
ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଭକ୍ତମାନେ ଶୃଙ୍ଖଳାର ସହ ଶ୍ରୀଜୀଉଙ୍କ ଦର୍ଶନଲାଭ କରିଛନ୍ତି
ସ୍ନାନ ପରେ ସେବାୟତମାନେ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରିଥିଲେ
ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଈ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କୁ ସୁସଜ୍ଜିତ କରାଯାଇଛି ।
ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ୱର ହେବ ତେଣୁ ଅଣସର ଘରକୁ ଯିବେ
ମହାପ୍ରଭୁ ଅଣସର ଘରେ ରହିବା ସମୟରେ ପ୍ରଭୁଙ୍କର ଗୁପ୍ତ ସେବା କାର୍ଯ୍ୟକ୍ରମ କରାଯିବ
ଏହି ସମୟରେ ଅଲାରନାଥ ପୀଠରେ ଦର୍ଶନ କରିବାଙ୍କୁ ଭକ୍ତଙ୍କ ଭିଡ ଜମିବ
ଆଗକୁ ରଥଯାତ୍ରା କାର୍ଯ୍ୟକ୍ରମ ରହିଥିବାରୁ ପୁରୀ ସହରର ଏବେଠୁ ଜନଗହଳୀ ହେବା ଦେଖିବାକୁ ମିଳିଛି
ट्रेन्डिंग फोटोज़