New OERC Chairperson: ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ହେଲେ OERC ଅଧ୍ୟକ୍ଷ
Advertisement
Article Detail0/zeeodisha/odisha2697972

New OERC Chairperson: ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ହେଲେ OERC ଅଧ୍ୟକ୍ଷ

New OERC Chairperson:  ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଓଡ଼ିଶା ଶକ୍ତି ବିଭାଗ ତାଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି।

 

Pradeep Kumar Jena Appointed OERC Chairperson
Pradeep Kumar Jena Appointed OERC Chairperson

Pradeep Kumar Jena Appointed OERC Chairperson:  ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଓଡ଼ିଶା ଶକ୍ତି ବିଭାଗ ତାଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି।

ଏହି ବିଜ୍ଞପ୍ତିରେ ଲେଖାଯାଇଛି "ବିଦ୍ୟୁତ ଆଇନ ୨୦୦୩ (୨୦୦୩ର ସଂଖ୍ୟା ୩୬)ର ଧାରା-୮୨ର ଉପ-ଧାରା-୫ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ରାଜ୍ୟ ସରକାର ଶ୍ରୀ ପ୍ରଦୀପ କୁମାର ଜେନା, ଆଇଏଏସ୍ (ଅବସରପ୍ରାପ୍ତ)ଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାକୁ ଖୁସି ଅନୁଭବ କରୁଛନ୍ତି। ଯାହା ସେ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ।"

fallback

ସୁରେଶ ମହାପାତ୍ରଙ୍କ ଅବସର ପରଠାରୁ OERC ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା। ୧୯୮୯ ବ୍ୟାଚ୍ ର IAS ଅଧିକାରୀ  ପ୍ରଦୀପ କୁମାର ଜେନାଙ୍କୁ ୨୬ ଫେବୃଆରୀ ୨୦୨୩ ରେ ମୁଖ୍ୟ ସଚିବ ଭାବରେ ନିଯୁକ୍ତି ଦିଆଯାଇଥିଲା ଏବଂ ଆସନ୍ତା ବର୍ଷ ଜୁନ୍ ୩୦ ରେ ସେ ଅବସର ନେଇଥିଲେ।

;