Odisha News: ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?
Advertisement
Article Detail0/zeeodisha/odisha2702984

Odisha News: ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

Odisha News: ଆହୁରି ବ୍ୟାପକ ହେବ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା। କାହିଁକିନା ସରକାର ନେବାକୁ ଯାଉଛନ୍ତି ପୁରୀ ଶ୍ରୀମନ୍ଦିର ପାଇଁ ଏକ ବଡ଼ ପଦକ୍ଷେପ। ଯାହା ଖାକି ବର୍ଦ୍ଦି ପିନ୍ଧିବା ପାଇଁ ଆଶାୟୀଙ୍କ ମୁହଁରେ ହସ ଫୁଟାଇବ।  

Odisha News: ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

Odisha News: ଆହୁରି ବ୍ୟାପକ ହେବ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା। କାହିଁକିନା ସରକାର ନେବାକୁ ଯାଉଛନ୍ତି ପୁରୀ ଶ୍ରୀମନ୍ଦିର ପାଇଁ ଏକ ବଡ଼ ପଦକ୍ଷେପ। ଯାହା ଖାକି ବର୍ଦ୍ଦି ପିନ୍ଧିବା ପାଇଁ ଆଶାୟୀଙ୍କ ମୁହଁରେ ହସ ଫୁଟାଇବ।  ଶ୍ରୀମନ୍ଦିର ପାଇଁ ଆଜିଠାରୁ ସ୍ବତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଆରମ୍ଭ ହୋଇଛି। ମୋଟ୍ ୧୬୭୧ ଜଣଙ୍କୁ ନିଯୁକ୍ତି ମିଳିବ। ୫ଟି ପର୍ଯ୍ୟାୟରେ ୧୭୨ ଅଫିସର ଓ ୧୪୯୯ ସିପାହୀ ଚୟନ ହେବେ। ଏ-ନେଇ ଆଜି ୩୨୯ ଜଣ ପୋଲିସ କର୍ମଚାରୀ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ, ଏହି ଚୟନ ପ୍ରକ୍ରିୟା  ଆଜିଠାରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। 

ବିଭିନ୍ନ ରାଙ୍କରେ ୧୬୭୧ ଜଣ ମନୋନିତ ହେବେ । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ପ୍ରଥମେ ସଶସ୍ତ୍ର ପୋଲିସ ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସ ମାନଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ । ରାଜ୍ୟ ପୋଲିସ କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଡାଣ୍ଟ, ଜଣେ ଆସିଷ୍ଟାଣ୍ଟ କମାଡାଣ୍ଟ,୮ ଜଣ ଇନ୍ସପେକ୍ଟର, ୩୧ ଜଣ ସବ ଇନ୍ସପେକ୍ଟର,୨୪ ଜଣ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ପଦବୀରେ ନିଯୁକ୍ତ ହେବେ । ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (SSMSV) ସୃଷ୍ଟି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଜଣେ ଆଇଜି, ଡିଆଇଜି ଓ ପୁରୀ ଏସପି ସଦସ୍ୟ ରହିଛନ୍ତି । 

 

 

 

;