IAS Dhiman Chakma: ପୁଣି ଚର୍ଚ୍ଚାରେ ଆଇଏଏସ୍ ଧିମାନ୍ ଚକ୍ମା। ଦିର୍ଘ ୪୦ ଦିନ ପରେ ଭବାନୀପାଟଣା ଜେଲ୍ ରୁ ବାହାରିଛନ୍ତି ଧିମାନ୍।ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ। ପରେ ଗିରଫ ହୋଉଥିଲେ। ସର୍ତ୍ତମୂଳକ ଜାମିନ୍ ରେ ଧିମାନ୍ ଆଜି ଜେଲରୁ ବାହାରିଛନ୍ତି।
ସୂଚନା ଯୋଗ୍ୟ, ଜଣେ କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଏଏସ ଅଧିକାରୀ ଧୀମାନ ଚକମାଙ୍କ ଅଫିସ ଓ ବାସ ଭବନରେ ଚଢ଼ଉ ହୋଇଥିଲା ।
ଚଢ଼ଉ ବେଳେ ତାଙ୍କ ବାସଭବନରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଥିଲା । ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ସବକଲେକ୍ଟର ଧୀମାନ ଚକମା ଜଣେ ସ୍ଥାନୀୟ କ୍ରସର ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।
ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଟ୍ରାପ କରିଥିଲା ଭିଜିଲାନ୍ସ । ତାଙ୍କ ଅଫିସ ଓ ବାସଭବନରେ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
ट्रेन्डिंग फोटोज़