Snana Jatra 2025: ଆଜି ପବିତ୍ର ସ୍ନାନଯାତ୍ରା: ସ୍ନାନବେଦୀରେ ତିନି ଠାକୁର
Advertisement
Article Detail0/zeeodisha/odisha2795462

Snana Jatra 2025: ଆଜି ପବିତ୍ର ସ୍ନାନଯାତ୍ରା: ସ୍ନାନବେଦୀରେ ତିନି ଠାକୁର

ଭୁବନେଶ୍ୱର: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ। ସ୍ନାନ ବେଦୀରେ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। ସୁନା କୁଅର ୧୦୮ ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତେବେ ଏହା ପୂର୍ବରୁ ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ନୀତିକାନ

Snana Jatra 2025: ଆଜି ପବିତ୍ର ସ୍ନାନଯାତ୍ରା: ସ୍ନାନବେଦୀରେ ତିନି ଠାକୁର

Snan Yatra 2025: ଭୁବନେଶ୍ୱର: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ। ସ୍ନାନ ବେଦୀରେ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। ସୁନା କୁଅର ୧୦୮ ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତେବେ ଏହା ପୂର୍ବରୁ ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ନୀତିକାନ୍ତି ସମାପନ ହେଉଛି। ରିପୋର୍ଟ ଲେଖାଯିବା ବେଳକୁ ସୁଦର୍ଶନଙ୍କ ସହିତ ତିନି ଠାକୁରଙ୍କର ପହଞ୍ଚି ଆରମ୍ଭ ହୋଇଥିଲା। 

ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟା ବାଜି ୩୦ ମିନିଟରେ ମଙ୍ଗଳାର୍ପଣ ହୋଇଥିଲା। ଏହା ପରେ ଡୋରଲାଗି ଓ ପୁଷ୍ପାଞ୍ଜଳୀ ଶେଷ ହେବା ପରେ ତିନି ଠାକୁରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ଆସି ତିନି ଠାକୁର ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି। ପ୍ରଥମେ ୫ଟା ୪୫ରେ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହା ପରେ ବଡ଼ ଠାକୁର ବଳଭଦ୍ରଙ୍କର ୫ଟା ୫୩ ମିନିଟରେ ପହଣ୍ଡି ଆରମ୍ଭ ହୋଇଥିଲା। ଏହା ପରେ ସୁଭଦ୍ରା ଓ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି କରାଯାଇଥିଲା। ୬ଟାରେ ମା ସୁଭଦ୍ରାଙ୍କର ପହଣ୍ଡି ହୋଇଥିବା ବେଳେ ୬ଟା ୨୨ରେ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ହୋଇଥିଲା। 

ଧାର୍ଯ୍ୟ ନୀତିକାନ୍ତି ଅନୁଯାୟୀ ସକାଳ ୯ଟାରେ ମଙ୍ଗଳଆଳତୀ, ୯ଟା ୨୫ରେ ତଡପଲାଗି ନୀତି ଅନୁଷ୍ଠିତ ହେବ। ୯ଟା ୪୫ ମିନିଟରେ ଅଧରପୋଛା ନୀତି ହେବ। ୧୦ଟା ୨୦ ମିନିଟରେ ରୋଷ ହୋମନୀତି ହେବାକୁ ଥିବା ବେଳେ ଦିନ ୧୨ଟା ୨୦ ମିନିଟରୁ ୧ଟା ୪୫ ମିନିଟ ମଧ୍ୟରେ ମହାସ୍ନାନ ନୀତି ଶେଷ ହେବ। ଏହା ପରେ ସନ୍ଧ୍ୟା ସାଢେ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। 

ପୌରାଣିକ ତଥ୍ୟ ଅନୁଯାୟୀ ପଂଚଦଶ ଶତାଦ୍ଦୀରେ ମରାଠା ମହାଗାଣପତ୍ୟ ସଂପ୍ରଦାୟର ବ୍ରାହ୍ମଣ ପଣ୍ଡିତ ଶ୍ରୀ ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ସେଦିନ ଥିଲା ସ୍ନାନପୂର୍ଣ୍ଣିମା। ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ସତ କିନ୍ତୁ ତାଙ୍କ ମନ ବୁଝିଲା ନାହିଁ। ମନେମନେ ସେ ମହାବାହୁଙ୍କୁ ସ୍ମରଣ କରି କହିଥିଲେ ‘ମୁଁ ମୋର ଆରାଧ୍ୟ ଦେବତାଙ୍କ ବେଶରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲି। ହେଲେ ତାହା ହେଲା ନାହିଁ।’ ଗଣପତି ଭଟ୍ଟ ମହାପ୍ରଭୁଙ୍କୁ ଗଣପତି ବେଶରେ ଦେଖିବାକୁ ଚାହୁଥିଲେ। ଦୁଃଖରେ ଫେରିଯାଉଥିବା ବେଳେ ତାଙ୍କୁ ଶୂନ୍ୟବାଣୀ ହେଲା ଏବଂ ପରେ ସେହି ଦିନଠାରୁ ହିଁ ମହାପ୍ରଭୁ ଜଗନ୍ନାଥ କୃଷ୍ଣ ଗଣପତି ରୂପରେ ଓ ପ୍ରଭୁ ବଳଭଦ୍ର ଧବଳ ଗଣପତି ରୂପରେ ଦର୍ଶନ ଦେଇ ଆସୁଛନ୍ତି, ଯାହାକୁ ହାତୀବେଶ ମଧ୍ୟ କୁହାଯାଇଥାଏ।

;