Trending Photos
Sri Mandir: ପୁରୀ: ପୁଣି ଡେଣା ମେଲାଇବ କି ପରିକ୍ରମା ପ୍ରକଳ୍ପ ! ପରିକ୍ରମା ପ୍ରକଳ୍ପର ବଢିବ କି ପରିଧି ।ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଅଟ୍ଟାଳିକା ନିୟମ ଉଲ୍ଲଂଘନ କରୁଥିବା ନେଇ ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ପରେ ଚର୍ଚ୍ଚା ।ପରିକ୍ରମା ଚାରିପାଖେ ଅଟ୍ଟାଳିକା ଗୁଡ଼ିକ ପାଇଁ ଆସିବ ଏସ ଓ ପି ।ନଗର ଉନ୍ନୟନ ବିଭାଗ ଓ ରାଜ୍ୟ ସରକାରଙ୍କୁ ନିୟମ ପ୍ରଣୟନ ପାଇଁ ହେବ ଚିଠି ।ଶ୍ରୀମନ୍ଦିର ସୁରକ୍ଷା ପାଇଁ ଭାଙ୍ଗିବନି ତ ନିୟମ ଖିଲାପକାରୀ ଅଟ୍ଟାଳିକା !ଶ୍ରୀ ଗୁଣ୍ଡିଚା ମନ୍ଦିର ଚାରିପାଖେ ମଧ୍ୟ ଅନୁରୂପ ନିୟମ ପ୍ରଣୟନ ପାଇଁ କହିଛନ୍ତି ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ।
ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଅଟ୍ଟାଳିକା ଶ୍ରୀମନ୍ଦିର ପାଇଁ ବିପଦ !ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରେ ନରଖି ଖିଲାପ କରୁଛନ୍ତି ଅଟ୍ଟାଳିକା ମାଲିକ ! ନଷ୍ଟ ହେଉଛି ଐତିହ୍ୟର ଦୃଶ୍ୟମାନ ।ଯୁଆଡେ ଦେଖିବେ ସିଆଡେ ଛିଡା ହୋଇଛି ଉଚ୍ଚ ଉଚ୍ଚ ଅଟ୍ଟାଳିକା ମାନ ।ମୁଖ୍ୟ ପ୍ରଶାସକ କହିଲେ ପରିକ୍ରମା ପ୍ରକଳ୍ପ ଚାରିପାଖ ଅଟ୍ଟାଳିକା ପାଇଁ ଆସିବ ଏସ ଓ ପି ।ନଗର ଉନ୍ନୟନ ବିଭାଗ ଓ ରାଜ୍ୟ ସରକାରଙ୍କୁ ନିୟମ ପ୍ରଣୟନ ପାଇଁ ହେବ ଚିଠି ।ତେବେ ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ପରେ ଜୋର୍ ଧରିଛି ଚର୍ଚ୍ଚା ।ନିୟମ ନାଁରେ ଭାଙ୍ଗିବନି ତ ଅଟ୍ଟାଳିକା ।ପୁଣି ପ୍ରସାରିତ ହେବ ନି ତ ପରିକ୍ରମା ।ପରିକ୍ରମା ପ୍ରକଳ୍ପ ର ପରିଧି କୁ ବଢାଇ ହେବନି ତ ଉଚ୍ଛେଦ ! ପୂର୍ବରୁ ପରିକ୍ରମା ପାଇଁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିଲା ।ଏବେ ୧୦୦ ମିଟର ନିଶିଦ୍ଧାଞ୍ଚଳରେ ପଡିନି ତ ନଜର । ତେବେ ପ୍ରାରମ୍ଭରୁ କାହିଁକି ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ସେପଟେ ଏହି ନିୟମ ନୁଆ ନୁହେଁ। ପୂର୍ବରୁ ଏହି ନିୟମ ଥିଲା। ପିକେଡିଏ ପାଖରେ ଏହାର ତଥ୍ଯ ରହିଛି ବୋଲି କହିଛନ୍ତି ପୁରୀ ବିଧାୟକ
ଖାଲି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ନୁହେଁ ବରଂ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵ ପାଇଁ ହେବ ଏସ ଓ ପି ।ସ୍ବତନ୍ତ୍ର ମାର୍ଗଦର୍ଶିକାରେ ରହିବ ଅଟ୍ଟାଳିକାର ଉଚ୍ଚତା କେତେ ହେବ !କଣ ରହିବ ନିୟମ । ଶ୍ରୀମନ୍ଦିର ସୁରକ୍ଷା ପାଇଁ କଣ ସବୁ ନିୟମ ମାନିବାକୁ ପଡିବ ।ଏସବୁ ମାର୍ଗ ଦର୍ଶିକା ରେ ରହିବ ।ସେପଟେ ଶ୍ରୀମନ୍ଦିର ଐତିହ୍ୟ କୀର୍ତ୍ତିରାଜି ର ଚତୁଃପାର୍ଶ୍ଵ ୧୦୦ ମିଟର ପରିଧି ନିଷିଦ୍ଧଞ୍ଚଳ ରହିଛି। ତାପରେ ନିୟନ୍ତ୍ରିତ ଓ ପ୍ରତିବନ୍ଧିତ ଅଞ୍ଚଳ ରହିଛି ।କିନ୍ତୁ ଅନେକ ଦିନ ଧରି ନିୟମର ଖିଲାପ କରି ଗୃହ ନିର୍ମାଣ କରି ଆସୁଛନ୍ତି ଅନେକ ବ୍ୟକ୍ତି ଓ ଅନୁଷ୍ଠାନ । ତେବେ ଏହି ନିର୍ଦ୍ଦେଶନାମାକୁ ଅନୁପାଳନ କରାଯିବ ବୋଲି ପ୍ରଶାସନ ନିଷ୍ପତି ଗ୍ରହଣ କରିଛି।
ଗତ ସରକାରରେ ଭୋଟ ରାଜନୀତି ଓ କମିଶନ କାରବାର ପାଇଁ ଏଭଳି କରିବାକୁ ଦିଆଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ସରକାର ପ୍ରକୃତରେ କଣ ନିୟମ ପ୍ରଣୟନ କରୁଛନ୍ତି ତାହା ସମୟ କହିବ।