Ratnabhandar: ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ
Advertisement
Article Detail0/zeeodisha/odisha2859612

Ratnabhandar: ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ

Ratnabhandar: ରାଜ୍ୟ ସରକାରଙ୍କ ଉଚ୍ଚ ସ୍ଥରୀୟ କମିଟି ଗଠନ କରାଯାଇ ସ୍ୱତନ୍ତ୍ର ଏସଓପି ମାଧ୍ୟମରେ ରତ୍ନ ଭଣ୍ଡାର ର ରତ୍ନ ଗୁଡିକର ଗଣତି ମଣତି କାର୍ଯ୍ୟ କରାଯିବ। ୧୪ ଜୁଲାଇ ୨୦୨୪ରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ପ୍ରାଥମିକ ଭାବେ ପ୍ରଥମେ ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା।୨୦୨୪ ଅଗଷ୍ଟ ୨୩ତାରିଖରେ ଆଇରନ ସିନ୍ଦୁକ ସ୍ଥାନାନ୍ତର ହୋଇଥିଲା।

Ratnabhandar: ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ

Ratnabhandar: ମହାପ୍ରଭୁଙ୍କ ଅପାର କରୁଣା, ଆଶୀର୍ବାଦ ଯୋଗୁଁ ଧାର୍ଯ୍ୟ ନୀଳାଦ୍ରି ବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି। ସର୍ବ ନିମ୍ନରେ ଏହା ଆସନ୍ତା ୨୦୦ ବର୍ଷ ପାଇଁ ସଂରକ୍ଷିତ। ମୋଟ ୯୫ ଦିନ ବା ୩୩୨ ଘଣ୍ଟା ୪୭ ମିନିଟ ଅର୍ଥ ୩୩୩ ଦିନ କାର୍ଯ୍ୟ କରାଯାଇଛି। ପୁରୁଣା ବିମ୍ କୁ ମିଶାଇ ମୋଟ ୨୧ ଟି ବିମ ଲଗାଯାଇଛି। ଆଜି ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ ସମାପ୍ତ ହୋଇଛି। ଗ୍ରାନାଇଟ ଚଟାଣ ନିର୍ମାଣ ସହ ଛାତରେ ୧୫ ଗୋଟି ସ୍ଟେନଲେସ ଷ୍ଟିଲ ଵିମ ଲଗାଯାଇଛି। ବର୍ମାଟିକ କାଠରେ ଦ୍ୱାର ହୋଇଥିବା ବେଳେ ବାହାର ଭଣ୍ଡାର ଘର ଦୁଆର ରୁପା ଛାଉଣୀ କରାଯିବ। ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ କରାଯାଇଅଛି। ପ୍ରାଥମିକ ଭାବେ ଅସ୍ଥାୟୀ ଭଣ୍ଡାର ଘରୁ ରତ୍ନ ଗୁଡିକୁ ସ୍ଥାନନ୍ତର କରାଯିବ। 

ଏହା ପରେ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ଥରୀୟ କମିଟି ଗଠନ କରାଯାଇ ସ୍ୱତନ୍ତ୍ର ଏସଓପି ମାଧ୍ୟମରେ ରତ୍ନ ଭଣ୍ଡାର ର ରତ୍ନ ଗୁଡିକର ଗଣତି ମଣତି କାର୍ଯ୍ୟ କରାଯିବ।୧୪ ଜୁଲାଇ ୨୦୨୪ରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ପ୍ରାଥମିକ ଭାବେ ପ୍ରଥମେ ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା।୨୦୨୪ ଅଗଷ୍ଟ ୨୩ତାରିଖରେ ଆଇରନ ସିନ୍ଦୁକ ସ୍ଥାନାନ୍ତର ହୋଇଥିଲା। ପରେ ସେପ୍ଟେମ୍ବର ୨୪ ତାରିଖ ରେ ଏ ଏସ ଆଇ ଅଧିକାରୀ ମାନଙ୍କ ସ୍ୱତନ୍ତ୍ର ଟିମ ଯାଞ୍ଚ କରିଥିଲା। ଏହା ପରେ ରିପୋର୍ଟ ଆଧାରରରେ ୧୭ ଡିସେମ୍ବର ର କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାକି ୨୮ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଜାରି ରହିଥିଲା। ତେବେ ଭଣ୍ଡାର ମରାମତି କାର୍ଯ୍ୟା କରିବାକୁ ପ୍ରାୟ ୬ମାସରୁ ଅଧିକ ସମୟ ଲାଗିଥିଲା।ଲେଜର ସ୍କାନିଂ ଓ ଜିପିଆରଏସ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତି ଓ ଆଧାରରେ ଏଏସଆଇ ପକ୍ଷରୁ ସଂରକ୍ଷଣ ଓ ମରାମତି କାର୍ଯ୍ୟ କରାଯାଇଛି।ଏହା ମଧ୍ୟରେ joint sealing ,grouting ,stainless steel box bim ,chemical washing କରାଯାଇଛି।

 ଦୁର୍ବଳ ଓ ଖରାପ ହୋଇଯାଇଥିବା ବାହାର୍ ରତ୍ନଭଣ୍ଡାର ପୁରୁଣା କବାଟ କଢ଼ାଯାଇ ବର୍ମା ଟିକ୍ କାଠରେ ଦ୍ଵାର କରାଯାଇଛି।ଏହି ଦ୍ଵାରକୁ ରୂପା ଛାଉଣୀ କରାଯିବ।ସେହିପରି ଭିତର ରତ୍ନଭଣ୍ଡାର ଦ୍ଵାରକୁ ସୁନା ଛାଉଣୀ କରାଯିବ।ଉଦ୍ଭୟ ଭିତର ଓ ବାହାର୍ ରତ୍ନଭଣ୍ଡାରରେ ତିନୋଟି ଲେଖାଏଁ ତାଲା ପକାଇ ଜଉମୁଦ ଦିଆଯାଇ ଚାବି ଉପଯୁକ୍ତ ସ୍ଥାନରେ ରଖାଯାଇଛି।ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଓ ସ୍ଵତନ୍ତ୍ର ଏସଓପି ଅନୁଯାୟୀ ଅସ୍ଥାୟୀ ଖଟ ଓ ଫୁଲ ଶେଯ ଘରେ ଥିବା ରତ୍ନ ଅଳଙ୍କାର ବାହାର ଓ ଭିତର ରତ୍ନଭଣ୍ଡାରକୁ ଅଣାଯିବ।

;