yoga utsav: ଗୋଟିଏ ପୃଥିବୀ ଗୋଟିଏ ସ୍ୱାସ୍ଥ୍ୟ: ଅନ୍ତର୍ଜାତୀୟ ଯୋଗଦିବସ ପୂର୍ବରୁ ପାଳନ ହେଲା ‘ଯୋଗୋତ୍ସବ’
Advertisement
Article Detail0/zeeodisha/odisha2732728

yoga utsav: ଗୋଟିଏ ପୃଥିବୀ ଗୋଟିଏ ସ୍ୱାସ୍ଥ୍ୟ: ଅନ୍ତର୍ଜାତୀୟ ଯୋଗଦିବସ ପୂର୍ବରୁ ପାଳନ ହେଲା ‘ଯୋଗୋତ୍ସବ’

କଟକ: ଯୋଗ ହେଉଛି ସମଗ୍ର ମାନବ ସମାଜର ସ୍ୱାସ୍ଥ୍ୟ ସୁରକ୍ଷାକାରୀ । “ଏକ ପୃଥିବୀ ଓ ଏକ ସ୍ୱାସ୍ଥ୍ୟ” ପାଇଁ ଯଦି କାହାର ସର୍ବାଧିକ ଭୂମିକା ଥାଏ, ତେବେ ସିଏ ହେଉଛି ଯୋଗ । ଏହା ସମଗ୍ର ପୃଥିବୀ ଓ ମାନବ ସମାଜର ସାମଗ୍ରିକ ସ୍ୱାସ୍ଥ୍ୟ ନିମନ୍ତେ ନିଶ୍ଚିତ ଭାବରେ ଏକ ଅବ୍ୟର୍ଥ ମହୌଷଧି ।” ଆସନ୍ତା ଜୁନ୍ ୨୧ ତାରିଖ ପାଳନ ହେବାକୁ ଥିବା ଆନ୍ତର୍ଜତିକ ଯୋଗ ଦିବସ

yoga utsav: ଗୋଟିଏ ପୃଥିବୀ ଗୋଟିଏ ସ୍ୱାସ୍ଥ୍ୟ: ଅନ୍ତର୍ଜାତୀୟ ଯୋଗଦିବସ ପୂର୍ବରୁ ପାଳନ ହେଲା ‘ଯୋଗୋତ୍ସବ’

yoga utsav:କଟକ: ଯୋଗ ହେଉଛି ସମଗ୍ର ମାନବ ସମାଜର ସ୍ୱାସ୍ଥ୍ୟ ସୁରକ୍ଷାକାରୀ । “ଏକ ପୃଥିବୀ ଓ ଏକ ସ୍ୱାସ୍ଥ୍ୟ” ପାଇଁ ଯଦି କାହାର ସର୍ବାଧିକ ଭୂମିକା ଥାଏ, ତେବେ ସିଏ ହେଉଛି ଯୋଗ । ଏହା ସମଗ୍ର ପୃଥିବୀ ଓ ମାନବ ସମାଜର ସାମଗ୍ରିକ ସ୍ୱାସ୍ଥ୍ୟ ନିମନ୍ତେ ନିଶ୍ଚିତ ଭାବରେ ଏକ ଅବ୍ୟର୍ଥ ମହୌଷଧି ।” ଆସନ୍ତା ଜୁନ୍ ୨୧ ତାରିଖ ପାଳନ ହେବାକୁ ଥିବା ଆନ୍ତର୍ଜତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଦେଶବ୍ୟାପୀ ଶହେ ଦିନିଆ ଅବଗଣନା କାର୍ଯ୍ୟକ୍ରମ (କାଉଣ୍ଟଡାଉନ୍) ପରିପ୍ରେକ୍ଷୀରେ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ରବିବାର ୫୫ତମ ଦିନ ଅବଗଣନା କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ ଯୋଗ ଉତ୍ସବରେ ଯୋଗଦେଇ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ନିଜ ଅଭିଭାଷଣରେ ଏକଥା କହିଛନ୍ତି ।

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଇଁ ଅବଗଣନା କାର୍ଯ୍ୟକ୍ରମର ଅଂଶ ଭାବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଅଧୀନସ୍ଥ ମୋରାରଜୀ ଦେଶାଇ ଜାତୀୟ ଯୋଗ ସଂସ୍ଥା ସହଯୋଗରେ ‘ଯୋଗୋତ୍ସବ’ ନାମକ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। 2025ର ଆୟୋଜନ କିଭଳି ମିଳିତ ଜାତିସଂଘର ୧୭ ସତତ ବିକାଶ ଲକ୍ଷ୍ୟ ପ୍ରାପ୍ତି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ସେ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏଥିସହ ବିଶେଷକରି ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ଜଳବାୟୁ କାର୍ଯ୍ୟ ଭଳି କ୍ଷେତ୍ରଗୁଡ଼ିକ ସହିତ ଯୋଗର ସମ୍ପୃକ୍ତିକୁ ସର୍ବ ସମ୍ମୁଖକୁ ଆଣିବା ମଧ୍ୟ ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗର ସହକାରୀ ପ୍ରାଧ୍ୟାପକ ପିଣ୍ଟୁ ମାହାତୋଙ୍କ ୪୦ ମିନିଟର ଯୋଗ ଅଧିବେଶନରେ ଏନଡିଆରଏଫରୁ ୧୧୦, ସିଆରପିଏଫରୁ ୮୧ ଏବଂ  ସିଆଇଏସଏଫରୁ ୨୧୪ ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ । ଏଥିସହ ଜବାହର ନବୋଦୟ ବିଦ୍ୟାଳୟରୁ ୧୦୭, ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୭୬, ଗୁରୁକୁଳ ଅରିହନ୍ତରୁ ୧୨ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୨୫୫ଜଣଙ୍କୁ ମିଶାଇ ସମୁଦାୟ ୮୦୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ । ଯୋଗ ବିଜ୍ଞାନ କାର୍ଯ୍ୟକ୍ରମର ୫ ଜଣ ଶିକ୍ଷାର୍ଥୀ ବିଭିନ୍ନ ଯୋଗମୁଦ୍ରା ପ୍ରଦର୍ଶନ କରିଥିଲେ । ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଧ୍ୟାନ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସମାପନ ହୋଇଥିଲା ।

ଏହି କାର୍ଯ୍ୟକ୍ରମଟିରେ ସ୍ୱାମୀ ସତ୍ୟଚୈତନ୍ୟଙ୍କ ସହିତ ଭୁବନେଶ୍ୱରସ୍ଥିତ ସିଆରପିଏଫ୍ ଇନ୍ସପେକ୍ଟର ଶୀତଲ କୁମାର ଘୋଷ, ମୁଣ୍ଡଳିସ୍ଥିତ ଏନଡିଆଏଫ୍ ଇନ୍ସପେକ୍ଟର କେ. ଏସ୍. ଯାଦବ, ସିଆଇଏସ୍ଏଫ୍ ସବ୍ ଇନ୍ସପେକ୍ଟର ଅଲି ଅମଜାଦ୍,  ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ବିଭାଗ ଡିନ୍ ପ୍ରାଧ୍ୟାପକ ଜୟପ୍ରକାଶ ଭଟ୍ଟ, ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗ ଡିନ୍ ପ୍ରାଧ୍ୟାପକ (ଡଃ.) ତୀର୍ଥଙ୍କର ଘୋଷ ଏବଂ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଡିନ୍, ଅଧ୍ୟାପକ, ପ୍ରାଧ୍ୟାପକ, କର୍ମଚାରୀ ଓ ଶିକ୍ଷାର୍ଥୀ ପ୍ରମୁଖ ଉପସ୍ଥିତ ଥିଲେ ।

;