Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜି ପବିତ୍ର ସ୍ନାନ ପୁର୍ଣ୍ଣିମା
ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିବେ ମହାବାହୁ। ଦଇତାପତି ସେବାୟତମାନେ ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ବିଜେ କରାଇବେ ସ୍ନାନ ମଣ୍ଡପରେ । ମଣ୍ଡପରେ ବିଜେ ହେବା ପରେ ଯଥାବିଧି ପୂଜାର୍ଚ୍ଚନା ମଧ୍ୟ କରାଯିବ । ନିୟମ ଅନୁସାରେ ଠାକୁରଙ୍କ ପହଣ୍ଡି ବିଜେ ପରେ ମହାସ୍ନାନ କରାଯାଇଥାଏ । ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । ‘ସୁନା କୂଅ’ରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ସୁବାସିତ ଜଳ , ପ୍ରଭୁ ବଳଭଦ୍ରଙ୍କୁ ୩୩ ଗରା ଏବଂ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ ଏବଂ ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।
ହାତୀବେଶରେ ଦର୍ଶନ ଦେବେ
କିମ୍ବଦନ୍ତି ଅନୁଯାୟୀ ପଂଚଦଶ ଶତାଦ୍ଦୀରେ ମରାଠା ମହାଗାଣପତ୍ୟ ସଂପ୍ରଦାୟର ବ୍ରାହ୍ମଣ ପଣ୍ଡିତ ଶ୍ରୀ ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ । ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେ ଦର୍ଶନ କଲେ ସତ କିନ୍ତୁ ତାଙ୍କ ମନ ବୁଝିଲା ନାହିଁ । ମନେ ମନେ ସେ ମହାବାହୁଙ୍କୁ ସ୍ମରଣ କରି କହିଥିଲେ ‘ମୁଁ ମୋର ଆରାଧ୍ୟ ଦେବତାଙ୍କ ବେଶରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲି । ହେଲେ ତାହା ହେଲା ନାହିଁ ।’ ଗଣପତି ଭଟ୍ଟ ମହାପ୍ରଭୁଙ୍କୁ ଗଣପତି ବେଶରେ ଦେଖିବାକୁ ଚାହୁଥିଲେ । ଦୁଃଖରେ ଫେରିଯାଉଥିବା ବେଳେ ତାଙ୍କୁ ଶୂନ୍ୟବାଣୀ ହେଲା ଏବଂ ପରେ ସେହି ଦିନଠାରୁ ହିଁ ମହାପ୍ରଭୁ ଜଗନ୍ନାଥ କୃଷ୍ଣ ଗଣପତି ରୂପରେ ଓ ପ୍ରଭୁ ବଳଭଦ୍ର ଧବଳ ଗଣପତି ରୂପରେ ଦର୍ଶନ ଦେଇ ଆସୁଛନ୍ତି ।
ଅଟକିଲା ଆକ୍ସିଓମ ମିଶନ
ପୁଣି ଅଟକିଲା ଆକ୍ସିଓମ୍ ମିଶନ୍-୪ । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରାରେ ପୁଣି ବ୍ରେକ୍ ଲାଗିଛି । 'ଷ୍ଟେଟିକ୍ ଫାୟର' ପରୀକ୍ଷଣ ପରେ ବୁଷ୍ଟର ଯାଞ୍ଚ ବେଳେ ଲିକ୍ୟୁଇଡ୍ ଅକ୍ସିଜେନ୍ (LOx) ଲିକ୍ ହୋଇଥିଲା । ତେଣୁ ଅନିର୍ଦ୍ଧିଷ୍ଟକାଳ ପାଇଁ ଆକ୍ସିଓମ୍-୪ ମିଶନ୍କୁ ସ୍ଥଗିତ ରଖାଯାଇଛି । ଆଜି (ବୁଧବାର) ସନ୍ଧ୍ୟା ୫.୩୦ରେ ମହାକାଶ ଯାତ୍ରା କରିଥାନ୍ତେ ଭାରତର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଓ ତାଙ୍କ ଟିମ୍ । ନାସା ଓ ସ୍ପେସ୍ଏକ୍ସର ‘ଆକ୍ସିଓମ୍-୪’ ମିଶନରେ ଶୁଭାଂଶୁ ଓ ତାଙ୍କର ୩ ସାଥୀ ସ୍ପେସ୍ଏକ୍ସ ଡ୍ରାଗନ୍ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍କୁ ଯାତ୍ରା କରିଥାନ୍ତେ । ସ୍ପେସ୍ ଷ୍ଟେସନ୍ରେ ୧୪ ଦିନର ରହଣିରେ ଏହି ନକ୍ଷତ୍ରବିଜ୍ଞାନୀମାନେ ୬୦ ବୈଜ୍ଞାନିକ ଅଧ୍ୟୟନ ଓ ଗତିବିଧିରେ ଭାଗ ନେଇଥାନ୍ତେ । ଆକ୍ସିଓମ୍ ମହାକାଶ ମିଶନରେ ହେବାକୁ ଯାଉଥିବା ଏହା ଏପର୍ଯ୍ୟନ୍ତର ସର୍ବାଧିକ ଅଧ୍ୟୟନ ହେବ । ହେଲେ ପୁଣି ଅନିର୍ଦ୍ଧିଷ୍ଟକାଳ ପାଇଁ ମିଶନ୍ରେ ବ୍ରେକ୍ ଲାଗିଛି ।
ଯାଜପୁରରେ ମାଡୁଛି ଡାଇରିଆ
ଯାଜପୁରରେ ଡାଇରିଆ ବ୍ୟାପିବାରେ ଲାଗିଛି । ପ୍ରାୟ ୪ଟି ବ୍ଲକ କୋରେଇ, ଧର୍ମଶାଳା,ରସୁଲପୁର ଓ ବ୍ୟାସନଗର ପୌର ପରିଷଦ ଅଞ୍ଚଳ ରେ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଅଛନ୍ତି । ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ଶତାଧିକ ରୋଗୀ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଲେଣି । ଏତେ ସଂଖ୍ୟାରେ ଆକ୍ରାନ୍ତ ଭର୍ତ୍ତି ହେବାରୁ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟ ପହଞ୍ଚିଥିଲେ । ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସାର ତଦାରଖ କରିଛନ୍ତି ଜିଲ୍ଲାପାଳ । ଗତ ଦୁଇଦିନ ଭିତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । କ’ଣ ପାଇଁ ଏଭଳି ଲୋକେ ଆକ୍ରାନ୍ତ ହୋଇଛନ୍ତି ତା’ର କାରଣ ଜାଣିବାକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିବା ସିଡିଏମଓ କହିଛନ୍ତି ।
ଗଜାନନ କାଲେ ହେଲେ TPNODLର ନୂଆ ସିଇଓ
ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ୍)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଶ୍ରୀ ଗଜାନନ ଏସ୍ କାଲେ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଦ୍ୟୁତ ବିତରଣ କ୍ଷେତ୍ରରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟର ଅଭିଜ୍ଞତା ରଖିଥିବା ଶ୍ରୀ କାଲେ ଦେଶର ବହୁ ନାମୀଦାମୀ ବିଦ୍ୟୁତ ବିତରଣ କମ୍ପାନୀରେ ଗୁରୁ ଦାୟିତ୍ଵ ବହନ କରିଛନ୍ତି ।
ରାଜ୍ୟର ୧୨ ଜିଲ୍ଲାରେ କୋଭିଡ-୧୯; ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି
କୋଭିଡ-୧୯ ଧୀରେଧୀରେ ସଂପ୍ରସାରିତ ହେଉଛି। ରାଜ୍ୟର ୧୨ ଜିଲ୍ଲାକୁ କରୋନା ମାଡ଼ିସାରିଛି। ଅନୁଗୁଳ, ବରଗଡ଼, କନ୍ଧମାଳ, ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ବି କୋଭିଡ ପଜିଟିଭ ଚିହ୍ନଟ ହୋଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରୁ ଚିହ୍ନଟ ହୋଇଥିବା ମୋଟ ୫୬ କରୋନା ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୮ ଜଣ ପଜିଟିଭ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ଵର, ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର, ଅନୁଗୁଳ, ବରଗଡ଼, କନ୍ଧମାଳ, ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି।
ପ୍ରକାଶ ପାଇଲା OJEE ପରୀକ୍ଷା ଫଳ
ମଙ୍ଗଳବାର ଦିନ ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ୨୦୨୫ ଫଳ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। ଯେଉଁଥିରେ ବିଭିନ୍ନ ପାଠ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଦର୍ଶାଯାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ OJEE-2025 ଫଳାଫଳ ପୁସ୍ତିକା ପ୍ରକାଶ କରିଛନ୍ତି।
ଧିମାନ ଚକମା ନିଲମ୍ବିତ
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଆଇଏଏସ୍ ଅଧିକାରୀ ଧିମାନ ଚକମାଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି। ଲାଞ୍ଚ ଅଭିଯୋଗରେ ଗିରଫ ହେବା ପରେ ଏହି ନିଲମ୍ବନ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ସବ-କଲେକ୍ଟର ଭାବରେ କାର୍ଯ୍ୟ କରୁଥିବା ୨୦୨୧ ବ୍ୟାଚର IAS ଅଧିକାରୀ ଚକମାଙ୍କୁ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ₹୧୦ ଲକ୍ଷ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଥିଲା।
ସର୍ବଦଳୀୟ କମିଟିକୁକୁ ଭେଟିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରିଥିବା ପ୍ରତିନିଧି ଦଳକୁ ତାଙ୍କ ବାସଭବନରେ ଭେଟିଛନ୍ତି। ଅପରେସନ ସିନ୍ଦୂର ପରେ ଏହି ବୈଠକକୁ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। ଶଶି ଥରୁରଙ୍କଠାରୁ ସଲମାନ ଖୁର୍ସିଦଙ୍କ ପର୍ଯ୍ୟନ୍ତ ବିରୋଧୀ ଦଳର ପ୍ରତ୍ୟେକ ବଡ଼ ମୁହଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ନଜର ଆସିଥିଲେ।
୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବ !
ଜାତିସଂଘ ବିଶ୍ୱ ଜନସଂଖ୍ୟା ସ୍ଥିତି (SOWP) ରିପୋର୍ଟ ୨୦୨୫ ପ୍ରକାଶ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିପାରେ ଏବଂ ଏହି ଜନସଂଖ୍ୟା ବିଶ୍ୱରେ ସର୍ବାଧିକ ହେବ। ଏହା ସମେତ ଏହି ରିପୋର୍ଟରେ ପ୍ରଜନନ ହାର ବିଷୟରେ ମଧ୍ୟ ଏକ ଖୁଲାସା କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଦେଶର ପ୍ରଜନନ ହାର ମୋଟ ପ୍ରଜନନ ହାର ଠାରୁ ତଳକୁ ଖସି ଆସିଛି।