Top 10 News Today:ଆଜି ପହିଲି ରଜ,ବଢିପାରେ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2800079

Top 10 News Today:ଆଜି ପହିଲି ରଜ,ବଢିପାରେ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ଆଜି ପହିଲି ରଜ,ବଢିପାରେ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଓ ସକାଳର ୧୦ ବଡ଼ ଖବର
1. ଆଜି ପହିଲି ରଜ
ଆଜି ପହିଲି ରଜ। ତିନିଦିନିଆ ରଜ ଉତ୍ସବର ପ୍ରଥମ ଦିନ। ଏହିଦିନଠାରୁ ଧରିତ୍ରୀ ମାତାର ପୂଜା ଆରମ୍ଭ ହୁଏ। ଝିଅମାନଙ୍କୁ ପୃଥିବୀର ପ୍ରତୀକ ଭାବେ ଗ୍ରହଣ କରରଯାଇ ତାଙ୍କୁ ଏହି ତନିଦିନ ଅନେକ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଓଡ଼ିଆ ଘରେ ପିଠାପଣା, ଖେଳକୁଦରେ ସମୟ ବିତେ। ଶ୍ରୀମନ୍ଦିରରେ ମଧ୍ୟ ଏଥିନେଇ ସ୍ୱଥନ୍ତ୍ର ନୀତି ପାଳନ କରାଯାଇଥାଏ। 
 
2. ମୌସୁମୀ ବାୟୁ ସକ୍ରିୟ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଓଡ଼ିଶାରେ ଏହାର ପ୍ରବେଶ ଆସନ୍ନ ହୋଇଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାକ୍‍ ମୌସୁମୀ ବର୍ଷାହେଉଛି।ଆସନ୍ତା ୧୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରିଛି ପାଣିପାଗ ବିଭାଗ। 
 
3. ଇପିଏଫଓ କର୍ମଚାରୀ ଗିରଫ
ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଇପିଏଫ୍ଓ ଲୋନ କରାଇଦେବେ କହି ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଇପିଏଫଓ ପିଆର୍ଓେ ଅନୀଲ ରଥ। ସେବ୍ରହ୍ମପୁର ଅଫିସରେ କାର୍ଯ୍ୟରତ ଥିଲେ। ତାଙ୍କୁ ସିବିଆଇ ଗିରଫ କରି ୧୪ ଦିନ ଲାଗି ବିଚାରବିଭାଗ ହାଜତକୁ ପଠାଇଛି। 
 
4. ଯାଞ୍ଚ ହେବ ଏୟାର ଇଣ୍ଡିଆର ସମସ୍ତ ବୋଇଂ ଜାହାଜ
ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନ ଦୁର୍ଘଟଣା ଗ୍ରସ୍ତ ହେବାପରେ ସମସ୍ତ ବୋଇଂ ବିମାନର ଅଡିଟ କରିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ଭାରତରୁ ଉଡ଼ାଣ କରୁଥିବା ସମସ୍ତ ବୋଇଂ ବିମାନକୁ ଅତିକମରେ ଗୋଟିଏ ଥର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିସିଏ। 
 
5. ବଢିପାରେ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୨୭୪ ଟପିପାରେ। ଏଥିରେ ବିମାନରେ ଥିବା ୨୪୧ଜଣ ଯାତ୍ରୀଙ୍କ ସମେତ କ୍ରିୟୁ ସଦସ୍ୟ ଏବଂ ଯେଉଁ ହଷ୍ଟେଲ୍‍ ଉପରେ ହି ବିମାନ ପଡ଼ିଥିଲା ତାହାର ଅନ୍ତେବାସୀଙ୍କୁ ସାମିଲ କରାଯାଇଛି। ୨୪ ଜଣ ଡାକ୍ତରୀ ଛାତ୍ର ଏବେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଥିବା ସୂଚନା ମିଳିଛି। 
 
6. ମୃତକଙ୍କ ସମ୍ପର୍କୀୟଙ୍କୁ ବୀମା ଦେବ ଏଲଆଇସି
ବିମାନ ଯାତ୍ରୀଙ୍କ ନିକଟବର୍ତ୍ତୀ ସମ୍ପର୍କୀୟଙ୍କୁ ବୀମା ରାଶି ପ୍ରଦାନ କରିବାକୁ ଏଲ୍ଆାଇସି ନିଷ୍ପତ୍ତି ନେଇଛି। ଏଥିଲାଗି ଏଲ୍ଆଇସିର ଗ୍ରାହକଙ୍କୁ ମୃତ୍ୟୁ ପ୍ରମାଣପତ୍ର ନଥିଲେ ବି ସରକାରୀ ତାଲିକାରେ ତାଙ୍କ ନାଁ ମିଳିଲେ ବୀମା ପ୍ରଦାନ ଲାଗି ଉଲ୍ଲେଖ  କରାଯାଇଛି। ଏହି ବୀମା ରାଶି ୨୪୦୦ କୋଟିରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଇଛି, ଯାହା ଭାରତୀୟ ବିମାନ ଇତିହାସରେ ଏକ ବିରଳ ବୀମା ପ୍ରଦାନ ହେବ। 
 
7. ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଲଣ୍ଡନରୁ ଆସିବ ଟିମ
ଏହି ଦୁର୍ଘଟଣା ଲାଗି ଭାରତର ଏନ୍ଆ୍ଇଏ ତଦନ୍ତ ଆରମ୍ଭ କରିଥିବା ବେଳେ ଲଣ୍ଡନର ସ୍ୱତନ୍ତ୍ର ଦଳ ଏହାର ତଦନ୍ତ ପାଇଁ ଭାରତ ଆସିବା ସମ୍ଭାବନା ରହିଛି। 
 
8. ବଢିଲା ଗୃହରକ୍ଷୀଙ୍କ ଭତ୍ତା
ରାଜ୍ୟରେ କାର୍ଯ୍ୟ କରୁଥିବା ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଦୈନିକ ଭତ୍ତା ପରିମାଣ ବଢ଼ାଇଛନ୍ତି ରାଜ୍ୟ ସରକାର। ଏହି ଭତ୍ତା ବୃଦ୍ଧିକୁ ପିଛିଲା ଭାବେ ଜାନୁୟାରୀ ମାସରୁ ଲାଗୁ କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକ୍ରମେ ଗୃହରକ୍ଷୀଙ୍କ ଦୈନିକ ଭତ୍ତାରେ ୧୧ଟଙ୍କା ବୃଦ୍ଧି ହୋଇଛି। ବେସାମରିକ ସ୍ୱେଚ୍ଛାସେବୀଙ୍କ ଦୈନିକ ଭତ୍ତାରେ ୧୧୯ଟଙ୍କା ବୃଦ୍ଧି ହୋଇଛି। ସେହିପରି ସେମାନଙ୍କ ତାଲିମ ଭତ୍ତାରେ ୧୧୨ଟଙ୍କା ବୃଦ୍ଧି ହୋଇଛି।
 
9. ରାସନ ବିକ୍ରି ପାଇଁ ଖୋଲିବ ପୋଷଣ କେନ୍ଦ୍ର
ରାଜ୍ୟ ସରକାର ବର୍ଷପୂର୍ତ୍ତିରେ ନୂଆ ଘୋଷଣା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରାସନ୍‍ ବିକ୍ରି କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ନୁଆ ପଦକ୍ଷେପରେ ପଞ୍ଚାୟତ ସ୍ତରରେ ଏକ ଜନ ପୋଷଣ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ବଣ୍ଟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ଟି ପଞ୍ଚାୟତରେ ଏହି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି। 
 
10. ଇସ୍ରାଏଲ-ଇରାନ ଘମାଘୋଟ ଯୁଦ୍ଧ
ଇସ୍ରାଏଲ୍‍-ଇରାନ୍‍ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଛି। ଇରାନ୍‍ ଏୟାର ଷ୍ଟ୍ରାଇକ ଦ୍ୱାରା ଇରାନରେ ଆଣବିକ ସଂରକ୍ଷଣ ସ୍ଥାନ ଓ ଏହାର ସେନା ମୁଖ୍ୟମାନଙ୍କୁ ଟାର୍ଗେଟ୍ କରୁଥିବାରୁ ଇରାନ‍ ମଧ୍ୟ ଇସ୍ରାଏଲ୍‍ ଉପରେ ପାଲଟା ଆକ୍ରମଣ କରିଛି। ଇରାନ‍ ୧୫୦ରୁ ଅଧିକ ମିଶାଇଲ‍ ଇସ୍ରାଏଲ୍‍ ଉପରେ କରିଛି। ଏଥିରେ ୩୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଅପରପକ୍ଷେ ଇସ୍ରାଏଲ ଆକ୍ରମଣରେ  ୭୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।
;