Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
1. ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ସଫଳ ହୋଇନାହିଁ
ଇରାନ୍ ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ସଫଳ ହୋଇ ନାହିଁ। ଏହି ଆଣବିକ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିପାରି ନାହିଁ ଆମେରିକା। କିଛି ମାସ ଭିତରେ ଇରାନ ଚାହିଁଲେ ସେଗୁଡ଼ିକ ପୁଣିଥରେ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଆମେରିକାର ଗୁଇନ୍ଦା ରିପୋର୍ଟ ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଗୋପନରେ ଆଣବିକ ବୋମା ନିର୍ମାଣ ଲାଗି ବ୍ୟବହାର ହେଉଥିବେ ତିନୋଟି କେନ୍ଦ୍ର ଉପରେ ଆମେରିକା ଆକ୍ରମଣ କରିଥିଲା। ଏହି ତିନୋଟି କେନ୍ଦ୍ର ଫରଦୋ, ନାତାଞ୍ଜ ଏବଂ ଇସ୍ଫାେହନଠାରେ ଅବସ୍ଥିତ ।
2. ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଭାରତର ଯାତ୍ରା
ଆଜି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଭାରତର ଯାତ୍ରା ହେବ। ଏହି ଯାତ୍ରାର ନାଁ ରହିଛି ଆକ୍ସିଅମ୍ ମିଶନ୍-୪। ନାସାର ଉତ୍କ୍ଷେ ପଣ କେନ୍ଦ୍ରରୁ ଏହି ମହାକାଶଯାନ ଯାତ୍ରା ଆରମ୍ଭ କରିବ। ଏହା ଭାରତର ଅନ୍ତରୀକ୍ଷ ଯାତ୍ରା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଅତିକମରେ ୬ ଥର ଏହି ମିଶନକୁ ସ୍ଥଗିତ କରାଯାଇଥିଲା।ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏହାର ସଦସ୍ୟ ରହିଛନ୍ତି।
3. ବାଦୁଡି ଦେହରେ ରହିଛି ଘାତକ ଭୂତାଣୁ
ବାଦୁଡ଼ି ଦେହରେ ରହିଛି ହାନୀକାରକ ଭୂତାଣୁ। ଏହା ଜୀବ ସମ୍ପଦ ସହ ମଣିଷକୁ ଅନେକ ମାତ୍ରାରେ ଆକ୍ରାନ୍ତ କରିପାରେ। ଚୀନର ବୈଜ୍ଞାନିକମାନେ ଗବେଷଣା ପରେ ଏହିତଥ୍ୟ ସାମ୍ନାକୁ ଆଣିଛନ୍ତି। ସେମାନେ ବାଦୁଡ଼ିରେ ୨୦ ପ୍ରକାର ନୂଆ ଭୂତାଣୁ ସନ୍ଧାନ କରିଛନ୍ତି।
4. ବଢିଲା ରେଳଭଡ଼ା
ଜୁଲାଇ ୧ ତାରିଖରୁ ରେଳ ଭଡ଼ା ବୃଦ୍ଧି ପାଇବ। ଏସି, ନନ୍ ଏସି ମେଲ, ଏକ୍ସପ୍ରେସ ଏବଂ ଦ୍ୱଇତୀୟ ଶ୍ରଣୀ ଟିକଟ ଭଡ଼ା ୧ ପଇସାରୁ ଦୁଇ ପଇସା ବଢ଼ିବାକୁ ଯାଉଛି। କିନ୍ତୁ ସବ୍ଅର୍ବାନ ଓ ମାସିକ ଟିକଟ କ୍ଷେତ୍ରରେ ଭଡ଼ା ବଢ଼ିବ ନାହିଁ। ସେହିପରି ୫୦୦ କିଲୋମିଟରରୁ କମ୍ ଯାତ୍ରାରେ କୌଣସି ଭଡ଼ା ବଢ଼ିବ ନାହିଁ।
5. ଖୋଲିବ ନୂଆ ମେଡିକାଲ
ରାଜ୍ୟରେ ଆଉ ୯ଟି ମେଡିକାଲ୍ କଲେଜ ପଅତିଷ୍ଠା ହେବ। ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମ୍ବିୁବିଏସ୍ କଲେଜ ଖୋଲାଯିବ। ସେହିପରି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଏବଂ ବଲାଙ୍ଗୀରରେ ୪ଟି ଡେଣ୍ଟାଲ୍ କଲେଜ ଖୋଲାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ମୟୁରଭଞ୍ଜରେ େଗାଟିଏ ଆୟୁରବେଦିକ କଲେଜ ଖୋଲିବାକୁ ସରକାର ଯୋଜନା ରଖିଥିବା ସେ କହିଛନ୍ତି।
6. ନିର୍ଦ୍ଧାରିତ ହେବେ ବାସହୀନ
ପୁଣିଥରେ ନିର୍ଦ୍ଧାରିତ ହେବେ ବାସହୀନ। ପ୍ରତି ଜିଲ୍ଲାପାଳଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ସଚିବ। ଡିସେମ୍ବର ସୁଦ୍ଧା ଏ କାର୍ଯ୍ୟ ଶେଷ କରି ବାସହୀନଙ୍କ ପାଇଁ ବାସ ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୪ ଅଗଷ୍ଟ ୧୬ରୁ ବାସହୀନଙ୍କ ସର୍ଭୋ କରାଯାଇଥିଲା। ଏହା କାର୍ଯ୍ୟ ଅକ୍ଟୋବରରେ ଶେଷ ହୋଇଥିଲା। ବାସହୀନଙ୍କ ସଂଜ୍ଞାରେ ସଂଶୋଧନ ହେତୁ ଏହାର ଆବଶ୍ୟକତା ରହିଛି ବୋଲି ସରକାର ଅନୁଭବ କରିଛନ୍ତି।
7. ମୋଦକ ଚୋରି ଘଟଣାର ନୂଆମୋଡ
ଶ୍ରୀମନ୍ଦିରରୁ ମୋଦକ ଚୋରି ଘଟଣା ନୂଆ ମୋଡ଼ ନେଇଛି। କିଛି ସେବାୟତ ମୋଦକ ଚୋରି ହୋଇଥିବା ଦର୍ଶାଇଥିବା ବେଳେ ପ୍ରଶାସନ ଏହାକୁ ସତ୍ୟାସତ୍ୟହୀନ ବୋଲି କହିଛି। ଅପରପକ୍ଷେ ମନ୍ତ୍ରୀ ଏ ବାବଦରେ ରିପୋର୍ଟ ତଲବ କରିଛନ୍ତି। ପ୍ରକାଶ ଥାଉକି ଦୁଇଦିନର ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
8. ଆଉଟ ସୋର୍ସିଂକୁ ନେଇ ଆପତ୍ତି ଉଠାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ପ୍ରକଳ୍ପ କାର୍ଯ୍ୟ ଆଉଟ ସୋରସିଂକୁ ନେଇ ଆପତ୍ତି ଉଠାଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। ଏକ ନୋଟଶିଟରେ ଏହାର କାରଣ କୈଫିୟତ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ଏତେ ଦକ୍ଷ ଇଞ୍ଜିନିୟର ଥିବା ବେଳେ ପ୍ରକଳ୍ପ ଡିପିଆର, ରୂପାୟନ ପାଇଁ କାହିଁକି ବାହାର ଇଞ୍ଜିନି୍ରରଙ୍କ ସେବାକୁ ଗ୍ରହଣ କରାଯାଉଛି।
9. ଆଜିର ଦିନରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ
୫୦ ବର୍ଷ ପୂର୍ବେ ଆଜିର ଦିନରେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଏହାକୁ ସମ୍ବିଧାନହତ୍ୟା ଦିବସ ଭାବେଏବେ ସରକାର ଗ୍ରହଣ କରୁଛନ୍ତି। ଏହାକୁ ସ୍ୱାଧୀନ ଭାରତର କଳା ଇତିହାସ ଭାବେ ଗ୍ରହଣ କରି ଏହି ବିଷୟରେ ସଚେତନତା ପ୍ରସାର କରୁଛନ୍ତି ସରକାର ।
10. ଆସନ୍ତାକାଲି ନବଯୌବନ ଦର୍ଶନ
ଆଜି ଶ୍ରୀ ଜିଉଙ୍କ ଅଣବସରର ୧୫ତମ ଦିନ। ଗତକାଲି ଶ୍ରୀ ଜିଉଙ୍କ ବନକ ଲାଗି ହୋଇଛି। ଆସନ୍ତା କାଲି ନବଯୌବନ ବେଶ ଅନୁଷ୍ଠିତ ହେବ। ପୁରୀରେ ରଥଯାତ୍ରା ଆଉ ମାତ୍ର ଗୋଟିଏ ଦିନ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରଥ ନିର୍ମାଣ କାର୍ଯ୍ୟ ବି ଜୋରଦାର ଚାଲିଛି।