Top 10 News Today: ପୁରଣ ହେବ ଗୃପ ସି ପଦବୀ, କେନ୍ଦ୍ରାପଡ଼ ଛାତ୍ରୀ ମୃ୍ୟୁ ଘଟଣାରେ ତଦନ୍ତ କରିବେ ଏସପି ଓ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2871744

Top 10 News Today: ପୁରଣ ହେବ ଗୃପ ସି ପଦବୀ, କେନ୍ଦ୍ରାପଡ଼ ଛାତ୍ରୀ ମୃ୍ୟୁ ଘଟଣାରେ ତଦନ୍ତ କରିବେ ଏସପି ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ପୁରଣ ହେବ ଗୃପ ସି ପଦବୀ, କେନ୍ଦ୍ରାପଡ଼ ଛାତ୍ରୀ ମୃ୍ୟୁ ଘଟଣାରେ ତଦନ୍ତ କରିବେ ଏସପି ଓ ୧୦ ବଡ଼ ଖବର
1. ଆଇନର ଚାରି କାନ୍ଧ ଭିତରେ ରୁହ: ସୁପ୍ରିମକୋର୍ଟ
ଆଇନର ଚାରିକାନ୍ଥ ଭିତରେ ହିଁ କାର୍ଯ୍ୟ କରିବାକୁ ପଡ଼ିବ। ଅଭିଯୁକ୍ତ ଚତୁର ହୋଇ ଚକମା ଦେବାକୁ ଚାହୁଁଥିବା ବେଳେ ସେହି ଉପାୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟବହାର କରିପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଇଡିରେ ମାମଲା ପଞ୍ଜିକରଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୋଷୀ ସାବ୍ୟସ୍ତ ହାର ୧୦ ପ୍ରତିଶତରୁ କମ୍‍ ରହୁଛି। ପୁଣି ବିଗତ ୧୦ ବର୍ଷ ଭିତର ତଥ୍ୟକୁ ସଂସଦରେ ମନ୍ତ୍ରୀ ଉପସ୍ଥାପନ କରିଥିବା କହି ବିଚାରପତି ଉଜ୍ଜଳ ଭୂୟଁା ତଦନ୍ତ ପ୍ରକ୍ରିୟାରେ ଉନ୍ନତି ଆଣିବାକୁ ଇଡିକୁ ପରାମର୍ଶ ଦେଇଛନ୍ତି। 
 
2. ରାସ୍ତା ନିର୍ମାଣରେ ଲାଗି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ
ଏଣିକି ପ୍ଲାଷ୍ଟିକ୍‍ ବର୍ଜ୍ୟକୁ ବ୍ୟବହାର କରି ରାସ୍ତା ନିର୍ମାଣ କରାଯିବ। ଏନେଇ ସମ୍ଭାବ୍ୟ ଦିଗକୁଡ଼ିକୁ ଅନୁସନ୍ଧାନ କରିବାପାଇଁ ମାନସମନ୍ଥନ କରିଛନ୍ତି ନଗର ଉନ୍ନୟନ ସଚିବ ଉଷା ପାଢ଼ୀ। ପ୍ରଦୂଷଣ ମୂକ୍ତ ଓ ସତତ ବରିବେଶ ହାସଲ ଲକ୍ଷ୍ୟରେ ଏହି ଅନୁସନ୍ଧାନ କରାଯିବ। 
 
3. ପୁରଣ ହେବ ଗୃପ ସି ପଦବୀ
ରାଜ୍ୟ ସରକାରଙ୍କ ପାଖରେ ଖାଲିଥିବା ଗ୍ରୁପ୍‍ ସି ପଦବୀ ଶୀଘ୍ର ପୂରଣ ହେବ। ଅଗଷ୍ଟ ୩୧ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ୧୦ଟି ବିଭାଗର ୨୨ହଜାର ୮୯୬ ପଦବୀ ପୂରଣ ହେବ। 
 
4. ରାଇରଙ୍ଗପୁର ଏକ ପୋଲିସ ଜିଲ୍ଲା ଘୋଷିତ
ଓଡ଼ିଶା ସରକାର ରାଇରଙ୍ଗପୁରକୁ ଏକ ପୁଲିସ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଆଇନ ପ୍ରଣୟନ ଏବଂ ଦ୍ରୁତ ଜନସେବା ପାଇଁ ଏହି ପଦସକ୍ଷେପ ନିଆଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଏହା ଅଧୀନରେ ଦୁଇଟି ସବ୍‍ଡିଭିଜନ୍‍ ରହିବ। ଗୋଟିଏ ରାଇରଙ୍ଗପୁରରେ ଏବଂ ଅନ୍ୟଟି କରଞ୍ଜିଆରେ। ଏହାସହ ନୂଆ ସାଇବର କ୍ରାଇମ, ଅର୍ଥନୀତିକ ଅପରାଧ ଓ ମହିଳାଙ୍କ ବିରୋଧରେ ଅପରାଧ ଯାଞ୍ଚ ଓ ଆଇନ କାର୍ଯ୍ୟକାରୀ କରିବା ଲାଗି ସ୍ୱତନ୍ତ୍ର ବିଭାଗ ଏହି ପୁଲିସ ଜିଲ୍ଲାରେ କାର୍ଯ୍ୟ କରିବ।  ପୂର୍ବରୁ ଏହି ଦୁଇ ସବ୍‍ଡିଭିଜନ୍‍ ମୟୁରଭଞ୍ଜ ପୁଲିସ ଜିଲ୍ଲାରେ ରହିଥିଲା। ନୂଆ ଜିଲ୍ଲା କାର୍ଯ୍ୟକାରୀ ହେଲେ ମୟୁରଭଞ୍ଜର ୧୫ ଥାନା ଏବେ ନୂଆ ପୁଲିସ ଜିଲ୍ଲାରେ ଅନ୍ତର୍ଭୁକ୍ତ ହେବ। ରାଇରଙ୍ଗପୁରକୁ ପୁଲିସ ଜିଲ୍ଲା ଭାବେ ଘୋଷଣା କରିବା ପରେ ରାଜ୍ୟରେ ୪୦ଟି ନୂଆ ପୁଲିସ ପଦବୀ ସୃଷ୍ଟି ହୋଇଛି। 
 
5. ଥାନାରେ ନିର୍ଯାତନା ଅଭିଯୋଗରେ ୩ ପୋଲିସ ନିଲମ୍ବିତ
ଥାନାରେ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗରେ ୩ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାର ଏଏସ୍‍ଆଇ ଚିନ୍ମୟ ପୃଷ୍ଟି, ଦୁର୍ଗେଶ ନନ୍ଦିନୀ ଦେ, ଏବଂ କନଷ୍ଟେବଳ ଦେବେନ୍ଦ୍ର ବାନରାଙ୍କୁ ଯାଜପୁର ଏସ୍‍ପି ନିଲମ୍ବନ କରିଛନ୍ତି। ସେମାନେ ତାଙ୍କ କାର୍ଯ୍ୟରେ ଅବହେଳା କରିଥିବା ନିଲମ୍ବନର କାରଣ ଭାବେ ଦର୍ଶାଯାଇଛି।  ଅପରପକ୍ଷେ ଥାନା ଇନ୍‍ସ୍ପେକ୍ଟର ଏବଂ ସବ୍‍ଇନ୍‍ସପେକ୍ଟର ୯ ଜଣ ପୁଲିସ କର୍ମୀଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ପୀଡ଼ିତଙ୍କ ପତ୍ନୀ। ତାଙ୍କୁ ଲୁହା ରଡ୍ ରେ ମାଡ଼ ମାରିବା, ବିଷ ପିଆଇବା ନେଇ ମାମଲା ରୁଜୁ କରାଯାଇଛି। 
 
6. ଡ୍ରାଇଭର ପଦବୀ ପାଇଁ ୪ ବର୍ଷ ବୟସ କୋହଳ
ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ଡ୍ରାଇଭର ଭାବେ ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ସୀମାରେ ୪ ବର୍ଷ କୋହଳ, କରାଯାଇଛି। ନିୟମିତ ନିଯୁକ୍ତି ହୋଇ ନଥିବାରୁ  ସରକାର ଏହି ନିଷ୍ପତ୍ତି ନେଇଥିବା ହାଇକୋର୍ଟଙ୍କୁ ଜଣାଇଛନ୍ତି ଆଡ୍‍ଭୋକେଟ୍‍ ଜେନେରାଲ। ଅକ୍ଟୋବର ମାସରେ ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା। ଏହି ବିଜ୍ଞପ୍ତିରେ କୋହଳ ବୟସ ସୀମା ଦାବି କରି ୧୨୪୫ ଜଣ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
 
7. କେନ୍ଦ୍ରାପଡ଼ ଛାତ୍ରୀ ମୃ୍ୟୁ ଘଟଣାରେ ତଦନ୍ତ କରିବେ ଏସପି
କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ଖୋଦ୍‍ ଏସ୍‍ପି ନେଇଛନ୍ତି। ଘଟଣାରେ ନିରପେକ୍ଷ ତଦନ୍ତ ଲାଗି ଅଭିଯୁକ୍ତ ଏଏସ୍‍ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ବ୍ଲାକମେଲିଂର ଶିକାର ହୋଇ ସମ୍ପୃକ୍ତ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  ୬ ମାସ ପୂର୍ବରୁ ବ୍ଲାକମେଲିଂ ବିଷୟରେ ଛାତ୍ରୀ ଜଣକ ପୁଲିସ ଧ୍ୟାନ ଆକର୍ଷଣ କରିଥିଲେ ମଧ୍ୟ ତାହାର କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। 
 
8. ଆମେରିକାର ଟାରିଫ ବୃଦ୍ଧିକୁ ନିନ୍ଦା କା ଚୀନ
ଭାରତୀୟ ଉତ୍ପାଦ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ଟାରିଫ୍‍ ବୃଦ୍ଧି ପ୍ରସଙ୍ଗକୁ ଚୀନର ରାଷ୍ଟ୍ରଦୂତ ନିନ୍ଦା କରିଛନ୍ତି। ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସୁ ଫେଇହଙ୍ଗ୍। ସେ କହିଛନ୍ତି ଟାରିଫ୍‍କୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯିବା ଜାତିସଂଘ ଖସଡ଼ା ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ ନିୟମ ବିରୋଧୀ। ଏହା ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ ବୋଲି ସେ ଅଭିହିତ କରିଛନ୍ତି। ଏଭଳି ବଦମାସ୍‍ଙ୍କୁ ଗୋଟିଏ ଇଞ୍ଚ ଠେଲିଲେ ସେମାନେ ମାଇଲେ ଦୂରକୁ ଚାଲିଯିବେ ବୋଲି କହିଛନ୍ତି ସୁ। 
 
9. ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ
ଆମେରିକା ଏହାର କୃଷି  ଓ ଦୁଗ୍ଧଜାତ ଉତ୍ପାଦକୁ ଭାରତରେ ବିନା କୌଣସି ଶୁଳ୍କରେ ବିକ୍ରି କରିବା ପାଇଁ ଭାରତକୁ ଅନୁରୋଧ କରିଥିଲା। କିନ୍ତୁ ଭାରତ ଏହାର କୃଷକ ଏବଂ ପ୍ରାଣୀପାଳକ ତଥା ମତ୍ସ୍ୟଚାଷୀଙ୍କ ସ୍ୱାର୍ଥକୁ କେବେ ସାଲିସ କରିବାକୁ ଦେବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିଲାଗି ତାଙ୍କୁ ବ୍ୟକ୍ତିଗତ ଭାବେ ଅନେକ କିଛି ହରାଇବାକୁ ପଡ଼ିବ କିନ୍ତୁ ସେ ପ୍ରସ୍ତୁତ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 
 
10. ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଏକାଠି ହେବେ ଋଷ ଓ ଆମେରିକା
ୟୁକ୍ରେନ୍‍ ଯୁଦ୍ଧ ବନ୍ଦ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‍ ଏକାଠି ହେବେ। ୟୁଏଇରେ ଏହି ବୈଠକ ହେବ। ଏଥିଲାଗି ଆସନ୍ତା ସପ୍ତାହକୁ ସ୍ଥିର କରାଯାଇଛି। ବିଶ୍ୱ ରାଜନୀତିରେ ବଦଳୁଥିବା ପରିସ୍ଥିତିରେ ଏହି ଦୁଇ ରାଷ୍ଟ୍ରନେତାଙ୍କ ବୈଠକକୁ ଗୁରୁତ୍ୱପୂର୍ଣ୍ଣ  ବିଚାର କରାଯାଉଛି।
;