Top 10 News Headlines: ଆଜି ପୁଣିଥରେ ଆଇଏଏସ୍ ଅଧିକାରୀଙ୍କ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର ଗତକାଲି ୪୭ ଜଣ ଅଧିକାରୀଙ୍କୁ ସରକାର ବଦଳ କରିଥିଲେ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 24 July 2025: 1. IAS Transfer: ଆଜି ପୁଣିଥରେ ଆଇଏଏସ୍ ଅଧିକାରୀଙ୍କ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର ଗତକାଲି ୪୭ ଜଣ ଅଧିକାରୀଙ୍କୁ ସରକାର ବଦଳ କରିଥିଲେ। ଆଜି ୧୩ ଜଣ ଅଧିକାରୀଙ୍କ ସ୍ତରରେ ହୋଇଛି ଅଦଳବଦଳ। ସରକାରୀ କାର୍ଯ୍ୟରେ ଅଧିକ ନିୟନ୍ତ୍ରଣ ଆଣିବା ଲାଗି ଶୀର୍ଷ ପୟଶାସକଙ୍କ ସ୍ତରରେ ଏହି ଅଦଳବଦଳ କରାଯାଉଛି।
2. OFS Transfer: ଓଡ଼ିଶା ଜଙ୍ଗଲ ସେବା ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ସରକାର ଅଦଳବଦଳ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ୩୪ ଜଣ ଅଧିକାରୀଙ୍କ ପଦବୀ ଓ ଦାୟିତ୍ୱରେ ବଦଳ କରାଯାଇଥିବା ଦର୍ଶାଯାଇଛି। ନିକଟରେ ଜଣେ ଜଙ୍ଗଲ ଅଧିକାରୀଙ୍କ ଘରେ ଭିଜିଲାନ୍ଦ ଚଢ଼ଉ ବେଳେ ତାଙ୍କପାଖରୁ ଅମାପ ସମ୍ପତ୍ତି ଜବତ କରିଥିଲା। ଯାହା ଏ କ୍ଷେତ୍ରରେ ହେଉଥିବା ଦୁର୍ନୀତିର ଏକ ନମୁନା ବୋଲି ଚର୍ଚ୍ଚା ହେଉଛି। ସରକାର ଅଧିକାରୀମାନଙ୍କ ଏହି ଦୁର୍ନୀତି ମୁହାଁ ଆତ୍ମବିଶ୍ୱାସକୁ ଏହି ବଦଳି ନିର୍ଦ୍ଦେଶ ନିୟନ୍ତ୍ରଣ କରିବ ବୋଲି ଆଶା କରାଯାଇଛି।
3. CM Grievance: ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହେବ। ଏଥିଲାଗି ଅନ୍ଲାଇନରେ ଅଭିଯୋଗ ଦାଖଲ କରିବା ଲାଗି ଆସନ୍ତାକାଲି ଖୋଲିବ। ପ୍ରଥମ ୧୦୦୦ ଜଣଙ୍କ ଆବେଦନକୁ ଏଥିରେ ଗ୍ରହଣ କରାଯିବ। ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ସିଧାସଳଖ ଅଭିଯୋଗ ଶୁଣାଇବା ଲାଗି ସୁଯୋଗ ପ୍ରଦାନ କରାଯିବ। ୟୁନିଟ-୨ ପୁରୁଣା ସରକାରୀ ପ୍ରାଥମିକ ସ୍କୁଲରେ ସକାଳ ୮ଟାରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ।
4. 23 Projects cleared in Single widow: ରାଜ୍ୟ ସରକାରଙ୍କ ୧୩୮ ତମ ଏକକ ଝରକା ବ୍ୟବସ୍ଥା କ୍ରମେ ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ୪ହଜାର ୯୮୨ କୋଟି ନିବେଶ ଲାଗି ବାଟ ଫିଟିଛି। ଏହି ନିବେଶ ୧୨ ଜିଲ୍ଲାରେ ହେବ। ଏଥିରେ ପ୍ରାୟ ୧୧ହଜାର ୯୩୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
5. India-UK Free trade: ଭାରତ ଓ ଇଂଲଣ୍ଡ ଭିତରେ ମୁକ୍ତ ବାଣିଜ୍ୟଚୁକ୍ତି ସ୍ୱାକ୍ଷର ହୋଇଛି। ଏହାଦ୍ୱାରା ଭାରତର ଉତ୍ପାଦ ଇଂଲଣ୍ଡରେ ଏବଂ ଇଂଲଣ୍ଡ ଉତ୍ପାଦ ଭାରତରେ ବିକ୍ରି ଲାଗି ପୂର୍ବରୁ ଲାଗୁ ହେଉଥିବା ଶୁଳ୍କ ପରିମାଣ କମିବ। ଏହିକ୍ରମରେ ଭାରତକୁ ଆସୁଥିବା ଇଂଲଣ୍ଡ ଦ୍ରବ୍ୟ ପାଇଁ ପୂର୍ବରୁ ଲାଗୁ ହେଉଥିବା ହାରାହାରି ଟିକସ ୧୫ ପ୍ରତିଶତ ବଦଳରେ ୫ ପ୍ରତିଶତକୁ ଖସି ଆସିବ। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ କାରବାର ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। ଭାରତର ବୟନ, ଜୁଏଲରୀ, ରତ୍ନ ପଥର କାରବାର ଏହାଦ୍ୱାରା ପ୍ରୋତ୍ସାହିତ ହେବ ବୋଲି ଆଶା କରାଯାଇଛି।
6. Speaker to Announce Inquiry committee: ଲୋକସଭାର ବାଚସ୍ପତି ଏକ ନୂତନ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିବାକୁ ଯାଉଛନ୍ତି। ଏହା ଆୟ ବହିର୍ଭୁତ ବେଆଇନ ଟଙ୍କା ଠୁଳ କରିଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଜଷ୍ଟିସ୍ ୟଶଓ୍ୱନ୍ତ ବର୍ମାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ଯାଞ୍ଚ କରିବ। ଲୋକସଭାର ୧୪୫ ଜଣ ସଦସ୍ୟ ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ଆଣିଛନ୍ତି।
7. House Adjourned for the 4th day: ଆଜି ଚତୁର୍ଥ ଦିନ ଲାଗି ସଂସଦ ଅଚଳ ରହିଛି। ଉଭୟ ଲୋକସଭା ଓ ରାଜ୍ୟସଭାକୁ ବିରୋଧୀଙ୍କ ହଟ୍ଟଗୋଳ ଲାଗି ମୁଲତବୀ କରାଯାଇଛି। ବିହାରରେ ଏସ୍ଆଇଆର୍କୁ ନେଇ ବିରୋଧ ଅଧିକ ହୋଇଛି।
8. Thailand vs Cambodia War: ଭାରତର ପଡ଼ୋଶୀ ରାଷ୍ଟ୍ର ଥାଇଲାଣ୍ଡ ଓ କାମ୍ବୋଡ଼ିଆ ଭିତରେ ଯୁଦ୍ଧ ଆରମ୍ଭ ହୋଇଛି। ଏହାଦ୍ୱାରା ୧୦ ଜଣଙ୍କ ମୃତ୍ୟୁ ଘଟିଛି। କାମ୍ବୋଡିଆ ପକ୍ଷରୁ ପ୍ରଥମେ ଗୋଳା ବିସ୍ଫୋରଣ କରାଯାଇଥିବା ନେଇ ଅଭିଯୋଗ କରି ଥାଇଲାଣ୍ଡ ଆକ୍ରମଣ କରିଥିବା କହିଛି। ହେଲେ ଥାଇଲାଣ୍ଡ ଏହାକୁ ଖଣ୍ଡନ କରିଛି। ମେ ମାସରେ ଉଭୟ ଦେଶ ଭିତରେ ଯୁଦ୍ଧ ହୋଇଥିଲା।
9. ED Raid on Ambani: ଅନୀଲ ଅମ୍ବାନୀଙ୍କ କାରବାର ସହ ସମ୍ପୃକ୍ତ ୫୦ କମ୍ନାୀ ଉପରେ ଇଡି ଚଢ଼ଉ କରିଛି। ବେଆଇନ ଅର୍ଥ କାରବାର ନେଇ ଅନୀଲ ଅମ୍ବାନୀଙ୍କ ବିରୋଧରେ ଅଭିଯୋଗ ରହିଛି।
10. Train Derailed in Sambalpur: ସମ୍ବଲପୁରଠାରେ ଯାତ୍ରୀବାହୀ ଶାଲଇମର ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶେଷ ଡିବା ଲାଇନ୍ଚ୍ୟୁତ ହେବାରୁ ଯାତ୍ରୀ ଆତଙ୍କିତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।