Top 10 News Headlines: ଅପରାହ୍ଣର ୧୦ଟି ବଡ଼ ଖବର ପଢନ୍ତୁ ଚୁଟକିରେ...
Trending Photos
Bhubaneswar Metro Project: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। CEIGIL ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ। କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି। ଏପରିକି ଦୁଇକମ୍ପାନୀ ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି।
Odisha Weather: ରାଜ୍ୟର ପାଣିପାଗ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି। ସେ କହିଛନ୍ତି, ଅବପାତ ଉତ୍ତର ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଡ଼େ ଅଛି। ଏହି କାରଣରୁ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା କମିବ। ଆସନ୍ତାକାଲି ଠାରୁ ଓଡ଼ିଶାରୁ ୱାର୍ଣ୍ଣିଂ ହଟାଇବ ପାଣିପାଗ ବିଭାଗ ।
Vigilance Raid: ଗିରଫ ହେଲେ କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡର ଡେପୁଟି ରେଂଜର ରାମଚନ୍ଦ୍ର ନେପାକ। ଗତକାଲି ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିବା ପରେ ତାଙ୍କର ବିପୁଳ ସଂପତ୍ତିର ସନ୍ଧାନ ପାଇଥିଲା ଭିଜିଲାନସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିଲା। ଘରୁ ମିଳିଥିଲା ୧ କୋଟି ୪୩ ଲକ୍ଷ ଟଙ୍କା। ୧୦ଟି ଆକାଉଣ୍ଟରୁ ମିଳିଛି ୧ କୋଟି ୩୨ ଲକ୍ଷରୁ ଅଧିକ ଟଙ୍କା । ଦେଢ କିଲୋ ସୁନା, ସାଢେ ୪ କିଲୋ ରୁପା ଅଳଙ୍କାର ଜବତ ହୋଇଛି।
Medical Student Death: ପାଣିରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ । ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ିଯିବାରୁ ଅଘଟଣ । ବୁର୍ଲା ମେଡିକାଲ୍ କଲେଜର ୬ ଛାତ୍ରଛାତ୍ରୀ ବୁଲି ଯାଇଥିଲେ । କୌଣସି କାରଣରୁ ଜଣେ ଛାତ୍ର ଓ ଛାତ୍ରୀ ବୁଡ଼ିଯିବାରୁ ମୃତ। ଘଟଣାସ୍ଥଳ ଅଭିମୁଖେ ଗଲେ ବୁର୍ଲା ମେଡିକାଲ୍ ଅଧୀକ୍ଷକ ଓ ଡିନ୍।
Road Accident: ପଟ୍ଟାମୁଣ୍ଡାଇରେ ସ୍କୁଟିକୁ ଧକ୍କା ଦେଇ ଚଢ଼ିଗଲା ବସ୍; ଶଳାଭିଣୋଇ ମୃତ । ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ମଦନପୁର ଛକରେ ଦୁର୍ଘଟଣା । ସ୍ଥାନୀୟ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧ । ବସ୍ ଡ୍ରାଇଭର ଫେରାର୍, ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସର ତଦନ୍ତ ଜାରି।
Kargil War Turns 26 Year: ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ସାରା ଦେଶ କାରଗିଲ୍ ବିଜୟ ଦିବସ ପାଳନ କରେ । ୧୯୯୯ ମସିହାରେ ଆମ ବୀର ଯବାନମାନଙ୍କ ଅଦମ୍ୟ ସାହସ, ଶୌର୍ଯ୍ୟ ଏବଂ ବଳିଦାନକୁ ମନେ ପକାଇବା ପାଇଁ ଏହି ଦିନ ପାଳନ କରାଯାଏ । ଏହି ଯୁଦ୍ଧ ଭାରତକୁ ବହୁତ କିଛି ଶିକ୍ଷା ଦେଇଛି ।
Andhra Pradesh And Telangana Flood: ପ୍ରବଳ ବର୍ଷାରେ ବେହାଲ ଆନ୍ଧ୍ର ଓ ତେଲେଙ୍ଗାନା । ଯାତାୟତ ଏକପ୍ରକାର ଠପ ହୋଇଥିବା ବେଳେ ଲଗାଣ ବର୍ଷାରେ କିଛି ନଦୀରେ ପାଣି ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି । ଭଦ୍ରାଦ୍ରି-କୋଠାଗୁଡେମ ଏବଂ ଖମାମ ଜିଲ୍ଲାରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କିଛି ନଦୀରେ ପାଣି ପ୍ରବାହିତ ହେଉଥିବାରୁ ପୁଲିସ ଏବଂ ରାଜସ୍ୱ ଅଧିକାରୀମାନେ ମୁଖ୍ୟ ରାସ୍ତାରେ ପିକେଟ୍ ବ୍ୟବସ୍ଥା କରିଥିଲେ ।
Prime Minister Modi Record: ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା । ମର୍ଣ୍ଣିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ୭୬% ଆପ୍ରୁଭାଲ୍ ରେଟିଂ ସହିତ ସେ ବିଶ୍ୱର ଅନ୍ୟ ପ୍ରମୁଖ ନେତାମାନଙ୍କୁ ପଛରେ ପକାଇ ଦେଇଛନ୍ତି ମୋଦୀ।
Kamal Haasan Enters Rajya Sabha: ଅଭିନେତା ତଥା ମକ୍କଲ ନିଥି ମୟମ ପ୍ରମୁଖ କମଲ ହାସନ ଶୁକ୍ରବାର ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ । ଶୁକ୍ରବାର ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ପ୍ରଥମେ କମଲ ହାସନଙ୍କ ଶପଥ ଗ୍ରହଣ କରାଯାଇଥିଲା । କମଲ ହାସନ ରାଜ୍ୟସଭା ସାଂସଦ ଭାବେ ତାମିଲ ଭାଷାରେ ଶପଥ ନେଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
Peru Bus Accident: ପେରୁର ଆଣ୍ଡିସ୍ ପର୍ବତମାଳାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏଥିରେ ଅତିକମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୮ ଜଣ ଆହତ ହୋଇଛନ୍ତି। ଏକ୍ସପ୍ରେସୋ ମୋଲିନା ଲିଡେର ଇଣ୍ଟରନାସନାଲ ଦ୍ୱାରା ପରିଚାଳିତ ଏକ ଡବଲ ଡେକର ବସ୍ ଜୁନିନ ଅଞ୍ଚଳର ପାଲକା ଜିଲ୍ଲାରେ ଏକ ଘାଟି ରାସ୍ତାରେ ଯାଉଥିବା ବେଳେ ଖାଲକୁ ଖସି ପଡ଼ିଥିଲା