Top 10 News Headlines: ମହାରାଷ୍ଟ୍ରରେ ୪୦ ଲକ୍ଷ ଭୋଟର ରହସ୍ୟମୟୀ...ଭାରତ ଆସିବେ ଋଷ ରାଷ୍ଟ୍ରପତି ଓ ଅନ୍ୟାନ୍ୟ ବଡ଼ ଖବର
Advertisement
Article Detail0/zeeodisha/odisha2871078

Top 10 News Headlines: ମହାରାଷ୍ଟ୍ରରେ ୪୦ ଲକ୍ଷ ଭୋଟର ରହସ୍ୟମୟୀ...ଭାରତ ଆସିବେ ଋଷ ରାଷ୍ଟ୍ରପତି ଓ ଅନ୍ୟାନ୍ୟ ବଡ଼ ଖବର

Top 10 News Headlines: ଅପରାହ୍ଣ ସମୟର ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ୧୦ ଟି ଖବର ପଢନ୍ତୁ କେବଳ କମ୍ ସମୟରେ 

Top 10 News Headlines: ମହାରାଷ୍ଟ୍ରରେ ୪୦ ଲକ୍ଷ ଭୋଟର ରହସ୍ୟମୟୀ...ଭାରତ ଆସିବେ ଋଷ ରାଷ୍ଟ୍ରପତି ଓ ଅନ୍ୟାନ୍ୟ ବଡ଼ ଖବର

Flag March At Khordha: ଖୋର୍ଦ୍ଧା ବାଘମାରୀ ଥାନା ଓସ୍ତପୁର-କୋଟପଲ୍ଲାରେ ପୋଲିସର ଫ୍ଲାଗମାର୍ଚ୍ଚ । ଦୁଇ ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ଦୋକାନ ବଜାର ଭଙ୍ଗାରୁଜା । ୧୦ରୁ ୧୫ ଦୋକାନ ଭଙ୍ଗାକୁ ନେଇ ଉତ୍ତେଜନା, ଟେକା ପଥର ମାଡ଼ । ଟେକା ପଥର ମାଡ଼ରେ ୨ ଜଣ ବ୍ୟକ୍ତି ଆହତ, ମେଡିକାଲ୍‌ରେ ଭର୍ତ୍ତି । ଘଟଣା ସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ, ତହସିଲଦାର, ଉପଜିଲ୍ଲାପାଳ, SDPO ଉପସ୍ଥିତ ରହିଛନ୍ତି। 

Molestation Allegation: କଟକରେ ମହିଳା ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ । ସଦର ଥାନା ଫୁଲନଖରା ଅଞ୍ଚଳର ସରକାରୀ ଡାକ୍ତରଖାନାରେ ଅସଦାଚରଣ ନେଇ ଅଭିଯୁକ୍ତ ପବ୍ଲିକ୍‌ ହେଲ୍‌ଥ ମ୍ୟାନେଜର ନିଶିଥ୍ ସାହୁ ଗିରଫ, କୋର୍ଟ ଚାଲାଣ। ଏନେଇ ଅତିରିକ୍ତ ଅର୍ବାନ ପ୍ରାଇମେରୀ ହେଲଥ୍ ଅଫିସରଙ୍କୁ ଜଣାଇଥିଲେ । କାର୍ଯ୍ୟାନୁଷ୍ଠାନ ନ ହେବାରୁ ସଦର ଥାନାରେ ଏତଲା ପରେ ଗିରଫ ହୋଇଛନ୍ତି ଅଭିଯୁକ୍ତ। 

National Handloom Day: ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌ । ସପ୍ତାହର ଗୋଟିଏ ଦିନ ଓଡ଼ିଶାର ହସ୍ତତନ୍ତ ପରିଧାନ ପାଇଁ ଅପିଲ୍ । ଅଧିକରୁ ଅଧିକ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ୬ଟି ସ୍ଥାନରେ ହେବ ଟେକ୍ସଟାଇଲ୍ ପାର୍କ । ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ, ଏହା ଆମର ଗର୍ବ ସହ ୩୦ ଜିଲ୍ଲାରେ ୩୦ ହଜାର ବୁଣାକାର ଶ୍ରମିକ ସହାୟକ ନିଯୁକ୍ତ ହୋଇଛନ୍ତି । ବୁଣାକାରଙ୍କ ସାମାଜିକ, ଆର୍ଥିକ ବିକାଶ ପାଇଁ ଆମେ ଚେଷ୍ଟିତ ବୋଲି କହିଲେ ମୁଖ୍ୟମନ୍ତ୍ରୀ।

Kendrapara Crime News: କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମାହୂତି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବ, ଯଦି ପୋଲିସ ଆରମ୍ଭରୁ ପଦକ୍ଷେପ ନେଇଥାନ୍ତା,ଆଜି ସେହି ଛାତ୍ରୀ ଜଣକ ଜୀବିତ ଥାଆନ୍ତେ । ପୋଲିସ ଏତଲା ରଖିଲା ନାହିଁ । ମାମଲାକୁ ଖାମଖିଆଲି ଭାବେ ନେଇ ଅଶ୍ଲୀଳ ଭିଡିଓ ଡିଲିଟ କରିବାକୁ ଓ ମୋବାଇଲ ସ୍ଵିଚ୍ ଅପ୍ କରିବାକୁ କହି ଚୁପ୍ ବସିଲା। ଯଦି ଆରମ୍ଭରୁ ଆକ୍ସନ ନେଇଥାନ୍ତା, ତେବେ ଏତେ ବଡ଼ ଅଘଟଣ ଘଟିନଥାନ୍ତା। ଘଟଣା ପାଇଁ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ବିଜେଡି।

Bibhuti Bhusan Mardaraj Passes Away: ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତ ରାତିରେ ତାଙ୍କର ବିୟୋଗ ହୋଇଛି। ହୃଦ୍ ଜନିତ ସମସ୍ୟା ଯୋଗୁଁ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଖଣ୍ଡପଡ଼ା ଗଡ଼ର ରାଜା ଥିଲେ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ। କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ଥିଲେ ବିଭୁତି ଭୂଷଣ ମର୍ଦ୍ଦରାଜ। 

Rahul Gandhi On Voter List: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଏସଆଇଆରକୁ ନେଇ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଛି ଯେଉଁ କାରଣରୁ ମହାରାଷ୍ଟ୍ର ନିର୍ବାଚନ ଆମେ ହାରିଗଲୁ । ମହାରାଷ୍ଟ୍ରରେ ୪୦ ଲକ୍ଷ ଭୋଟର ରହସ୍ୟମୟୀ ଅଟନ୍ତି । ମାତ୍ର ୫ ମାସରେ ହିଁ ସେଠାରେ ବହୁତ ଭୋଟରଙ୍କ ନାଁ ଭୋଟର ଲିଷ୍ଟକୁ ଉଠିଥିଲା । ତେବେ ଭୋଟର ଲିଷ୍ଟକୁ ନେଇ ନିର୍ବାଚନ ଆୟୋଗ ଜବାବ ଦେବା ଉଚିତ୍ ବୋଲି କହି ଟାର୍ଗେଟ୍ କରିଛନ୍ତି। 

CRPF Vehicle Accident: ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି । ଏଠାରେ ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ ଖସିପଡ଼ିଛି । କଣ୍ଡୱା ଅଞ୍ଚଳ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ସିଆରପିଏଫ ଯବାନଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୧୬ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଜାରି ରହିଛି। 

Vice President Election: ସେପ୍ଟେମ୍ବର ୯ରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଅଗଷ୍ଟ ୨୧ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୨୨ ଅଗଷ୍ଟରେ ପ୍ରାର୍ଥିପତ୍ର ଯାଞ୍ଚ ହେବ  ସେହିପରି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅଗଷ୍ଟ ୨୫ । ସେପ୍ଚେମ୍ବର ୯ ତାରିଖ ସକାଳ ୧୦ରୁ ଅପରାହ୍ଣ ୫ ଯାଏ ଭୋଟିଂ ହେବ । 

Vladimir Putin Comes To India: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ମଧ୍ୟରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଗଷ୍ଟ ଶେଷ ସୁଦ୍ଧା ଭାରତ ଗସ୍ତରେ ଆସିପାରନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମସ୍କୋରେ ରୁଷ ସୁରକ୍ଷା ପରିଷଦ ମୁଖ୍ୟ ସେରଗେଇ ସୋଇଗୁଙ୍କ ସହ ସାକ୍ଷାତ ସମୟରେ ଏହି ସୂଚନା ଦେଇଛନ୍ତି। ଡୋଭାଲଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। 

Ghana Government Plane Crash: ପୁଣି ସାମ୍ନାକୁ ଆସିଲା ଆଉ ଏକ ଛାତିଥରା ବିମାନ ଦୁର୍ଘଟଣା । ଏକ ସରକାରୀ ବିମାନ ଏହି ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ଦେଶର ପ୍ରତିରକ୍ଷା ଏବଂ ପରିବେଶ ମନ୍ତ୍ରୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ସକାଳେ ହେଲିକପ୍ଟରଟି ରାଜଧାନୀ ଆକ୍ରାରୁ ଓବୁଆସି ଅଭିମୁଖେ ଯାଉଥିଲାବେଳେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । କିନ୍ତୁ ଏପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ ।

;