Top 10 News Headlines:ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ, ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
Advertisement
Article Detail0/zeeodisha/odisha2800645

Top 10 News Headlines:ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ, ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର

Top 10 News Headlines: ଅପରାହ୍ଣର ବଡ଼ ଖବର ପଢନ୍ତୁ ଚୁଟକିରେ...

Top 10 News Headlines:ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ, ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର

NEET-UG 2025: ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । NEET ୱେବସାଇଟରେ ପରୀକ୍ଷାଫଳ ଇପଲବ୍ଧ । ପ୍ରାୟ 22.7 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । 13ଟି ଭାଷାରେ ହୋଇତିଲା ପରୀକ୍ଷା । ରାଜସ୍ଥାନର ମହେଶ କୁମାର ଟପ୍ପର, ଉତ୍କର୍ଷ ଅୟୋଧ୍ୟା ଦ୍ବିତୀୟ ସ୍ଥାନରେ ଉତ୍ତୀର୍ଣ୍ଣ । ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର । NEET UG ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ neet.nta.nic.in ରେ ଫଳାଫଳ ଦେଖିପାରିବେ।

Odisha Weather Report: ମୌସୁମୀ ବର୍ଷାରେ ଭିଜିବ ସାରା ଓଡ଼ିଶା । ରାଜ୍ୟରେ ୬ ଦିନ ଯାଏଁ ବର୍ଷା ସମ୍ଭାବନା । ୩୦ରୁ ୪୦ କି.ମି. ରହିପାରେ ପବନର ବେଗ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ଦୁଇଦିନ ମଧ୍ୟରେ ବିଦର୍ଭ, ଛତିଶଗଡ ଏବଂ ଓଡିଶା ର ଆହୁରି କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବାବେଳେ, ଗୁଜୁରାଟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ତେବେ ରଜରେ ପୁରା ଓଡ଼ିଶା ଭିଜିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। 

Bhubaneswar Air port: ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ ।  ଭୁବନେଶ୍ୱର ବିମାନବନ୍ଦରରେ ହେବ ରିହର୍ସାଲ । ଜରୁରିକାଳୀନ ରିହର୍ସାଲ କରିବାକୁ ନିର୍ଦ୍ଦେଶ ଦେଇଛି DGCA ।  ଫୁଲସ୍କେଲ ରିହର୍ସାଲ ସମୟରେ ପୋଲିସ, ମେଡିକାଲ ଟିମ ଓ ଅଗ୍ନିଶମବାହିନୀ ଉପସ୍ଥିତ ରହିବେ । ବେଆଇନ କୋଠା ଉଚ୍ଛେଦ ଓ ଗଛ କାଟିବାକୁ ବିଏମସିକୁ କୁହାଯିବ । ଏହି ରିହାର୍ସଲ ଜୁନ୍ ୩୦ରେ ହେବ ।  ଏଥିରେ ପୋଲିସ, ମେଡିକାଲ ଓ ଅଗ୍ନିଶମ ଉପସ୍ଥିତ ରହିବେ ।

Cholera Fear At Jajpur: ଯାଜପୁରରେ ପହଞ୍ଚିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦି ବୃନ୍ଦା । ଜାତୀୟ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ରୋଗୀଙ୍କ ସ୍ବାସ୍ଥ୍ୟ ବସ୍ଥା ବୁଝିଛନ୍ତି । ଏହା ସହ ଯାଜପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି l ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଝାଡା ବାନ୍ତିର ଅନୁଧ୍ୟାନ କରିଛନ୍ତ।  ଗ୍ରାଉଣ୍ଡ ଜିରୋରେ ପାନୀୟ ଜଳ ବିଶୋଧନ କରାଯାଇଥିବା ବେଳେ ପ୍ରତ୍ୟେକ ଗାଁରେ ଆଶା ଓ ଅଙ୍ଗନୱାଡି କର୍ମୀ ସଚେତନ କରୁଛନ୍ତି ।

Ratha Yatra Preparation: ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା। ‘ନିର୍ଦ୍ଧାରିତ ସମୟ ଅନୁସାରେ ରଥଟଣା ଉପରେ ମୋହର ଲାଗିଛି’ । ‘କୌଣସି ସେବକ ମୋବାଇଲ ବ୍ୟବହାର କରିପାରିବେ ନାହିଁ,‘ରଥ ଟଣା ବେଳେ ଅଣସେବକ ରଥ ଉପରକୁ ଯାଇ ପାରିବେ ନାହିଁ’ । ‘ଏପରିକି ସେବକଙ୍କ ସହାୟକ ମଧ୍ୟ ବସି ପାରିବେ ନାହିଁ ।‘ଯଦି ଅଣସେବକ ଚଢ଼ିବେ ତାହେଲେ ମୋକଦ୍ଦମା କରାଯିବ’। 

IED Blast: ସର୍ଚ୍ଚ ଅପରେସନ ସମୟରେ ଜଣେ ସିଆରପିଏଫ ଯବାନ IED ବିସ୍ଫୋରଣରେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣଟି କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ପାଖରେ ଘଟିଥିବାବେଳେ ଏଥିରେ ବହୁତ କ୍ଷୟକ୍ଷତି ହୋଇଛି। ନିକଟରେ ପ୍ରାୟ ୫ଟନ ବିସ୍ଫୋରକ ଲୁଟ କରିଥିଲେ ମାଓବାଦୀ। ଏଥିମଧ୍ୟରୁ କିଛି ବିସ୍ଫୋରକ ଜବତ ହୋଇଥିବାବେଳେ ଅବଶିଷ୍ଟ ଜବତ ପାଇଁ ଉଦ୍ୟମ ଚାଲିଥିଲା।

Air India Plane Crash Update: ଅହମ୍ମଦାବାଦ ପ୍ଲେନ୍ କ୍ରାସ ଘଟଣାର ଯାଂଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ । ଗୃହ ସବିବଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ।୩ ମାସରେ ଯାଂଚ କମିଟି ରିପୋର୍ଟ ଦେବ। AAIB ଘଟଣାସ୍ଥଳରେ ଯାଞ୍ଚ କରୁଛି। 

Air India CEO: AI-171 ବିମାନ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଏୟାର ଇଣ୍ଡିଆ । ଆଜି ଏକ ପ୍ରେସ ବିବୃତ୍ତି ଜାରି କରି ଏହି କଥା କହିଛନ୍ତି ଏୟାରଇଣ୍ଡିଆ ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ଓ୍ବିଲସନ । ଦୁର୍ଘଟଣା ପରେ ପ୍ରଥମକରି ନିଜର ପ୍ରତିକ୍ରିୟା ରଖି କ୍ୟାମ୍ପବେଲ କହିଛନ୍ତି ଦୁର୍ଘଟଣା କାରଣ ଖୋଜି ବାହାର କରିବା ପାଇଁ ୪୦ ଜଣ ଇଞ୍ଜିନିୟର ଓ ୧୦୦ ଜଣ କେୟାରଟେକର ଅହମ୍ମଦାବାଦ ଗସ୍ତ କରିଛନ୍ତି । ଇଞ୍ଜିନିୟରମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବେ । କେୟାରଟେକରମାନେ ଆହତ ଓ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିବେ ।

Air India Plane Crasha Death Rise: ଅହମ୍ମଦାବାଦ ବିମାନ ଦୁର୍ଘଟଣା କେମିତି ଘଟିଲା? ପ୍ରକୃତରେ କାହାର ତ୍ରୁଟି ପାଇଁ ୨୪୧ ଜଣ ବିମାନ ଯାତ୍ରୀଙ୍କ ସମେତ ୨୬୫ଜଣଙ୍କ ମୃତ୍ୟୁ ହୋଇଛି ଏହାସହ ଆହୁରି ମୃତ୍ୟୁ ବଢିବା ନେଇ ଆଶଙ୍କା ରହିଛି। ଏହାର କାରଣ ଖୋଜା ଚାଲିଛି । ଘଟଣାସ୍ଥଳରେ ପହଞ୍ଚିଛି ଫରେନ୍ସିକ୍ ଟିମ୍ ଓ ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ଟିମ୍। ବିମାନ ଦୁର୍ଘଟଣାସ୍ଥଳରେ ଏହି ଦୁଇ ତଦନ୍ତକାରୀ ସଂସ୍ଥାର ସହ ଏନଏସଜି, ଏନଡିଆରଏଫ୍ , ବାୟୁସେନା,ଏଫଏସଏସ, ଅଗ୍ନିଶମ ଟିମ୍ ଉପସ୍ଥିତ ଅଛନ୍ତି ।

Space Journey: ଭାରତୀୟ ବାୟୁସେନାର ପାଇଲଟ୍ ତଥା ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଅଭିଯାନର ନୂଆ ତାରିଖ ଘୋଷଣା ହୋଇଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜୁନ୍ ୧୯ ଗୁରୁବାର, ୨୦୨୫ରେ ମହାକାଶ ଯାତ୍ରା କରିବ ଅକ୍ସିଅମ୍-୪ । ନାସାର ଫ୍ଲୋରିଡା  କେନେଡି ସ୍ଥିତ ସ୍ପେସ୍‌ ଷ୍ଟେସନରେ ଏହାକୁ ଲଞ୍ଚ କରାଯିବ ।

;