Top 10 News Today:ଭୁବନେଶ୍ୱରରେ କାଳବୈଶାଖି, ୪ ଓଡିଆଙ୍କୁ ପଦ୍ମ ସମ୍ମାନ ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2734792

Top 10 News Today:ଭୁବନେଶ୍ୱରରେ କାଳବୈଶାଖି, ୪ ଓଡିଆଙ୍କୁ ପଦ୍ମ ସମ୍ମାନ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ଭୁବନେଶ୍ୱରରେ କାଳବୈଶାଖି, ୪ ଓଡିଆଙ୍କୁ ପଦ୍ମ ସମ୍ମାନ ଓ ସକାଳର ୧୦ ବଡ଼ ଖବର

ଭୁବନେଶ୍ୱରରେ କାଳବୈଶାଖି
ସୋମବାର କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ଢେଙ୍କାନାଳ ଓ ଭଦ୍ରକରେ ଘନ ଘନ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଛି ।  ମଙ୍ଗଳବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ ଯାଜପୁରରେ ଘଡ଼ଘଡ଼ି ଓ କୁଆପଥର ମାଡ଼ ସହିତ ପ୍ରବଳ ବର୍ଷା ଆଶଙ୍କା ଅଛି । ପବନର ଝଟ୍‌କା ୫୦ରୁ ୬୦ କିମି ଛୁଇଁପାରେ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ଅଛି । ତେବେ କାଳ ବୈଶାଖି ପ୍ରଭାବରେ ଜଣକର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। 

ଡାକ୍ତର ଅଶୋକ ମହାପାତ୍ରଙ୍କୁ ପଦ୍ନ ସମ୍ମାନ
ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ସମ୍ମାନୀତ କରିଥିଲେ। ସେମାନଙ୍କ ମଧ୍ୟରୁ ଅଦ୍ୱିତା ଚରଣ ଗଡନାୟକ, ଅଶୋକ କୁମାର ମହାପାତ୍ର, ଦୁର୍ଗା ଚରଣ ରଣବୀର ଏବଂ ପ୍ରତିଭ ଶତପଥି ରହିଛନ୍ତି।ସୂଚନା ଅନୁଯାୟୀ, ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ଜଣଙ୍କୁ ପଦ୍ମଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ କ୍ଷେତ୍ର ରେ ଖ୍ୟାତି ଅର୍ଜନ କରିଥିବା ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି।

ରାସନକାର୍ଡ ହାତେଇଛନ୍ତି ବାଂଲାଦେଶୀ ଓ ପାକିସ୍ତାନୀ ନାଗରିକ
ଓଡ଼ିଶାରେ ପାକିସ୍ତାନୀ ଏବଂ ବାଂଲାଦେଶୀ ନାଗରିକ ହାତେଇଛନ୍ତି ରାସନ୍‌ କାର୍ଡ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ଅନୁପ୍ରବେଶ କରି ସେମାନେ କାର୍ଡ ହାତେଇ ନେଇଛନ୍ତି । ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ରାସନ କାର୍ଡରୁ ନାଁ କାଟିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଛାଡିଲେଣି ଜଣେ ନାଗରିକ
ଓଡ଼ିଶାରେ ଥିବା ୧୨ ପାକିସ୍ତାନୀକୁ ଦେଶ ଛାଡ଼ ନୋଟିସ୍‌ ପ୍ରସଙ୍ଗରେ ଜଣେ ପାକିସ୍ତାନୀ ରାଜ୍ୟ ଛାଡି ସାରିଲେଣି। ଏନେଇ ସୂଚନା ଦେଇ ଡିଜିପି ୱାଇ ବି ଖୁରାନିଆ କହିଛନ୍ତି ଯେ, ଯେଉଁମାନେ ଦୀର୍ଘମିଆଦୀ ଭିସା ପାଇଛନ୍ତି ତା ଉପରେ ଆମେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଛୁ ।

ପିପିଲି ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ
ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ କରାଯିବା ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ବରଜୁପାଟଣା ଗ୍ରାମରେ ଏହି ଘଟଣା ଘଟିଛି ।ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ପୁରୀ ସାଂସଦ ଓ ପିପିଲି ବିଧାୟକ ବରଜୁପାଟଣା ଗ୍ରାମରେ ଆୟୁଷ୍ମାନ କାର୍ଡ ବାଣ୍ଟିବା ସହିତ ଗ୍ରାମବାସୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି।

ଅନ୍ଧାରରେ ଅଧା ୟୁରୋପ
ଅନ୍ଧାରରେ ଅଧା ୟୁରୋପ । ସ୍ପେନ୍‌, ପର୍ତ୍ତୁଗାଲ ଓ ବେଲଜିୟମ୍‌ ଅନ୍ଧାରରେ ପୂରା ସହାର । ଏମିତିକି ଦକ୍ଷିଣ ଫ୍ରାନ୍ସ ମଧ୍ୟ ଅନ୍ଧକାର ଆଚ୍ଛାଦିତ ହୋଇଛି। ସେପଟେ ବିଦ୍ୟୁତ୍‌ ନଥିବା କାରଣରୁ ବିମାନ ଓ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛି ଜନତା ।  ପ୍ରବଳ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଲାଣି । ଅନ୍ୟପକ୍ଷରେ ବିଦ୍ୟୁତ୍‌ ବିଭ୍ରାଟ ଫଲରେ କାମ କରୁନି ଏଟିଏମ୍‌। ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଲୋକେ। ତେବେ ଏତେବଡ଼ ବିଦ୍ୟୁତ ବିଭ୍ରାଟର ପ୍ରକୃତ କାରଣ ଜଣାପଡ଼ିନି ନଥିବା ସୂଚନା ମିଳିଛି। 

ଆଜି କିଟ ମାମଲାର ଶୁଣାଣୀ
କିଟ୍ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି। NHRCଙ୍କ ନିର୍ଦ୍ଦେଶନାମା ଉପରେ ଲାଗିଥିବା ରହିତାଦେଶ ଉପରେ ନିଷ୍ପତ୍ତି ନେବେ ଉଚ୍ଚ ନ୍ୟାୟାଳୟ। NHRC ଟିମ୍, ସରଜମିନ୍ ତଦନ୍ତ ପରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସିଧାସଳଖ କିଟ୍ ମ୍ୟାନେଜମେଣ୍ଟକୁ ଦାୟୀ କରିଥିଲେ। କମିଶନ ନିଜ ନିର୍ଦ୍ଦେଶନାମାରେ କହିଥିଲେ, କିଟର ଆନ୍ତର୍ଜାତିକ ସଂପର୍କ ଅଧିକାରୀ ବା IRO, ଶୃଙ୍ଖଳାଗତ କମିଟି ଏବଂ କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଅଣଦେଖା କାରଣରୁ ନେପାଳୀ ଛାତ୍ରୀ ଆତ୍ମହତ୍ୟା ପାଇଁ ବାଧ୍ୟ ହୋଇଥିଲେ। ତଦନ୍ତରୁ ଜଣାପଡ଼ିଥିଲା, ଆତ୍ମହତ୍ୟାର 11 ମାସ ପୂର୍ବରୁ ପୀଡ଼ିତା ଛାତ୍ରୀ ଜଣଙ୍କ ଅଭିଯୁକ୍ତ ଅଦ୍ବିକ ଶ୍ରୀବାସ୍ତବ ବିରୋଧରେ କିଟ୍ ମ୍ୟାନେଜମେଣ୍ଟ ପାଖରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। 

ଯୁଦ୍ଧ ଭୟରେ ପାକ୍‌ ସେନାରେ ସାମୁହିକ ଇସ୍ତଫା
ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି । ଫଳରେ ସେମାନେ ଭୟଭୀତ ହୋଇ ସେନାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । କିଛି ଅଫିସର ଓ ସୈନ୍ୟ ନିଜର ସୀମାନ୍ତ ପୋଷ୍ଟ ଛାଡି ପଳାଇଛନ୍ତି । ରିପୋର୍ଟ ଅନୁସାରେ ଗତ ଦୁଇଦିନ ଭିତରେ ପାକିସ୍ତାନ ସେନାର ୨୫୦ ଜଣ ଅଫିସର ଓ ୪,୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି । ପାକିସ୍ତାନର ପଶ୍ଚିମ ସୀମାରେ ମୁତୟନ ୧୨ତମ କର୍ପସର ୨୦୦ ଅଫିସର ଓ ୬୦୦ ସୈନ୍ୟ ନିଜ ପୋଷ୍ଟ ଛାଡି ପଳାଇଛନ୍ତି । ନଦର୍ଣ୍ଣ କମାଣ୍ଡ ଅଧୀନରେ କାର୍ଯ୍ୟରତ ୧୦୦ ଅଫିସର ଓ ୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି ।  ପାକିସ୍ତାନୀ ସେନା ପକ୍ଷରୁ ଅଫିସର ଓ ସୈନ୍ୟଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଏକ ଚିଠିରୁ ଏକଥା ସ୍ପଷ୍ଟ ଭାବେ ଜଣାପଡିଛି ।

ଆଇପିଏଲରେ ଦ୍ରୁତତମ ଶତକ ମାରିଲେ ବୈଭବ
ଆଇପିଏଲରେ ବୈଭବ ବିସ୍ଫୋରଣ। ୧୪ ବର୍ଷୀୟ ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଲେ ଧୂଆଁଧାର ଇନିଂସ। ନିଜ ନାଁରେ କରିଛନ୍ତି ବିରାଟ ରେକର୍ଡ। ଗୁଜରାଟ ଟାଇଟନ୍ସ ବିପକ୍ଷପରେ ୩୫ ବଲ୍ ରେ ଦ୍ରୁତତମ ଶତକ ହାସଲ କିରଛନ୍ତି ବୈଭବ। 

;