Top 10 News: ଗୃହରକ୍ଷୀଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରାକାର, ଦୁଇ ହାର୍ଡକୋର ମାଓବାଦୀ ଗିରଫ, ପଢ଼ନ୍ତୁ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2799824

Top 10 News: ଗୃହରକ୍ଷୀଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରାକାର, ଦୁଇ ହାର୍ଡକୋର ମାଓବାଦୀ ଗିରଫ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: ରାଜ୍ୟରେ କାର୍ଯ୍ୟ କରୁଥିବା ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଦୈନିକ ଭତ୍ତା ପରିମାଣ ବଢ଼ାଇଛନ୍ତି ରାଜ୍ୟ ସରକାର।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 13 Jun 2025
Top 10 News Headlines 13 Jun 2025

Top 10 News Headlines 13 Jun 2025: Home Guard Duty Allowances hiked: ରାଜ୍ୟରେ କାର୍ଯ୍ୟ କରୁଥିବା ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଦୈନିକ ଭତ୍ତା ପରିମାଣ ବଢ଼ାଇଛନ୍ତି ରାଜ୍ୟ ସରକାର। ଏହି ଭତ୍ତା ବୃଦ୍ଧିକୁ ପିଛିଲା ଭାବେ ଜାନୁୟାରୀ ମାସରୁ ଲାଗୁ କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକ୍ରମେ ଗୃହରକ୍ଷୀଙ୍କ ଦୈନିକ ଭତ୍ତାରେ ୧୧ଟଙ୍କା ବୃଦ୍ଧି ହୋଇଛି। ବେସାମରିକ ସ୍ୱେଚ୍ଛାସେବୀଙ୍କ ଦୈନିକ ଭତ୍ତାରେ ୧୧୯ଟଙ୍କା ବୃଦ୍ଧି ହୋଇଛି। ସେହିପରି ସେମାନଙ୍କ ତାଲିମ ଭତ୍ତାରେ ୧୧୨ଟଙ୍କା ବୃଦ୍ଧି ହୋଇଛି।

5 Arrested For Smuggling Illegal firearms: ଭୁବନେଶ୍ୱର କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ବେଆଇନ ବନ୍ଧୁକ କାରବାର କରୁଥିବା ଏକ ନେଟୱାର୍କର ପର୍ଦ୍ଦାଫାସ କରିଛି ଏବଂ ଉତ୍ତର ଭାରତରୁ ବନ୍ଧୁକ ଚୋରା ଚାଲାଣରେ ସମ୍ପୃକ୍ତ ପାଞ୍ଚ ଜଣ ଅପରାଧୀଙ୍କୁ ଗିରଫ କରିଛି। ଚଢାଉ ସମୟରେ ଛଅଟି ବନ୍ଧୁକ ଏବଂ ଜୀବନ୍ତ ଗୁଳି ଜବତ କରାଯାଇଛି। ଏହି ନେଟୱାର୍କ ଉତ୍ତର ପ୍ରଦେଶ, ବିହାର ଏବଂ ଓଡିଶାରେ ବ୍ୟାପିଥିବା ଜଣାପଡିଛି।

Malkangiri Police Apprehend Two Maoist: ମାଲକାନଗିରି ପୋଲିସ ଜୁନ୍ ୧୨ ଏବଂ ଜୁନ୍ ୧୩ ମଧ୍ୟରାତ୍ରିରେ ଏକ ସ୍ୱତନ୍ତ୍ର ଅପରେସନ ସମୟରେ ମାଥିଲି ପୋଲିସ ଷ୍ଟେସନ ଅନ୍ତର୍ଗତ ସୋଡିଗୁଡ଼ା ଏବଂ ତେନ୍ତୁଲିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଦୁଇ ଜଣ ହାଡକୋର ମାଓବାଦୀଙ୍କୁ ଗିରଫ କରିଛି। ଏହା ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି।

Odisha government to open Jan Poshan Kendra: ରାଜ୍ୟ ସରକାର ବର୍ଷପୂର୍ତ୍ତିରେ ନୂଆ ଘୋଷଣା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରାସନ୍‍ ବିକ୍ରି କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ନୁଆ ପଦକ୍ଷେପରେ ପଞ୍ଚାୟତ ସ୍ତରରେ ଏକ ଜନ ପୋଷଣ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ବଣ୍ଟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। 

CBI traps EPFO officer: ଦୁର୍ନୀତି ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଶୁକ୍ରବାର ଦିନ ବ୍ରହ୍ମପୁରରେ ଜଣେ କମ୍ପାନୀ ପ୍ରତିନିଧିଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ଜଣେ ଅଧିକାରୀଙ୍କୁ ଗିରଫ କରିଛି।

DGCA orders stricter safety checks for Air India: ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ପରେ DGCA ବୋଇଂ ୭୮୭-୮/୯ ବିମାନର ସୁରକ୍ଷା ଯାଞ୍ଚ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏହି ନୂତନ ନିର୍ଦ୍ଦେଶ ୧୫ ଜୁନ୍ ୨୦୨୫ ରାତି ୧୨ଟାରୁ କାର୍ଯ୍ୟକାରୀ ହେବ। ଉଡ଼ାଣ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଯାଞ୍ଚ ପାଇଁ DGCA ନିର୍ଦ୍ଦେଶ ଦେଇଛି।

Israel Attack on Iran: ମିଡିଲ ଇଷ୍ଟରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଥିବା ବେଳେ ଅନ୍ୟପଟେ କୁହାଯାଉଛି ଯେ ଇସ୍ରାଏଲ ପୁଣି ଥରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି। ଇରାନୀ ଗଣମାଧ୍ୟମ ଅନୁସାରେ ଇସ୍ରାଏଲୀ ସେନା ପୁଣି ଥରେ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି।

Benjamin Netanyahu Call PM modi: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବର୍ଦ୍ଧିତ ଉତ୍ତେଜନା ପାଇଁ ବେଞ୍ଜାମିନ୍ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ ନେତାନ୍ୟାହୁ ତାଙ୍କୁ ଇରାନ ସହିତ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ତାଙ୍କୁ ଭାରତର ଚିନ୍ତା ବିଷୟରେ ଅବଗତ କରାଇଛି ଏବଂ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଶୀଘ୍ର ପୁନଃସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରିଛି।

Ahmedabad Plane Crash Update: ଗୁରୁବାର ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ଶୁକ୍ରବାର ଦିନ କହିଛି ଯେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବୋଇଂ 787 ଡ୍ରିମଲାଇନର୍ ବିମାନର ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଛି। ବିଜେ ମେଡିକାଲ୍ କଲେଜର ଆବାସିକ ପରିସରରେ ଥିବା ଏକ କୋଠାର ଛାତରୁ ବିମାନର ବ୍ଲାକ୍ ବାକ୍ସ ଉଦ୍ଧାର କରାଯାଇଛି।

England Women vs India Women: ଜୁନ୍ ୨୮ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ମହିଳା ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ପାଇଁ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ୧୪ ଜଣିଆ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳର ନେତୃତ୍ୱ ନେବେ ନାଟ୍ ସାଇଭର-ବ୍ରଣ୍ଟ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ବାମହାତୀ ସ୍ପିନର ସୋଫି ଏକ୍ଲେଷ୍ଟୋନ୍ ଫେରିଛନ୍ତି। ଇଂଲଣ୍ଡ ଗସ୍ତରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଆୟୋଜକ ଦଳ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ମଧ୍ୟ ଖେଳିବ।

 

;