Top 10 News Headlines: ଶରଧାବାଲି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି।
Trending Photos
Top 10 News Headlines 29 Jun 2025: H1. CM Apologises After Rath Yatra Stampede: ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି।
H2. Odisha Govt Transfers Puri Collector, SP: ପୁରୀରେ ତିନି ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପରେ ପୁରୀ ଜିଲ୍ଲାପାଳ ଓ ଏସ.ପି ଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ. ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆ ଯାଇଛି। ଏହା ସହିତ DCP ଶ୍ରୀ ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଶ୍ରୀ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି।
H3. Puri Stampede Compensation Announced: ପୁରୀରେ ତିନି ଜଣ ଶ୍ରଦ୍ଧାଳୁଙ୍କ ମୃତକ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।
H4. Saswata Mishra Appointed Principal Secretary: ଓଡ଼ିଶା ସରକାରଙ୍କ ବରିଷ୍ଠ ଆଇଏଏସ୍ ଅଧିକାରୀ ଶାଶ୍ୱତ ମିଶ୍ର ଯିଏ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ସମେତ ଇଡ୍କୋ ଅଧ୍ୟକ୍ଷ ଅଛନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂତନ ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଛି। ରବିବାର ଦିନ ଏହା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।
H5. CM Majhi Grievance Cell to Remain Shut on June 30: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଚଳିତ ଜୁନ୍ ମାସ ୩୦ ତାରିଖ ଅର୍ଥାତ୍ ସୋମବାର ଦିନ ଭୁବନେଶ୍ଵର ୟୁନିଟ-୨, ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ଯ ଅନିର୍ବାଯ୍ୟ କାରଣ ବଶତଃ ବନ୍ଦ ରହିବ।
H6. Odisha Govt Issues Flood Alert: ଝାଡ଼ଖଣ୍ଡ ଓ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ (DoWR) ଏହି ଅଞ୍ଚଳର ବିଭିନ୍ନ ନଦୀରେ ବନ୍ୟା ସତର୍କତା ଜାରି କରିଛି। ସୁବର୍ଣ୍ଣରେଖା, ବୁଢ଼ାବାଳଙଗା ଓ ଜଳକା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି।
H7. Ganjam AEE Susil Kumar Panda Arrested: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରବିବାର ଦିନ ଓଡ଼ିଶା ଭିଜିଲାନ୍ସ ଗଞ୍ଜାମ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ସୁଶୀଲ କୁମାର ପଣ୍ଡାଙ୍କୁ ଗିରଫ କରିଛି। ରବିବାର ତାଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ)ଙ୍କ କୋର୍ଟରେ ହାଜର କରାଯିବାର କାର୍ଯ୍ୟକ୍ରମ ରହିଛି।
H8. 123rd episode of Mann Ki Baat: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାତର ୧୨୩ତମ ଏପିସୋଡ୍ ଆଜି ପ୍ରସାରିତ ହୋଇଥିଲା। ୨୨ଟି ଭାଷାରେ ପରିବେଷଣ ହେଉଥିବା ଏହି କାର୍ଯ୍ୟକ୍ରମ ଯୋଗ ଦିବସ ଉପରେ ଆଲୋଚନା ସହିତ ଆରମ୍ଭ ହୋଇଥିଲା। ଏହା ପରେ ସେ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଏହାର ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ଜରୁରୀକାଳୀନ ପରିସ୍ଥିତି ସମୟରେ ଲଢ଼ିଥିବା ଲୋକଙ୍କୁ ମନେ ପକାଇବା ଉଚିତ।
H9. Indian Railways to speed up chart prep: ଭାରତୀୟ ରେଳବାଇ ସହିତ ଜଡିତ ଏକ ବଡ଼ ଖବର ଆସିଛି। ରେଳବାଇ ବୋର୍ଡ ଟ୍ରେନର ରିଜର୍ଭେସନ ଚାର୍ଟ ୮ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛି। ଏ ସମ୍ପର୍କରେ ଭାରତୀୟ ରେଳବାଇ ପକ୍ଷରୁ ଏକ ବୟାନ ମଧ୍ୟ ଆସିଛି। ଭାରତୀୟ ରେଳବାଇ କହିଛି, 'ରେଳବାଇ ବୋର୍ଡ ଛାଡିବାର ଆଠ ଘଣ୍ଟା ପୂର୍ବରୁ ରିଜର୍ଭେସନ ଚାର୍ଟ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛି। ଅପରାହ୍ନ ୨ଟା ପୂର୍ବରୁ ଛାଡିବା ଟ୍ରେନଗୁଡ଼ିକ ପାଇଁ, ପୂର୍ବ ଦିନ ରାତି ୯ଟାରେ ଚାର୍ଟ ପ୍ରସ୍ତୁତ କରାଯିବ।'
H10. Kalyan banerjee On Mahua Moitra: ତୃଣମୂଳ କଂଗ୍ରେସ (ଟିଏମସି)ର ଦୁଇ ବରିଷ୍ଠ ସାଂସଦ ମହୂଆ ମୈତ୍ରା ଓ କଲ୍ୟାଣ ବାନାର୍ଜୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କୋଲକାତା ଲ’ କଲେଜ ଗଣଦୁଷ୍କର୍ମ ମାମଲାରେ କଲ୍ୟାଣ ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ ପରେ ଏହି ବିବାଦ ସାମ୍ନାକୁ ଆସିଛି। କିନ୍ତୁ ଏବେ ବିବାଦ ବ୍ୟକ୍ତିଗତ ଅଭିଯୋଗରେ ପହଞ୍ଚିଛି। କଲ୍ୟାଣ ବାନାର୍ଜୀ କହିଛନ୍ତି, "ସେ ୪୦ ବର୍ଷର ବିବାହ ଭାଙ୍ଗି ଦେଇଛନ୍ତି, ଏବେ ସେ ମୋତେ ନୈତିକତା ଶିଖାଉଛନ୍ତି!"