Extramarital Affair: ସାରା ବିଶ୍ୱରେ ପରକୀୟା ପ୍ରୀତି ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ଭାରତରେ ଏହା ବର୍ତ୍ତମାନ ବହୁତ ସାଧାରଣ ହୋଇଗଲାଣି। ଏହାକୁ ନେଇ ସଦ୍ୟ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଯେଉଁଥିରେ ଦେଶର କେଉଁ ସହର ଏହି କ୍ଷେତ୍ରରେ ଆଗରେ ଅଛି ତାହା ଜଣାପଡିଛି।
Trending Photos
Extramarital Affairs in India: ବିଦେଶ ପରି ଏବେ ଭାରତରେ ମଧ୍ୟ ପରକୀୟା ପ୍ରୀତି ବହୁତ ସାଧାରଣ ହୋଇଗଲାଣି। ଏହା ଆମେ କହିନାହୁଁ, କିନ୍ତୁ ଏକ ସାମ୍ପ୍ରତିକ ରିପୋର୍ଟ ଏହା ଖୁଲାସା କରିଛି। ପ୍ରକୃତରେ ବିବାହ ଡେଟିଂ ପ୍ଲାଟଫର୍ମ ଆଶଲି ମ୍ୟାଡିସନ୍ (Ashley Madison)ଜୁନ୍ ୨୦୨୫ ର ନୂତନ ବ୍ୟବହାରକାରୀଙ୍କ ଉପରେ ଆଧାରିତ ଏକ ତଥ୍ୟ ପ୍ରକାଶ କରିଛି। ଏହି ରିପୋର୍ଟରେ ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ଘଟଣା ବିଷୟରେ ଆଲୋଚନା କରାଯାଇଛି। ଏହା ସହିତ ବିବାହ ବାହାର ସମ୍ପର୍କ କ୍ଷେତ୍ରରେ କେଉଁ ରାଜ୍ୟ ଆଗରେ ଅଛନ୍ତି ତାହା ମଧ୍ୟ ପ୍ରକାଶ ପାଇଛି।
ସାଧାରଣତଃ ଏହା ବିଶ୍ୱାସ କରାଯାଏ ଯେ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ସହରଗୁଡ଼ିକ ପ୍ରାୟତଃ ପରକୀୟା ପ୍ରୀତି (Extramarital Affair) ମାମଲାରେ ଆଗରେ ଥାଆନ୍ତି, କିନ୍ତୁ ପ୍ଲାଟଫର୍ମର ନୂତନ ତଥ୍ୟ ଅନୁଯାୟୀ ତାମିଲନାଡୁର କାଞ୍ଚିପୁରମ୍ ଏହି ବଡ଼ ସହରଗୁଡ଼ିକୁ ପଛରେ ପକାଇ ଦେଇଛି ଏବଂ ପରକୀୟା ପ୍ରୀତି ସମ୍ପର୍କ (ଭାରତର ସବୁଠାରୁ ଅବିଶ୍ୱସ୍ତ ସହର) ମାମଲାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏଠାରେ ଏହି ବୈବାହିକ ରିଲେସନସିପ୍ ପ୍ଲାଟଫର୍ମରେ ସାଇନ୍ ଅପ୍ କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ଦେଶରେ ସର୍ବାଧିକ। ଆଶ୍ଚର୍ଯ୍ୟଜନକ ଭାବରେ ଗତ ବର୍ଷ ଏହି ସହର ଏହି ତାଲିକାରେ ୧୭ ନମ୍ବରରେ ଥିଲା।
ଆଶଲି ମ୍ୟାଡିସନ (Ashley Madison) ଦ୍ୱାରା ପ୍ରସ୍ତୁତ ଶ୍ରେଷ୍ଠ ୨୦ ଠକେଇ ଭାରତୀୟ ସହର (top cheating cities 2025) ତାଲିକାରେ ଦିଲ୍ଲୀ-ଏନସିଆରର ନବମ ସ୍ଥାନରେ ରହିଛି। ଏଥିରେ ଦିଲ୍ଲୀର ଛଅଟି ଜିଲ୍ଲା ଅନ୍ତର୍ଭୁକ୍ତ - କେନ୍ଦ୍ରୀୟ ଦିଲ୍ଲୀ (ଦ୍ୱିତୀୟ ସ୍ଥାନ), ଦକ୍ଷିଣ ପଶ୍ଚିମ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀ ରହିଛି। ଏହା ସହିତ ପଡ଼ୋଶୀ ସହର ଗୁଡ଼ଗାଓଁ, ଗାଜିଆବାଦ ଏବଂ ନୋଏଡା ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।
ଏଠାରେ ଦେଖନ୍ତୁ ଶ୍ରଷ୍ଠ ୨୦ ସହରର ନାମ
୧- କାଞ୍ଚିପୁରମ୍, ୨- ସଣ୍ଟ୍ରାଲ ଦିଲ୍ଲୀ, ୩-ଗୁରୁଗ୍ରାମ, ୪-ଗୌତମ ବୁଦ୍ଧ ନଗର, ୫-ଦକ୍ଷିଣ ପଶ୍ଚିମ ଦିଲ୍ଲୀ, ୬-ଡେରାଡୁନ୍, ୭ -ପୂର୍ବ ଦିଲ୍ଲୀ, ୮-ପୁନେ, ୯-ବେଙ୍ଗାଲୁରୁ, ୧୦-ଦକ୍ଷିଣ ଦିଲ୍ଲୀ, ୧୧-ଚଣ୍ଡିଗଡ଼, ୧୨-ଲକ୍ଷ୍ନୌ, ୧୩-କୋଲକାତା, ୧୪-ପଶ୍ଚିମ ଦିଲ୍ଲୀ, ୧୫-କାମରୂପ, ୧୬-ଉତ୍ତର ପଶ୍ଚିମ ଦିଲ୍ଲୀ, ୧୭-ରାୟଗଡ଼, ୧୮-ହାଇଦ୍ରାବାଦ, ୧୯-ଗାଜିଆବାଦ, ୨୦-ଜୟପୁର