Odisha News: ୪ଟନ୍‍ ବିସ୍ଫୋରକ ଲୁଟ୍‍; ପହଞ୍ଚିଲା ଏନ୍‍ଆଇଏ ଟିମ୍‍, ସୀମାରେ ହାଇ ଆଲର୍ଟ
Advertisement
Article Detail0/zeeodisha/odisha2778349

Odisha News: ୪ଟନ୍‍ ବିସ୍ଫୋରକ ଲୁଟ୍‍; ପହଞ୍ଚିଲା ଏନ୍‍ଆଇଏ ଟିମ୍‍, ସୀମାରେ ହାଇ ଆଲର୍ଟ

NIA in Odisha: ଖଣି କାମ ପାଇଁ ଅଣାଯାଇଥିବା ୪ ଟନ୍‍ ବିସ୍ଫୋରକ ଲୁଟ୍‍ ହେବା ଘଟଣାରେ ୪୮ ଘଣ୍ଟା ପରେ ରାଜ୍ୟରେ ଜାତୀୟ ସୁରକ୍ଷା ଏଜେନ୍ସୀ (ଏନ୍‍ଆଇଏ) ଟିମ୍‍ ପହଞ୍ଚିଛନ୍ତି। 

୪ଟନ୍‍ ବିସ୍ଫୋରକ ଲୁଟ୍‍; ପହଞ୍ଚିଲା ଏନ୍‍ଆଇଏ ଟିମ୍‍
୪ଟନ୍‍ ବିସ୍ଫୋରକ ଲୁଟ୍‍; ପହଞ୍ଚିଲା ଏନ୍‍ଆଇଏ ଟିମ୍‍

ଭୁବନେଶ୍ୱର: ଖଣି କାମ ପାଇଁ ଅଣାଯାଇଥିବା ୪ ଟନ୍‍ ବିସ୍ଫୋରକ ଲୁଟ୍‍ ହେବା ଘଟଣାରେ ୪୮ ଘଣ୍ଟା ପରେ ରାଜ୍ୟରେ ଜାତୀୟ ସୁରକ୍ଷା ଏଜେନ୍ସୀ ( ଏନ୍‍ଆଇଏ) ଟିମ୍‍ ପହଞ୍ଚିଛନ୍ତି। ଓଡ଼ିଶା ଓ ଛତିଗଡ଼ ସୀମାକୁ  ସିଲ କରାଯିବା ସହ ସୀମାନ୍ତ ଅଞ୍ଚଳକୁ ହାଇ ଆଲର୍ଟ ଭିତରେ ରଖାଯାଇଛି। ସିଆର୍‍ପିଏଫ୍‍ ଏବଂ ଏନ୍‍ଆଇଏ ଟିମ୍‍ ମିଳିତ ଭଗାବେ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଅଞ୍ଚଳରେ ଚଢ଼ାଉ କରିଥିବା ସୂଚନା ମିଳିଛି।

ମଙ୍ଗଳବାର ସକାଳ ସାଢ଼େ ଆଠଟା ସମୟରେ ସୁରନ୍ଦରଗଡ଼ ଜିଲ୍ଲା କେ ବଲଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ପଥର ଖାଦାନକୁ ଅଣାଯାଉଥିବା ୪ ଟନ୍‍ ବିସ୍ଫୋରକ ବୋଝେଇ ଏକ ଟ୍ରକକୁ ବାଟରେ ୩୦ରୁ ୪୦ ଜଣ ନକ୍ସଲ ବନ୍ଧୁକମୁନରେ ଅପହରଣ କରିଥିଲେ। ଅପହରଣର କିଛି ସମୟରେ ଡ୍ରାଇଭରକୁ ଛାଡ଼ି ଦେଇଥିଲେ। ଡ୍ରାଇଭର ଏ ବିଷୟକୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏତଲା ରୁଜୁ କରି ମାମଲାର ତଦନ୍ତ  ଆରମ୍ଭ କରିଥିଲା। କିନ୍ତୁ ଏ ଭିତରେ ୨ଦିନ ବିତିଥିଲେ ମଧ୍ୟ ଏହାର କୌଣସି ଟେର ପାଇ ନଥିଲା ପୁଲିସ। ଏହାପରେ ଆଜି ସକାଳେ ସିଆର୍‍ପିଏଫ୍‍ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା କେ ବଳଙ୍ଗ ଥାନାକୁ ଆସି ଘଟଣାର ଅନୁଧ୍ୟାନ କରିଛନ୍ତି। ଏହାସହ ସିଆର୍‍ପିଏଫ ଓ ସ୍ଥାନୀୟ ପୁଲିସର ମିଳିତ ସହଯୋଗରେ ଅପରେସନ୍‍ ଆରମ୍ଭ ହୋଇଛି। 

ବିଶାଳ ପରିମାଣରେ ବିସ୍ଫୋରକ ହୋଇଥିବାରୁ ଏହା ନକ୍ସଲଙ୍କ ପାଇଁ ଏକ ଆଭ୍ୟନ୍ତରୀଣ ସୁରକ୍ଷାରେ ଅଞ୍ଚ ଆଣିବା ଲାଗିବ ବ୍ୟବହାର ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଏଣୁ ଏନ୍‍ଆଇଏ ପକ୍ଷରୁ ଏ ବିଷୟକୁ ଗ୍ରହଣ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

;