Independence Day Traffic Restrictions: ଆଉ ଦୁଇ ଦିନ ପରେ ସ୍ବାଧିନତା ଦିବସ। ଏ-ନେଇ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି଼ କରାଯାଇଛି। ସ୍ବାଧିନତା ଦିବସ ପାଇଁ ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ ପାଇଁ ଭୁବନେଶ୍ବରର ବିଭିନ୍ନ ରାସ୍ତାରେ ତିନି ଦିନ ପାଇଁ ଟ୍ରାଫିକ୍ କଟକଣା ଜାର୍ କରିଛି କମିଶନରେଟ୍ ପୋଲିସ୍।
ବିଶେଷକରି,ମହାତ୍ମା ଗାନ୍ଧୀ ମାର୍ଗ ଏବଂ ଏହାର ନିକଟତମ ଅଞ୍ଚଳରେ ଅଗଷ୍ଟ ୧୨ ତାରିଖ ଅପରାହ୍ନ ୨ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ , ଅଗଷ୍ଟ ୧୩ ତାରିଖ ସକାଳ ୭ଟାରୁ ୧୧.୩୦ ପର୍ଯ୍ୟନ୍ତ ଏବଂ ଅଗଷ୍ଟ ୧୩ ତାରିଖ ସକାଳ ୭ଟାରୁ ୧୧.୩୦ ପର୍ଯ୍ୟନ୍ତ ଓ ଅଗଷ୍ଟ ୧୫ ତାରିଖ ସକାଳ ୬ଟାରୁ ପରେଡ କାର୍ଯ୍ୟକ୍ରମ ସମାପ୍ତ ହେବା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି ରହିବ।
ALSO READ: Krishna Janmashtami 2025: ୫୦୦ ବର୍ଷ ପରେ ଜନ୍ମାଷ୍ଟମୀରେ ପଡୁଛି ଦୁର୍ଲଭ ଯୋଗ, ଟଙ୍କା ଗଦିରେ ଶୋଇବେ ଏହିସବୁ ରାଶି!
କେବଳ ସେତିକି ନୁହେଁ, ଅଗଷ୍ଟ ୧୫ ତାରିଖ ସକାଳ ୬ଟା ରୁ ପରେଡ୍ ସମାପ୍ତି ପର୍ଯ୍ୟନ୍ତ ପିଏମ୍-ଜି ସ୍କୋୟାର୍ ଏବଂ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାର ମଧ୍ୟରେ ଗ୍ୟାସ୍ ବେଲୁନ୍ ବିକ୍ରିୟକୁ ବାରଣ କରାଯାଇଛି। ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲଘଂନ କରେ । ତେବେ, ଓଡିଶା ପୋଲିସ୍ ଆଇନ୍ ୨୦୦୩ ର ଧାରା ୯୬ ଅନୁଯାୟୀ ଦଣ୍ତନୀୟ ଅପରାଧ। ଏଥିପାଇଁ ସର୍ବାଧିକ ୫୦୦ ଟଙ୍କା ଜରିମାନା ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।
କେଉଁ ସବୁ ଅଞ୍ଚଳରେ ଲାଗୁ ହୋଇଛି ଟ୍ରାଫିକ୍ କଟକଣା, ଜାଣନ୍ତୁ:- 1-ପରେଡ୍ ଦିନ ମହାତ୍ମା ଗାନ୍ଧୀ ମାର୍ଗ ଏବଂ ଏହାର ପରିଧିରେ ଟ୍ରାଫିକ ଡାଇଭର୍ସନ ବା କଟକଣା ବଳବତ୍ତର ରହିବ। 2-ମହାତ୍ମା ଗାନ୍ଧୀ ମାର୍ଗକୁ ସ୍ପର୍ଶ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯିବ ଏବଂ କେବଳ ପଦଯାତ୍ରୀମାନଙ୍କୁ ମହାତ୍ମା ଗାନ୍ଧୀ ମାର୍ଗକୁ ଯିବାକୁ ଅନୁମତି ଦିଆଯିବ। 3-୧୨୦ ବାଟାଲିୟନ ଛକ ପାର୍ଶ୍ୱରୁ ଆସୁଥିବା ସମସ୍ତ ପ୍ରକାରର ଯାନବାହନକୁ ଏମଏଲଏ କଲୋନି କ୍ରସିଂରେ ୟୁନିଟ୍-୪ ଆଡକୁ ସ୍ଥାନାନ୍ତର କରାଯିବ। 4-ଏଜି ସ୍କୋୟାର ପାର୍ଶ୍ୱରୁ କୌଣସି ଯାନକୁ ପିଏମଜି ସ୍କୋୟାର ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ ଏବଂ ଜୟଦେବ ଭବନ ସ୍କୋୟାରରେ ଇଡକଲ୍ ଅଡିଟୋରିୟମ୍ ପାର୍ଶ୍ୱ ଆଡକୁ ଗତି କରାଯିବ। 5-ରାମ ମନ୍ଦିର ପାର୍ଶ୍ୱ କିମ୍ବା ରାଜମହଲ ପାର୍ଶ୍ୱରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ଆଡ଼କୁ ଭାରୀ ଯାନ ଚଳାଚଳ ବନ୍ଦ ରହିବ । 6-ରାଜମହଲ ପାର୍ଶ୍ୱରୁ କେବଳ ମାଷ୍ଟର କ୍ୟାଣ୍ଟିନ୍ ଛକ ଦେଇ ରାମ ମନ୍ଦିର ପାର୍ଶ୍ୱକୁ ଦୁଇ ଚକିଆ ଏବଂ ହାଲୁକା ମୋଟର ଯାନ ଯିବାକୁ ଅନୁମତି ଦିଆଯିବ। 7-ପରେଡ୍ ସମାପ୍ତ ନହେବା ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ପିଏମଜି ଛକ ଆଡକୁ ଯାନବାହନ ଯିବାକୁ ଅନୁମତି ଦିଆଯିବ ନାହିଁ। 8-ହାଉସିଂ ବୋର୍ଡ ପାର୍ଶ୍ୱରୁ ରବୀନ୍ଦ୍ର ମଣ୍ଡପ ପାର୍ଶ୍ୱକୁ କୌଣସି ଯାନବାହନ ଆସି ପାରିବ ନାହିଁ ଏବଂ କେଶରୀ ଟକିଜ୍ କ୍ରସିଂରେ ଗତି ପରିବର୍ତ୍ତନ କରାଯିବ।
ଏହିସବୁ ସ୍ଥାନରେ ହେବ ପାର୍କିଂ:-
ପରେଡ୍ ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ପାର୍କିଂର ସୁବିଧା ମଧ୍ୟ ହୋଇଛି। ଜୟଦେବ ଭବନ ସାମ୍ନାରେ ଖୋଲା ସ୍ଥାନ, ୟୁନିଟ୍-୩ ରେ ଏସବିଆଇ ସାମ୍ନାରେ ଖୋଲା ସ୍ଥାନ, ରବୀନ୍ଦ୍ର ମଣ୍ଡପ ଭିତରେ ଖୋଲା ସ୍ଥାନ,ରେଳ ଷ୍ଟେସନ ନିକଟରେ ବିଡିଏ ବସ୍ ଷ୍ଟାଣ୍ଡ, କଂଗ୍ରେସ ଭବନ ସାମ୍ନାରେ ଖୋଲା ସ୍ଥାନ,ଇଡକଲ ଅଡିଟୋରିୟମ ସାମ୍ନାରେ ଖୋଲା ସ୍ଥାନ ଓ ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ପାର୍କିଂର ବ୍ୟବସ୍ଥା ହୋଇଛି।
ट्रेन्डिंग फोटोज़