Odisha Weather: ଛୁଆଁ ଦେଇ ହଜିଗଲା ମୌସୁମୀ । ଏବେ ପୁଣି ବଢ଼ିଲା ଖରା। ଆହୁରି କଲବଲ କରିବ ତାତି। ଭୁବନେଶ୍ୱରରେ ସକାଳ ୧୧.୩୦ ସୁଦ୍ଧା ୩୭ ଡ଼ିଗ୍ରୀ ପାର କରିଛି ତାପମାତ୍ରା। ଏହାସହ ଅସମ୍ଭାଳ ହେଲାଣି ଗୁଳୁଗୁଳି। ଆଉ ଏବେ ରାଜ୍ୟ ବାସୀଙ୍କୁ ୫ ଦିନ ଧରି ଖରାରୁ ମିଳିବନି ତ୍ରାହି। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।
ଆଗାମୀ ୫ ଦିନ ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ। ଖରା ଓ ଗୁଳୁଗୁଳିରେ କଲବଲ ହେବେ ଲୋକେ। ପଶ୍ଚିମ ଓଡ଼ିଶାରେ ଜାଳିବ ଖରା।
Also Read: Budh Gochar 2025: ଜୁନ ମାସରେ ବୁଧଙ୍କ ଡବଲ ରାଶି ପରିବର୍ତ୍ତନ, ଚମକିବାକୁ ଯାଉଛି ଏହି ସବୁ ରାଶିର ଭାଗ୍ୟ
Also Read: Stomach Gas Remedies: ସକାଳୁ ସକାଳୁ ଗ୍ୟାସ୍ ପାଇଁ ହେଉଛି କି ପେଟ ଯନ୍ତ୍ରଣା, କରିନିଅନ୍ତୁ ବାସ୍ ଏଇ ଗୋଟିଏ କାମ
ଉପକୂଳରେ ଅସହ୍ୟ ହେବ ଗୁଳୁଗୁଳି। ଜୁନ୍ ୮ ଯାଏଁ ସନ୍ତୁଳି ହେବେ ରାଜ୍ୟବାସୀ।
ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ବଢିଛି ଗୁଳୁଗୁଳି। ତାପମାତ୍ରା। ୫୫.୪ % ଆର୍ଦ୍ରତା ଯୋଗୁଁ ରାଜଧାନୀରେ ଗୁଳୁଗୁଳି ଅନୁଭୂତ।
ପୁରୀ ୩୪.୮, ପାରାଦୀପ ଓ ଚାନ୍ଦବାଲି ୩୩.୬ ଡିଗ୍ରୀ ରେକର୍ଡ।
୫ରୁ ୬ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହୋଇଛି।
ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।
ସେହିପରି ଆଜି ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ट्रेन्डिंग फोटोज़