PM Kisan Samman Yojana: ଚାଷୀଙ୍କ ପାଇଁ ବଡ଼ ଖବର। ପ୍ରଧାନମନ୍ତ୍ରୀ ନିଷାନ୍ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସି ଖବର। କେଉଁ ଦିନ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ସେନେଇ ଏକ ବଡ଼ ଅପଡେଟ୍ ଆସିଛି।
ଆଜି (ବୁଧବାର) ନୂଆଦିଲ୍ଲୀରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ୍ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ଦେଶର ୭୩୧ଟି କୃଷି କେନ୍ଦ୍ରର ନିର୍ଦ୍ଦେଶକ, ଉପକୁଳପତି, ମୁଖ୍ୟ, ଭାରତୀୟ କୃଷି ଗବେଷଣା ପରିଷଦ ଓ କୃଷି ବିଶ୍ବବିଦ୍ୟାଳୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ର ଲାଭ ସର୍ବାଧିକ ଚାଷୀଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶର ବାରଣାସୀ ଏକ କାର୍ଯ୍ୟକ୍ରମ ଅଗଷ୍ଟ ୨ ତାରିଖରେ ଆୟୋଜିତ ହେବାକୁ ଯାଉଛି।
ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ସାମିଲ୍ ହେବେ। ଏବଂ ପ୍ରତ୍ୟକ ପିଏମ୍ କିଷାନ୍ ହିତାଧିକାରୀଙ୍କ ଆକାଉଣ୍ଟକୁ ଠିକ୍ ଦିନ ୧୧ ଟାରେ ୨୦୦୦ ଟଙ୍କା ଲେଖାଏଁ ପଠାଇବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ୍। ଏହିଦିନ ୨୦ ତମ କିସ୍ତି ପାଇବେ ଚାଷୀ।
ସୂଚନା ଯୋଗ୍ୟ, ୨୪ ଫେବୃଆରୀ,୨୦୨୫ ମସିହାରେ ଏହି ଯୋଜନାର ୧୯ ତମ କିସ୍ତି ପାଇଥିଲେ ହିତାଧିକାରୀ। ତେବେ, ଏନେଇ ଚାଷୀଙ୍କ ମଧ୍ୟରେ ଇ-କେଓ୍ବାଇସି କରିବା ପାଇଁ ଏକ ପ୍ରକାର ରେସ୍ ଆରମ୍ଭ ହୋଇଯାଇଛି।
ଇ-କେଓ୍ବାଇସି କରିବା ମାତ୍ରେ ,ପୂର୍ବରୁ ପଡ଼ି ରହିଥିବା କିସ୍ତି ଟଙ୍କା ମଧ୍ୟ ଆକାଉଣ୍ଟକୁ ଆସିବ। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ବର୍ଷକୁ ତିନୋଟି କିସ୍ତି ମାଧ୍ୟନରେ ୬ ହଜାର ଟଙ୍କା ପ୍ରଦାନ କରାଯାଏ।
ट्रेन्डिंग फोटोज़