Advertisement
Photo Details/zeeodisha/odisha2861893
photoDetails0hindi

Odisha Weather Updates: ସକ୍ରିୟ ରହିଛି ମୌସୂମୀ, ୨୦ ଜିଲ୍ଲାକୁ ଜାରି ହେଲା ୟେଲୋ ଆଲର୍ଟ

Odisha Weather Updates: ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସମୁଦ୍ର ପତ୍ତନଠାରୁ ଦେଢ଼ରୁ ୫.୮ କିମି ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆଜି କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇନ ହୋଇଯାଇଛି।

1/8

2/8

ରାଜ୍ୟରେ ବର୍ଷା ଲାଗି ରହିଛି । ଅଧିକାଂଶ  ସ୍ଥାନରେ ସ୍ୱାଭାବିକ ପରିମାଣର ବର୍ଷା ହୋଇଛି । ୭ ଜିଲ୍ଲାରେ ଅତ୍ୟଧିକ ବର୍ଷା  ହୋଇଛି । କିନ୍ତୁ ୪ଟି ଜିଲ୍ଲାରେ ବର୍ଷା ଏବେ ବି ନିଅଣ୍ଟିଆ ରହିଛି । ପୁରୀ, ଗଞ୍ଜାମ, ଗଜପତି ଓ କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ହୋଇଛି।  

3/8

ପୁରୀରେ  ୩୪%, ଗଞ୍ଜାମରେ ୨୪%, କଳାହାଣ୍ଡିରେ ୨୦% ଓ ଗଜପତିରେ ୩% ନିଅଣ୍ଟିଆ ବର୍ଷା ହୋଇଛି । 

4/8

୭ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ମୟୂରଭଞ୍ଜ ଓ  କେନ୍ଦୁଝରରେ ୪୯% ବର୍ଷା ହୋଇଥିବା ବେଳେ ଦେବଗଡ଼ରେ ୪୮%, ବୌଦ୍ଧରେ  ୩୮%, ଝାରସୁଗୁଡ଼ା ଓ ସୋନପୁରରେ ୩୧%, ସମ୍ବଲପୁରରେ ୨୪% ବର୍ଷା  ହୋଇଛି । 

5/8

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ  ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ  ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।  

6/8

ଗୁରୁବାର ୩ଟି ଜିଲ୍ଲାରେ ଅଧିକ  ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା  ହୋଇପାରେ ।

7/8

ସେହିଭଳି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ଓ  ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବୋହିପାରେ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି  । 

8/8

ବୁଧବାର ଭଦ୍ରକରେ ସର୍ବାଧିକ ୪୩ମିମି ବର୍ଷା  ହୋଇଛି । ଚାନ୍ଦବାଲିରେ ୨୪.୪ମିମି, ଯାଜପୁରରେ ୨୫, କେନ୍ଦୁଝରରେ ୮.୮, କେନ୍ଦ୍ରାପଡ଼ାରେ ୬ମିମି ଓ ବାରିପଦାରେ ୫.୮ ମିମି ବର୍ଷା ହୋଇଛି ।

;