Advertisement
Photo Details/zeeodisha/odisha2870730
photoDetails0hindi

Gold Rate: ସୁନା ଦରରେ ପୁଣି ବୃଦ୍ଧି, ରାଜଧାନୀରେ ଭରି ପିଛା ରହିଛି ଏତିକି ଟଙ୍କା

ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ। 

1/7

Gold And Silver Price Today: ଗୁରୁବାର ଦିନ ଆରମ୍ଭରୁ ସୁନା ଗ୍ରାହକଙ୍କୁ ଝଟକା। ସୁନା ଦରରେ ସପ୍ତାହ ଆରମ୍ଭରୁ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। କ୍ରମାଗତ ଭାବେ ଆଜି ମଧ୍ୟ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଫଳରେ ସୁନା ଭରି ପିଛା ମୂଲ୍ୟ ଏକ ଲକ୍ଷ ଛୁଇଁଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଡେଇଁଛି। 

 

2/7

ଗୁରୁବାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ୬୫୦୮୦ ଟଙ୍କାରେ ପହଞ୍ଚିଛି। ୧୮ କ୍ୟାରେଟ ସୁନା ଭରି ପିଛା ୮୧୭୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୮୪୮୦ ଟଙ୍କାରେ ବ୍ୟବସାୟ କରିଛି। 

3/7

୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୯୮୦୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧୦୦୯୦୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।

4/7

Gold And Silver Price Today:  ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଗୁରୁବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ଯଥାକ୍ରମେ ଭରି ପିଛା ୨୦୦ ଓ ୨୨୦ ଟଙ୍କା ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।

5/7

୨୨ କ୍ୟାରେଟ ସୁନାର ଭରି ପିଛା ୯୪୦୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

6/7

ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ମୂଲ୍ୟ ଏକ ଲକ୍ଷ ପାର କରିଛି। ଆଜି ୨୪ କ୍ୟାରେଟ୍ ସୁନା ଭରି ପିଛା ୨୨୦ ଟଙ୍କା ବୃଦ୍ଧି ଘଟି ୧,୦୨,୫୫୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

7/7

ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୯୪୦୦୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧,୦୨,୫୫୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ। 

;