Weather Updates: ପଶ୍ଚିମ ଓଡ଼ିଶାରେ ତାତି ଅଧିକ ହେବା କାରଣରୁ ଲୋକେ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି ମଧ୍ୟ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ।
ସେହିପରି ଝାରସୁଗୁଡ଼ାରେ ୪୨, ବଲାଙ୍ଗିର ୪୧.୭, ଅନୁଗୁଳ ୪୧.୧, ଟିଟିଲାଗଡ଼ ୪୦.୫, ସୁନ୍ଦରଗଡ଼ ୪୦.୩ ତାପମାତ୍ରା ରେକର୍ଡ କରାଯାଇଛି
ଭବାନୀପାଟଣାରେ ୪୦.୨, ଭୁବନେଶ୍ବରରେ ୩୬.୮, କଟକରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି ।
ମାର୍ଚ୍ଚ ୧୯ରୁ ୨୨ କାଳବୈଶାଖୀ ହେବାର ସମ୍ଭାବନା ଅଛି। ପବନର ବେଗ ଘଣ୍ଟା ପ୍ରତି ୭୦କିମି ରହିବ, କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆଜି ଦଶପଲ୍ଲାରେ କାଳବୈଶାଖୀ କାରଣରୁ ଅନେକ ଶାଳ ଗଛ ଭାଙ୍ଗିଯାଇଛି ।
ଦଶପଲ୍ଲା-ଭଞ୍ଜନଗର ରାସ୍ତା ନେଡ଼ିପାଜୁ ଛକରେ ଭାଙ୍ଗି ପଡିଛି ଅନେକ ବିଶାଳ ଶାଳ ଗଛ । ଗଛ ପଡ଼ି ରାସ୍ତା ଅବରୋଧ ହେବା କାରଣରୁ ଅନେକ ଗାଡ଼ି ମୋଟର ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଛି ।
ट्रेन्डिंग फोटोज़