School Closed for Heavy Rain: ପ୍ରବଳ ବର୍ଷା ବିତ୍ପାତ: ସ୍କୁଲ ବନ୍ଦ, ଦୁଇ ଜିଲ୍ଲାରେ ବନ୍ୟା ଭୟ
Advertisement
Article Detail0/zeeodisha/odisha2820887

School Closed for Heavy Rain: ପ୍ରବଳ ବର୍ଷା ବିତ୍ପାତ: ସ୍କୁଲ ବନ୍ଦ, ଦୁଇ ଜିଲ୍ଲାରେ ବନ୍ୟା ଭୟ

ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସୋମବାର ମୟୂରଭଞ୍ଜ ଜିଲ୍ଲାର ସବୁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

School Closed for Heavy Rain: ପ୍ରବଳ ବର୍ଷା ବିତ୍ପାତ: ସ୍କୁଲ ବନ୍ଦ, ଦୁଇ ଜିଲ୍ଲାରେ ବନ୍ୟା ଭୟ

School Closed for Heavy Rain: ଭୁବନେଶ୍ୱର: ଝାଡ଼ଖଣ୍ଡ ଓ ରାଜ୍ୟର ଉପରମୁଣ୍ଡରେ ପ୍ରବଳ ବର୍ଷା। ଏହାର ପ୍ରଭାବରେ ମୟୂରଭଞ୍ଜ ଓ ବାଲେଶ୍ବରକୁ ବନ୍ୟା ଭୟ ବଢିଛି। ଫଳରେ ସୁବର୍ଣ୍ଣରେଖା, ବୁଢ଼ାବଳ ବଳଙ୍ଗ ଓ ଜଳକା ନଦୀ ଫୁଲୁଛି। ରବିବାର ରାତି ୧୧ଟାରେ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବିପଦ ସଙ୍କେତସ୍ତର ଛୁଇଁଛି। ବୁଢ଼ାବଳଙ୍ଗ ନଦୀ ଜଳସ୍ତର ବଢୁଛି ଓ ସୋମବାର ସକାଳ ସୁଦ୍ଧା ବିପଦ ସଙ୍କେତ ସ୍ତର ଛୁଇଁପାରେ। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସୋମବାର ବାଲେଶ୍ଵର ଓ ମୟୂରଭଞ୍ଜର ସମେତ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି। ଏଥିପାଇଁ ବନ୍ୟା ଚିନ୍ତା ଘାରିଲାଣି।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ମୁହାଁ ହୋଇ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ବର୍ଷା ହୋଇପାରେ। ଆଜିଠାରୁ ୫ ତାରିଖ ଯାଏ ରାଜ୍ୟର ବହୁ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ବାଲେଶ୍ଵରରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାର ଜଳସ୍ତର ବଢୁଛି। ରବିବାର ଅପରାହ୍ନ ୬ଟା ସୁଦ୍ଧା ରାଜଘାଟ ଠାରେ ୮.୭୪ ମିଟର ରହିଥିଲା। ସେହିପରି ବୁଢାବଳଙ୍ଗର ଜଳସ୍ତର ଗୋବିନ୍ଦପୁର ନିକଟରେ ୭.୧୨ ମିଟର ରହିଛି। ଏଠାରେ ବିପଦ ସଂକେତ ୮.୧୩ ମିଟର ରହିଛି। ମଠାଣୀ ନିକଟରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ୬.୫୦ ମିଟର ରହିଥିବା ବେଳେ ଜଳସ୍ତର ୭.୧୫ ମିଟର ରହିଛି। 

ତେବେ ଆଜି ପ୍ରବଳ ବର୍ଷା ପ୍ରଭାବରେ ଆଜି ସୁବର୍ଣ୍ଣରେଖା ବିପଦ ସଂକେତ ଡେଇବାର ଆଶଙ୍କା କରାଯାଉଛି। ରବିବାର ରାତି ୧୧ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବିପଦ ସଂକେତ ସ୍ତର ଛୁଇଁଛି। ସେପଟେ ଏହି ନଦୀ ଗୁଡିକର ଜଳସ୍ତର ବୃଦ୍ଧି ଉପରେ ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ସେଲ୍ 24 ଘଣ୍ଟା କାର୍ଯ୍ୟ କରୁଛି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳ ସୁରକ୍ଷା ଉପରେ କାର୍ଯ୍ୟ କରୁଛନ୍ତି। ତଳିଆ ଅଞ୍ଚଳ ତଥା ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଥିବା ନେଇ ସୂଚନା ରହିଛି। ଆବଶ୍ୱକ ରିଲିଫ କାମ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। 

ସେପଟେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସୋମବାର ମୟୂରଭଞ୍ଜ ଜିଲ୍ଲାର ସବୁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

;