Advertisement
Photo Details/zeeodisha/odisha2853122
photoDetails0hindi

Heavy Rain Alert In Odisha: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି

Heavy Rain Alert In Odisha: ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। 

 

1/5

ଘନୀଭୂତ ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପ ନେବା ଆଶଙ୍କା ରହିଛି। ଲଘୁଚାପଟି ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ। ଉତ୍ତର ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ସମ୍ଭାବନା ରହିଛି। ବାତ୍ୟା ୱିଫାର ଅବଶିଷ୍ଟାଂଶ ପ୍ରବେଶ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ALSO READ: Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର,ସୁନା ଦରରେ ବୃହତ ହ୍ରାସ:ଓଡି଼ଶାରେ ୨୨ କ୍ୟାରେଟ୍ ରେ ଦାମ୍ ରହିଛି...

ALSO READ: Flight Service: ଅଗଷ୍ଟ ୧୬ରୁ ଭୁବନେଶ୍ବରରୁ-ଝାରସୁଗୁଡାକୁ ଉଡି଼ବ ଷ୍ଟାର୍ ଏୟାର,ଟିକେଟ୍ ର ଦାମ୍ ରହିଛି ମାତ୍ର ଏତିକି ଟଙ୍କା

2/5

ତେବେ, ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ନେଇ  ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ। ଆଜି ବିଶେଷକରୁ, ମାଲକାନଗିରି, ମୟୂରଭଂଜ, କୋରାପୁଟ୍ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ  ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହା ବାଦ୍ ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି। 

 

3/5

ସେହିପରି ଆସନ୍ତାକାଲି ଭଦ୍ରକ, କେନ୍ଦ୍ରାପଡା,ଭଦ୍ରକ, ଯାଜପୁର,ଢେଙ୍କାନାଳ , ଅନୁଗୁଳ, ସୁନ୍ଦରଗଡ,ଦେବଗଡ଼ ଓ ବାଲେଶ୍ବରରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ  ଦୁଇଟି ସ୍ଥାନରେ  ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। 

4/5

ସେହିପରି ୨୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝରରେ ଅତି ଭୀଷଣ ବର୍ଷା ନେଇ ଏହି ୨ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି।  ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର,ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। 

5/5

୨୬ ତାରିଖରେ ମୟୂରଭଂଜ, ସୁନ୍ଦରଗଡ ଓ କେନ୍ଦୁଝରରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ୨୭ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ହେବା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ  ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

;